• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଖି ତଳେ ବାଦାମ ତେଲ ଲଗାଇଲେ କଳାଦାଗ ଦୂର ହୋଇଥାଏ

  • ଆଳୁ ରସକୁ  ଆଖି ତଳେ ଲଗାଇଲେ କଳା ଦାଗ ଦୂର ହୋଇଥାଏ

ସ୍ୱାସ୍ଥ୍ୟ ହିଁ ସଂପଦ । ମଣିଷର ଶରୀର ସୁସ୍ଥ ରହିଲେ ସବୁ ଠିକ୍ ରହିଥାଏ । ଶରୀର ମଧ୍ୟରେ ଆଖି ହେଉଛି ଆମର ସବୁଠାରୁ ସୌନ୍ଦର୍ଯ୍ୟମୟ ଅଙ୍ଗ । ତେବେ ଆଖିର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବହୁବାର ଆମେ ଡାକ୍ତରଙ୍କୁ ପରାମର୍ଶ ନେଇଥାଉ । ତେବେ ଘରୋଇ ଉପଚାର ଦ୍ୱାରା ଆମେ ଆଖିର ଯତ୍ନ ନେଇ ପାରିବା । କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡିବା ସହିତ ଦୃଷ୍ଟି ଶକ୍ତି ମଧ୍ୟ କମ୍ ହୋଇଥାଏ । ତେବେ ସହଜ ଘରୋଇ ଉପାୟରେ ଆମେ ଏହାର ଉପଚାର କରିପାରିବା । ତେବେ ଚାଲନ୍ତୁ ଜାଣିବା ଏହାର ଘରୋଇ ଉପଚାର ବିଷୟରେ.. ।

  • ଯଦି ଆପଣ ବାହାରକୁ ଯାଉଛନ୍ତି,ଯିବା ପୂର୍ବରୁ ସନ୍‌ ଗ୍ଲାସ୍ ଲଗାଇବା ଜରୁରୀ । ବାହାରୁ ଆସିବା ପରେ ଆଖିରେ ଥଣ୍ଡା ପାଣିରେ ଛିଟା ମାରନ୍ତୁ । ଏହା ଦ୍ୱାରା ଆଖି ଭିତରେ ଥିବା ମଇଳା ସଫା ହୋଇଥାଏ ।
  • ନିୟମିତ ପର୍ଯ୍ୟାପ୍ତ ପରିମାଣରେ ଶୋଇଲେ ଆଖି ତଳ କଳାଦାଗର ସମସ୍ୟା ଉପୁଜିନଥାଏ ।
  • ବାହାରକୁ ଯିବା ପୂର୍ବରୁ ଆଖି ତଳେ ସନ୍‌‌ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ । ଏହା ଦ୍ୱାରା ଆଖି ଫୁଲିବା ଓ କଳା ଦାଗର ସମସ୍ୟା ଦେଖା ଦେଇନଥାଏ ।
  • ନିୟମିତ ଆଖି ତଳେ ବାଦାମ ତେଲ ଲଗାଇଲେ ଆଖି ତଳ କଳାଦାଗ ଦୂର ହୋଇଥାଏ ।
  • ଆଖି ତଳ କଳାଦାଗ ହେଉଥିଲେ କାଜଲ ନ ଲଗାଇବା ଉଚିତ, ତାହା ମଧ୍ୟ କଳାଦାଗକୁ ଅଧିକ ଗାଢ଼ କରେ ।
  • ନିୟମିତ ଭାବେ ଦିନକୁ ୫ରୁ ୬ ଥର ଥଣ୍ଡା ପାଣିରେ ଆଖି ଓ ଚାରିପାଖରେ ଛିଟା ମାରନ୍ତୁ ।  ଖରାରୁ ଆସିବା ପରେ ବରଫ ଘଷିଲେ ଏହା ଆଖି ପାଇଁ ଭଲ ଅଟେ ।
  • ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ । ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ । ପୁଦିନା ଓ ଟମାଟୋ ଓ ଲେମ୍ବୁରସ ମିଶ୍ରଣରେ ଏକ ପେଷ୍ଟ ପ୍ରସ୍ତୁତ କରି ଆଖି ଥଲେ ଲଗାନ୍ତୁ । ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ। ଏହି ଭଳି ପ୍ରତିଦିନ କରିବା ଦ୍ୱାରା କଳା ଦାଗ ଦୂର ହୋଇଥାଏ ।
  • ଆଳୁ ରସକୁ ଦିନକୁ ୨ ଥର ଆଖି ତଳେ ଲଗାଇଲେ କଳା ଦାଗ ଦୂର ହୋଇଥାଏ ।