• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

coronavirus
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୯୮୫କୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୭,୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୬୭୦ ଜଣଙ୍କ ମୃତ୍ୟୁ ହେବା ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୯୮୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ଟିଭ୍ କେସ୍- ୫,୨୦,୭୭୩ ରହିଥିବା […]

  • Thursday, 01 July 2021
delhi
ଦିଲ୍ଲୀକୁ ଦୁଇଟି ଭୟ; ଗୋଟିଏ ପ୍ରଦୂଷଣ ଅନ୍ୟଟି କରୋନା ସଂକ୍ରମଣ, ଚିନ୍ତାରେ ପଡ଼ିଲେଣି ସରକାର

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଗତ କିଛି ଦିନ ଧରି ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇଥିବା ଦିଲ୍ଲୀବାସୀଙ୍କ ପାଇଁ ଏବେ ସମସ୍ୟା ବଢାଇଛି। ଯମୁନା ନଦୀରେ ସୃଷ୍ଟି ହୋଇଥିବା ବିଷାକ୍ତ ଫେଣ  ବାୟୁ ପ୍ରଦୂଷଣର ମାଡ଼ ସହୁଥିବା ଦିଲ୍ଲୀରେ ଏବେ ଜଳ ପ୍ରଦୂଷଣ ଲୋକଙ୍କ ଚିନ୍ତା ବଢାଇଥିବାବେଳେ ସରକାରଙ୍କର ବି ନିଦ ହଜାଇଛି। ସେପଟେ ଖାଲି ପରିବେଶ ନୁହେଁ, ଏବେ ଦିଲ୍ଲୀ ପରିବେଶ ପାଇଁ ଦୁଇ ଆଡୁ ବିପଦ ରହିଛି। କହିବାକୁ ଗଲେ ଦିଲ୍ଲୀବାସୀଙ୍କୁ ବି […]

  • Thursday, 01 July 2021
arif-mohammd-akhna
କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନଙ୍କୁ କରୋନା

ଥିରୁଭନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଶନିବାର କେରଳ ରାଜ୍ୟପାଳନଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଟ୍ୱିଟ୍‌ରରେ ରାଜ୍ୟପାଳ ଲେଖିଛନ୍ତି “ ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଗତ ସପ୍ତାହରେ ଦିଲ୍ଲୀରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ, ସେମାନେ କରୋନା ଟେଷ୍ଟ କରାଇବା ସହିତ ଅନ୍ୟମାନଙ୍କ ସୁରକ୍ଷା ପାଇଁ ସତର୍କରେ ରହିବାକୁ […]

  • Thursday, 01 July 2021
coronavirus
ସ୍କୁଲ ଖୋଲୁ ଖୋଲୁ ୩ ଛାତ୍ର କରୋନା ପଜିଟିଭ

ଜିନ୍ଦ: କରୋନା ସଂକ୍ରମଣ ରୋକିବା ପାଇଁ ଔଷଧ ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥତିରେ  ଓଡ଼ିଶା ସରକାର ଡିସେମ୍ବର ୩୧ ତାରିଖ ଯାଏ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଅବଶ୍ୟ କେତେକ ରାଜ୍ୟରେ ସରକାର ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ହରିଆଣାରେ ମଧ୍ୟ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ତେବେ ଦୁଃଖର କଥା, ସ୍କୁଲ ଖୋଲିବା ପରେ ପରେ କିଛି ପିଲା କରୋନା ପଜିଟିଭ ଥିବା ଜାଣିବାକୁ […]

