• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶିତ

  • କେଉଁ ରୋଗ ପାଇଁ ଫାର୍ମାସିଷ୍ଟ ମାନେ କେଉଁ ଔଷଧ ଦେବେ ତାଲିକା ପ୍ରକାଶ ପାଇଛି

  • ଜ୍ୱର, ମାଲେରିଆ, ଚର୍ମରୋଗ, ଝାଡ଼ାବାନ୍ତି, କୃମି, ସାମାନ୍ୟ ଆହତ ପାଇଁ ଦେବେ ଔଷଧ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ମେଡ଼ିକାଲରେ ନିଯୁକ୍ତ ଫାର୍ମାସିଷ୍ଟ ରୋଗୀ ମାନଙ୍କୁ ଔଷଧ ଦେଇପାରିବେ । ଡାକ୍ତରଙ୍କ ଅନୁପସ୍ଥିତିରେ ସାମାନ୍ୟ ରୋଗ ପାଇଁ ସଂପୃକ୍ତ ଫାର୍ମାସିଷ୍ଟ ମାନେ ଔଷଧ ଦେଇପାରିବେ ବୋଲି ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ନଥିବା ବେଳେ ଚିକିତ୍ସାରେ ଅନେକ ଅସୁବିଧା ଉପୁଜୁଛି ।

ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଲୋକେ । ସାମାନ୍ୟ ରୋଗ ପାଇଁ ମଧ୍ୟ ଲୋକଙ୍କୁ ମାଇଲ୍ ମାଇଲ୍ ରାସ୍ତା ଯିବାକୁ ପଡ଼ୁଛି । କିଛି କିଛି ସ୍ଥାନରେ ଜଣେ ମାତ୍ର ଡାକ୍ତର ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନୂତନ ପଦକ୍ଷେପ ନିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମା ଅନୁସାରେ ଗୁରୁତର ନୁହେଁ ସାମାନ୍ୟ ରୋଗ ପାଇଁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ । ତେବେ କେଉଁ ରୋଗ ପାଇଁ ଫାର୍ମାସିଷ୍ଟ ମାନେ କେଉଁ ଔଷଧ ଦେବେ ତାହାର ଏକ ତାଲିକା ବି ପ୍ରକାଶ ପାଇଛି ।

 

ଜ୍ୱର, ମାଲେରିଆ ଠାରୁ ଆରମ୍ଭ କରି ଚର୍ମରୋଗ, ଝାଡ଼ାବାନ୍ତି, କୃମି, ସାମାନ୍ୟ ଆହତ ହୋଇଥିଲେ, ଫାର୍ମାସିଷ୍ଟ ମାନେ ଔଷଧ ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତେବେ କୌଣସି ଗୁରୁତର ରୋଗ ପାଇଁ ଔଷଧ ଦେବାକୁ ଫାର୍ମାସିଷ୍ଟ ମାନଙ୍କୁ ଅନୁମତି ଦିଆଯାଇ ନାହିଁ ।