• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଉଷୁମ ପାଣିରେ ଗୋଧୋଇଲେ ଶୀଘ୍ର ନିଦ ଆସିଥାଏ

  • ଉଷ୍ମ ସ୍ନାନ କରିବା ଦ୍ୱାରା ରକ୍ତଚାପ କମିଥାଏ

ସକାଳ ସମୟରେ ଗାଧୋଇବା ହେଉଛି ଗୋଟିଏ ଭଲ ଅଭ୍ୟାସ, ଯେଉଁ କାରଣରୁ ଆପଣ ସାରା ଦିନ ସତେଜ ଅନୁଭବ କରନ୍ତି । କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ । ଚାଲନ୍ତୁ ଜାଣିବା ରାତିରେ ଗୋଧୋଇବା କେତେ ଲାଭଦାୟକ ।

  • ରାତିରେ ଉଷୁମ ପାଣିରେ ଗୋଧୋଇଲେ ଶୀଘ୍ର ନିଦ ଆସିଥାଏ । ଏହା ଅନେକ ଗବେଷଣାରୁ ଖୁଲାସା ହୋଇଛି ଯେ ରାତିରେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଭଲ ନିଦ ଆସିଥାଏ । ଯଦି ଆପଣ ଶୋଇବାର ୧ଘଣ୍ଟା କିମ୍ବା ୨ ଘଣ୍ଟା ପୂର୍ବରୁ ସାୱାର ନେଉଛନ୍ତି ତେବେ ଆପଣ ଗଭୀର ନିଦ୍ରାରେ ଶୀଘ୍ର ଶୋଇ ପାରିବେ । କାରଣ ଏହା ଆପଣଙ୍କ ଶାରୀରିକ ତାପମାତ୍ରାକୁ କମ୍ କରିଥାଏ । ଯେଉଁ କାରଣରୁ ମସ୍ତିଷ୍କକୁ ଶୀଘ୍ର ଆରମ୍ ମିଳିଥାଏ ।
  • ଶୋଇବା ପୂର୍ବରୁ ଉଷୁମ ପାଣିରେ ସ୍ନାନ କରିବା ଦ୍ୱାରା ଏହା ଆପଣଙ୍କ ଥକାପଣ ଦୂର କରିଥାଏ । ଆପଣଙ୍କ ମାଂସପେଶୀକୁ ଆରାମ ଦେଇଥାଏ ଯେଉଁ କାରଣରୁ ଆପଣଙ୍କ ମାଂସପେଶୀକୁ ଆରାମ ମିଳିଥାଏ ଓ ଭଲ ନିଦ୍ରା ହୁଏ ।
  • ରାତିରେ ଗାଧୋଇ ଶୋଇବା ଉଚିତ କାରଣ ଦିନ ସାରା ବାହାରେ ରହିବା ଦ୍ୱାରା ଶରୀରରୁ ଝାଳ ନିର୍ଗତ ହୋଇଥାଏ ଓ ଶରୀର ବିଭିନ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସି ବିଭିନ ଚର୍ମ ସଂକ୍ରମଣ ହୋଇଥାଏ । ଏପରି କରିବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଫାଙ୍ଗଲ ଇନଫେକ୍ସନ ଦେଖାଦିଏ ।
  • ଦିନସାରା ବାହାରେ ରହି ବିଭିନ୍ନ ଚିନ୍ତାରେ ମଣିଷ ବ୍ୟସ୍ତ ରହିଥାଏ ତେଣୁ ରାତିରେ ସାୱାର ନେବା ଫଳରେ ଏହା ଆମକୁ ମାନସିକ ଚିନ୍ତାରୁ ଦୁରେଇ ରଖିବା ସହିତ ଚିନ୍ତା ମୁକ୍ତ ରଖି ଭଲ ନିଦ ଦେଇଥାଏ । ତେଣୁ ରାତିରେ ଗାଧୋଇ ଶୋଇବା ଆବଶ୍ୟକ ।
  • କିଛି ଗବେଷଣା ଅନୁଯାୟୀ ନିୟମିତ ଉଷ୍ମ ସ୍ନାନ କରିବା ଦ୍ୱାରା ରକ୍ତଚାପ କମିବାରେ ସାହାଯ୍ୟ କରିଥାଏ । ହ୍ରାସ ହୋଇଥିବା ରକ୍ତଚାପ ହୃଦଘାତ କିମ୍ବା ଷ୍ଟ୍ରୋକ ପରି ଅଧିକ ଗୁରୁତର ହୃଦଘାତକୁ ରୋକିବାରେ ସାହାଯ୍ୟ କରିଥାଏ ।