  • Thursday, 01 July 2021
guleir
୨୦୨୨ ପୂର୍ବରୁ ସାଧାରଣ ଲୋକଙ୍କୁ ମିଳିବନି କରୋନା ଟିକା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ କରୋନା ଭ୍ୟାକ୍ସିନ ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ଅର୍ଥାତ୍‌ ୨୦୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ କରୋନା ଭ୍ୟାକ୍ସିନ୍‌ ନମିଳିପାରେ ବୋଲି ଏମ୍ସର ନିର୍ଦ୍ଦେଶକ ତଥା କରୋନା ମ୍ୟାନେଜ୍‌ମେଣ୍ଟ ଟାକ୍ସଫୋର୍ସର ସଦସ୍ୟ ଥିବା ରଣଦୀପ ଗୁଲେରିଆ କହିଛନ୍ତି। ଭାରତୀୟ ବଜାରରେ କରୋନା ଭ୍ୟାକ୍ସିନ୍‌ ସହଜରେ ଉପଲବ୍ଧ ହେବାକୁ ବର୍ଷରୁ ଅଧିକ ସମୟ ଲାଗିବ। ତେଣୁ ସାଧାରଣ ଲୋକଙ୍କ ଟିକା ପାଇବା ପାଇଁ ହେଲେ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି […]

  • Thursday, 01 July 2021
who
କରୋନା ଭାଇରସର୍‌ ନୂଆ ରୂପ କ୍ଲଷ୍ଟର -୫; ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲୀ: ଡେନ୍‌ମାର୍କ ଓ ଆମେରିକା ଭଳି ୬ଟି ରାଷ୍ଟ୍ରରୁ ମିଙ୍କ୍ (ନେଉଳ ଜାତୀୟ ଜୀବ) ଫାର୍ମରୁ ଏକ ନୂଆ ପ୍ରକାରର କରୋନା ଭାଇରସ୍‌ ବ୍ୟାପୁଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗୁଣସୂତ୍ରରେ ପରିବର୍ତ୍ତନ ହେଇ ଏହି ନୂଆ ପ୍ରକାରର ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି। ଗବେଷକମାନେ ଏହାର ନାଁ ଦେଇଛନ୍ତି କ୍ଲଷ୍ଟର-୫ ।  ଡେନ୍‌ମାର୍କ ଓ ଆମେରିକା ସହିତ ଇଟାଲୀ, ନେଦର୍‌ଲ୍ୟାଣ୍ଡ, ସ୍ପେନ୍ ଓ ସ୍ୱିଡେନ୍‌ରେ ମିଙ୍କ୍ […]

  • Thursday, 01 July 2021
school-repopen
ସ୍କୁଲ୍‌ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହ ୨୫ ଷ୍ଟାଫ୍‌ କରୋନା ପଜିଟିଭ୍‌

ସିମଲା: ସ୍କୁଲ୍‌ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହିତ ୨୫ ସ୍କୁଲ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସୋଝା ଥିବା ତିବେତାନ ଚିଲ୍‌ଡ୍ରେନ୍‌ ଭିଲେଜ(TCV) ସ୍କୁଲ୍‌ରେ ଏଭଳି ଘଟଣା ଘଟିଛି। ଆକ୍ରାନ୍ତ ହୋଇଥିବା ୬୭  ସ୍କୁଲ୍ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ୪୭ ବାଳିକା ଥିବା ବେଳେ ୨୦ ଜଣ ବାଳକ ରହିଛନ୍ତି। ହିମାଚଳ ସରକାରଙ୍କ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ପ୍ରତିକାର ସ୍ୱରୂପ ସ୍କୁଲ୍‌ ପିଲା ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟ କରିବା […]

