• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଲେମ୍ବୁ ପାଣି ଓଜନ କମେଇବାରେ ବିଶେଷ ସହାୟକ ହୋଇଥାଏ

ମୋଟାପଣ ଆମ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇବା ସହିତ ଅନେକ ଗୁଡିଏ ରୋଗର କାରଣ ହୋଇଥାଏ । ଆମ ଶରୀରରେ ଅଧିକ କ୍ୟାଲୋରୀର ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ତେଣୁକରି କ୍ୟାଲୋରୀର ମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଙ୍କ୍ସ  କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଏହି ପାନୀୟ ଆପଣଙ୍କ ଶରୀରର କ୍ୟାଲୋରୀକୁ ନଷ୍ଟ କରି ମେଟାବୋଲିଯିମକୁ ବଢ଼ାଇ ଓଜନକୁ ନିୟନ୍ତ୍ରଣ କରିବ ।

  • ଜିରାକୁ ଭାରତୀୟ ତରକାରୀରେ ମୁଖ୍ୟ ମସଲା ଭାବରେ ଗ୍ରହଣ କରାଯାଏ । ଜିରା ପାଣି ଏକ କ୍ୟାଲୋରୀ ଯୁକ୍ତ ପାନୀୟ ଅଟେ । ଯାହା ପାଚନ ଶକ୍ତିକୁ ବଢ଼ାଇଥାଏ ,ପେଟର ଚର୍ବିକୁ ତରଳିବାରେ ସାହାଯ୍ୟ କରିଥାଏ । ଏହା ଭୋକକୁ କମେଇବା ସହିତ ଓଜନକୁ କମାଇବାରେ ସାହାଯ୍ୟ କରିଥାଏ ।
  • ଲେମ୍ବୁ ପାଣି ଓଜନ କମେଇବାରେ ବିଶେଷ ସହାୟକ ହୋଇଥାଏ । ନିଜ ଦିନର ଆରମ୍ଭ ଗୋଟିଏ ଗ୍ଲାସ ଉଷୁମ ଲେମ୍ବୁ ପାଣିରୁ ଆରମ୍ଭ କରନ୍ତୁ । କାରଣ ଏହା ଶରୀରର ମେଟାବୋଲିଯିମଙ୍କୁ ବଢ଼ାଇ ଓଜନକୁ ନିତନ୍ତ୍ରଣ କରିଥାଏ । ଏହି ଡ୍ରିଂକ୍ସ ରେ ଆଣ୍ଟିଅକ୍ସିଡାଣ୍ଟ ଓ ପେକଟିଂ ଫାଇବର ରହିଥାଏ । ଯାହା ପେଟର ଚର୍ବିକୁ ତରଲେଇବାରେ ସାହାଯ୍ୟ କରେ ।
  • ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା କାରଣରୁ ଓଜନ କମାଇବାରେ ସାହାଯ୍ୟ କରିଥାଏ। ସ୍ୱାଦ ଯୁକ୍ତ କରିବା ପାଇଁ ଆପଣ ଏଥିରେ ଲେମ୍ବୁ ମିଶାଇ ପାରିବେ।
  • ଜୁଆଣି ପାଣି ହଜମ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ପାଚନ କ୍ରିୟା ଦୃତ ହୋଇଥାଏ ଓ ପୋଷାକ ତତ୍ଵକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଜୁଆଣି ପାଣି ପେଟକୁ ସଫା କରିବା ସହିତ ଚର୍ବିକୁ କମାଇବାରେ ସାହାଯ୍ୟ କରେ ।
  • ପାନମଧୁରୀ ପାଣି ଶରୀରର ମୋଟାପଣକୁ କମାଇବା ସହିତ ବଦହଜମିକୁ ନିୟନ୍ତ୍ରଣ କରିଥାଏ । ପାନମଧୁରୀ ମେଟାବୋଲିଯିମକୁ ବଢ଼ାଇଥାଏ । ତେଣୁ ରାତିରେ ପାନମଧୁରୀକୁ ବତୁରାଈ ରଖନ୍ତୁ ଓ ସକାଳୁ ତାହାକୁ ଛାଣି ଖାଲି ପେଟରେ ପିଅନ୍ତୁ l ଏହାଦ୍ୱାରା ଶରୀରରେ ଓଜନ ହ୍ରାସ ପାଇଥାଏ ।