  • Thursday, 01 July 2021
doctor
ଫାଇଜର ପ୍ରସ୍ତୁତ କରୋନା ଟିକା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକାରେ ଏକ ବଡ଼ ଚ୍ୟାଲେଞ୍ଜ ଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। କାରଣ ଏହି ଭ୍ୟାକ୍ସିନ୍‌କୁ ମାଇନସ୍ ୭୦ ସେଣ୍ଟିଗ୍ରେଡ୍‌ରେ ରଖିବାକୁ ପଡ଼ିବ।  ଭାରତ ପରି ବିକାଶଶୀଳ ଦେଶରେ ବିଶେଷ କରି ଗ୍ରାମାଞ୍ଚଳରେ ମାଇନସ୍ ୭୦ ଡିଗ୍ରୀ ସେଲ୍‌ସିୟମର କୋଲ୍ଡ ଚେନ୍ ବଜାୟ ରଖିବା ବହୁତ କଷ୍ଟ। ଟିକା ନେଇ ଲୋକଙ୍କୁ ଦିଆଯିବା ପର୍ଯ୍ୟନ୍ତ ଏତେ ଥଣ୍ଡା ପରିବେଶରେ ଟିକା ରଖିବାକୁ ପଡ଼ିବ। ତେଣୁ ଏହା ଏକ […]

  • Thursday, 01 July 2021
coronavirus
ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ବ୍ୟାପୁଛି କରୋନା

ୱାଶିଂଟନ: କରୋନା ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ଏହି ମହାମାରୀ ଦ୍ରୁତ ଗତିରେ ବଢୁଛି। ଏହି ସବୁ ସ୍ଥାନକୁ ଯାଇଥିବା ଲୋକେ ସୁପର୍ ସ୍ପ୍ରେଡର୍ ପାଲଟିଛନ୍ତି। ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟି ଓ ନର୍ଥେଓ୍ୱଷ୍ଟର୍ଣ୍ଣ ୟୁନିଭରସିଟିର ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରାୟ ୧ କୋଟି ଲୋକଙ୍କ ସଂପର୍କରେ ଡାଟା ସଂଗ୍ରହ କରାଯାଇଥିଲା। ସେମାନେ କେଉଁ ଜାଗାକୁ ଯାଇଥିଲେ, କେତେ ସମୟ ରହିଥିଲେ, କାହା କାହା ସଂସ୍ପର୍ଶରେ ଆସିଥିଲେ, […]

  • Thursday, 01 July 2021
fish
କରୋନା ଭାଇରସ୍‌ ଥିବା ଦର୍ଶାଇ ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା

ନୂଆଦିଲ୍ଲୀ: ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା। ଭାରତୀୟ ମାଛରେ କରୋନା ଭାଇରସ ଥିବା ଦର୍ଶାଇ ଚାଇନା ମାଛ ଆମଦାନୀ ଉପରେ ରୋକ ଲଗାଇଛି। ଚାଇନା କଷ୍ଟମ ଅଫିସରଙ୍କ କହିବା ଅନୁଯାୟୀ ୩ଟି ସାମ୍ପଲରେ କରୋନା ଭାଇରସ ଜଣାପଡ଼ିଥିଲା। ଏହାପରେ ମାଛ ଆମଦାନୀ ଉପରେ ଅସ୍ଥାୟୀ ବ୍ୟାନ ଲଗାଯାଇଛି। ସୂଚନା ଅନୁସାରେ, ନଭେମ୍ବର ୧୧ ବା ଗତକାଲି ଭାରତର ବାସୁ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମାଛର ସାମ୍ପଲ ଟେଷ୍ଟ କରିବା ପରେ କରୋନା ପଜିଟିଭ୍ ଚିହ୍ନଟ […]

  • Thursday, 01 July 2021
coronavirus
ଶୀତରେ ବଢ଼ୁଛି କି ପଜିଟିଭ୍ ସଂଖ୍ୟା ? ଆଜି ଚିହ୍ନଟ ହେଲେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ନିକଟରେ ଭାରତରେ କରୋନା ସଂକ୍ରମଣ କମିଥିଲା। ଦୈନିକ ୪୦ ହଜାର ତଳକୁ ପଜିଟିଭ୍ ଚିହ୍ନଟ ହେଉଥିଲା। କିନ୍ତୁ ଶୀତ ଆସିବା ପରେ ପଜିଟିଭ୍‌ ସଂଖ୍ୟାରେ ବୃଦ୍ଧି ହେଉଛି। ଦୈନିକ ୪୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୪,୬୮୪ ପଜିଟିଭି ଚିହ୍ନଟ ହୋଇଛନ୍ତି। ଫଳରେ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୭୩, ୪୭୯ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୨୦ ମୃତ୍ୟୁ […]

  • Thursday, 01 July 2021
maharatsra
ନଭେମ୍ୱର ୧୬ରୁ ଏଇ ରାଜ୍ୟରେ ଖୋଲିବ ମନ୍ଦିର

ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ଉଦ୍ଧବ ସରକରା। ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ […]

  • Thursday, 01 July 2021
beef
ଗୋମାଂସ ଓ ଚିଙ୍ଗୁଡ଼ି ପ୍ୟାକେଟ୍‌ରେ କରୋନା ଭାଇରସ; ଚାଇନାରେ ସତର୍କତା

ବେଜିଂ: ପ୍ୟାକେଟ୍‌ ଗୋମାଂସ ଓ ଚିଙ୍ଗୁଡ଼ିରେ କରୋନା ଭାଇରସ ଥିବା ଜଣାପଡ଼ିବା ପରେ ଚାଇନା ସତର୍କତା ଦେଖାଇଛି। ବ୍ରାଜିଲ୍‌ରୁ ଆସିଥିବା ବିଫ୍‌ ଓ ସାଉଦି ଆରବରୁ ଆସିଥିବା ଚିଙ୍ଗୁଡ଼ିରେ ଏହି ଭାଇରସ ଥିବା ଜଣାପଡ଼ିଛି। ଯଦିଓ ଥଣ୍ଡା ଖାଦ୍ୟରେ କରୋନା ବିପଦ କମ୍‌ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି, ତେବେ ବିଦେଶରୁ ଶୀତଳ ଯନ୍ତ୍ରରେ ରହି ଆସୁଥିବା ମାଂସରେ ପଜିଟିଭ୍ ଚିହ୍ନଟ ହୋଇଛି। ରୟଟର୍ସର ଖବର ଅନୁସାରେ ବ୍ରାଜିଲ୍‌ରୁ ଉହାନ ସହରକୁ ଆସିଥିବା ବରଫ ଦିଆ […]

  • Thursday, 01 July 2021
coronavirus
ଶନିବାର ସୁଦ୍ଧା ଦେଶରେ କରୋନା ସୁସ୍ଥ ହାର ୯୩.୦୯ %

ନୂଆଦିଲ୍ଲୀ: ଶନିବାର ଦେଶରେ ୪୧,୧୦୦ କରୋନା ଭାଇରସ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍‌ୟା ୮୮,୧୪,୫୭୯ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟାରେ ୪୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧,୨୯,୬୩୫ ହୋଇଛି। ସେହିପରି ସକ୍ରିୟ ସଂଖ୍ୟାରୁ ଦିନକରେ ୧୫୦୩ କମିଥିବାରୁ ମୋଟ ସକ୍ରିୟ ସଂଖ୍ୟା ୪, ୭୯, ୨୧୬ ହୋଇଛି। ସେହିଭଳି ୨୪ ଘଣ୍ଟାରେ ୪୨,୧୫୮ ସୁସ୍ଥ […]

  • Thursday, 01 July 2021
soumitra-charajee
ପ୍ରଖ୍ୟାତ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା: ବର୍ଷ ୨୦୨୦ ପୁଣି ଜଣେ କିମ୍ବଦନ୍ତି କଳାକାରଙ୍କୁ ଆମ ଗହଣରୁ ଛଡ଼ାଇ ନେଇଛି। ସେ ହେଲେ ପ୍ରଖ୍ୟାତ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀ। କୋଲକାତାରେ ଘରୋଇ ନର୍ସିଂ ହୋମ୍‌ ବେଲ୍ଲେ ଭ୍ୟୁ କ୍ଲିନ୍‌କରେ ଚିକିତ୍ସା ଚାଲିଥିବା ବେଳେ ଆଜି ଦିନ ୧୨: ୧୫ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ନେଇ ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ଅକ୍ଟୋବର ୬ ତାରିଖରେ ସୌମିତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। […]

  • Thursday, 01 July 2021
birn-sing
ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏ ନେଇ ସେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରୁହନ୍ତୁ।” I have tested positive for COVID-19. I request all those who came in close contact with […]

  • Thursday, 01 July 2021
corona
ଚିନ୍ତା ବଢାଇଲା ଦିଲ୍ଲୀରେ କରୋନା ସଂକ୍ରମଣ, ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୩ ହଜାର ୨୩୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଦିନକରେ ୯୫ […]

  • Thursday, 01 July 2021
ahamda-patel
ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ

ନୂଆଦିଲ୍ଲୀ: ଆଇସିୟୁରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ। ଅକ୍ଟୋବର ପ୍ରଥମ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବେଠାରୁ ଡାକ୍ତରଙ୍କ ଚିକିତ୍ସାରେ ରହୁଥିଲେ ଅହମଦ। କିନ୍ତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗରୁତର ହେବାରୁ ତାଙ୍କୁ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏନେଇ ଆଜି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୭୧ ବର୍ଷୀୟ ଅହମଦ ଅକ୍ଟୋବର ୧ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟ୍ୱିଟ୍ କରି […]

  • Thursday, 01 July 2021
delhi
ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ; ପ୍ରତି ଘଣ୍ଟାରେ ଯାଉଛି ୪ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ସଙ୍ଗୀନ ହେଲାଣି କରୋନା ସ୍ଥିତି । ପ୍ରତି ୧ ଘଣ୍ଟାରେ ଯାଉଛି ୪ ଜଣଙ୍କ ଜୀବନ। ଗତ ୧ ସପ୍ତାହ ହେଲା ରାଜଧାନୀରେ ଏଭଳି ସ୍ଥିତି ଜାରି ରହିଛି । ରବିବାର ଗୋଟିଏ ଦିନରେ ୯୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ରବିବାର ଦିଲ୍ଲୀରେ ମୋଟ ୨୧ ହଜାର ୯୮ଟି ଟେଷ୍ଟ ହୋଇଥିବା ବେଳେ ୩ ହଜାର ୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୧୫ ଦିନ […]

  • Thursday, 01 July 2021
1
୩୦ ହଜାର ତଳକୁ ଖସିଲା ଦୈନିକ କରୋନା ପଜିଟିଭ୍ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨୯,୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୭୪,୨୯୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୩୦,୫୧୯ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ସକ୍ରିୟ ସଂଖ୍ୟାରେ ୧୨,୦୭୭ କମି ମୋଟ ସକ୍ରିୟ ସଂଖ୍ୟା ୪,୫୩,୪୦୧ ରହିଛି। ଦିନକରେ ସୁସ୍ଥ ହୋଇଛନ୍ତି ୪୦,୭୯୧। ଫଳରେ […]

  • Thursday, 01 July 2021
vaccine
ଜାନୁଆରୀରେ ଆସିପାରେ କୋଭିଡ୍ ଟିକା

ଭୁବନେଶ୍ୱର: ଜାନୁଆରୀରେ ଆସିପାରେ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଭି. କେ. ପଲ୍। ସେ କହିଛନ୍ତି ଅକ୍ସଫୋର୍ଡ, ଆଷ୍ଟ୍ରାଜେନେକା ଓ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ଫେଜ-୩ ପଞ୍ଜୀକରଣ ସରିଛି । ଆମ ଦେଶରେ ଯେଉଁ ଫେଜ୍-୩ ପରୀକ୍ଷା ହୋଇଛି ତାହାର ଫଳାଫଳ ଜାନୁଆରୀରେ ଜଣାପଡ଼ିବ । ତେବେ ଏହି ଟିକା ଅନ୍ୟ ଦେଶରେ ମଧ୍ୟ ପରୀକ୍ଷା ଚାଲିଛି। […]

  • Thursday, 01 July 2021