• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସାଇକେଲ ଚଲାଇବା ଦ୍ୱାରା ମାଂସପେଶୀ ଏବଂ ହାଡ଼ ମଜବୁତ ହୁଏ

  • ସାଇକେଲ ଚଲାଇବା ଦ୍ୱାରା ଶରୀରର ଓଜନ କମିଥାଏ

ସ୍ୱାସ୍ଥ୍ୟ ହିଁ ସଂପଦ,ଶରୀର ସୁସ୍ଥ ରହିବା ପାଇଁ ବ୍ୟାୟାମ କରିବା ନିତ୍ୟାନ୍ତ ଜରୁରୀ ଅଟେ । ପ୍ରତିଦିନ ସକାଳୁ ସାଇକେଲ ଚଲାଇବା ଏକ ବଡ଼ ବ୍ୟାୟାମ୍ ଅଟେ । ଶରୀର ପାଇଁ ଏହା ବହୁତ ଲାଭଦାୟକ ଅଟେ । ପ୍ରତିଦିନ ୩୦ ମିନିଟରୁ ଅଧିକ ସାଇକେଲ ଚଲାଇବା ଦ୍ୱାରା ଶରୀରରେ ଓଜନ କମ୍ ହେବା ସହିତ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଯାଇଥାଏ । ତେବେ ଚାଲନ୍ତୁ ଜାଣିବା ପ୍ରତିଦିନ ସାଇକେଲ ଚଲାଇଲେ କଣ ମିଳିବ ଫାଇଦା ।

  • ପ୍ରତିଦିନ ସାଇକେଲ ଚଲାଇବା ଦ୍ୱାରା ମାଂସପେଶୀ ଏବଂ ହାଡ଼ ମଜବୁତ ହୋଇଥାଏ । ସାଇକେଲ ଚଲାଇବା ଗୋଡ଼ ପାଇଁ ଭଲ ବ୍ୟାୟାମ ହୋଇଥାଏ । ଏହା ମାଂସପେଶୀ ଏବଂ ହାଡକୁ ମଜବୁତ ରଖିଥାଏ । ତେଣୁ ଶିଶୁଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉନ୍ନତ ଶାରୀରିକ ବିକାଶ ପାଇଁ ସାଇକେଲ ଚଳାଇବା ଉଚିତ୍ ।
  • ପ୍ରତିଦିନ ସାଇକେଲ ଚଲାଇବା ହୃତପିଣ୍ଡ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ  ।  ଦୈନିକ ୩୦ ମିନିଟ୍ ସାଇକେଲ ଚଲାଇବା ଲାଭଦାୟକ ହୋଇଥାଏ । ଦୈନିକ ସାଇକେଲ ଚଲାଇବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ ଓ ହୃଦୟର ସ୍ପନ୍ଦନ ଶୀଘ୍ର ସଞ୍ଚାଳନ ହୋଇଥାଏ ।
  • ଦୈନିକ ସାଇକେଲ ଚଲାଇବା ଲାଭଦାୟକ ହୋଇଥାଏ । ପ୍ରତିଦିନ ସାଇକେଲ ଚଲାଇବା ଦ୍ୱାରା ଶରୀରର ଓଜନ କମିଥାଏ । ଏହା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଦୈନିକ ୨୦ରୁ ୩୦ ମିନିଟ ସାଇକେଲ ଚଲାଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ୍ ଷ୍ଟ୍ରଙ୍ଗ୍ ହୋଇଥାଏ ।
  • ସାଇକେଲ ଚଲାଇବା ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।
  • ବିଶେଷଜ୍ଞଙ୍କ ଅନୁଯାୟୀ, ଦିନକୁ ୩୦ ମିନିଟ୍ ସାଇକେଲ ଚଳାଇବା ଦ୍ୱାରା ରୋଗ ହେବାର ଆଶଙ୍କା ୫୦ ପ୍ରତିଶତ କମିଯାଇଥାଏ ।  ଥଣ୍ଡା, କାଶ ଏବଂ ଅନ୍ୟାନ ଋତୁ କାଳୀନ ରୋଗରୁ ରକ୍ଷା ମିଳିଥାଏ ।
  • ସାଇକେଲ ଚଲାଇବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଏ । ଦୈନିକ ସାଇକେଲ ଚଲାଇବା ଦ୍ୱାରା ମନ ଓ ଶରୀରକୁ ଆରାମ ମିଳିଥାଏ । ଏହା ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଓ ମସ୍ତିଷ୍କ ଉତ୍ତମ ଉପାୟରେ କାମ କରିଥାଏ ।
  • ପ୍ରତିଦିନ ସାଇକେଲ ଚଲାଇବା ଦ୍ୱାରା ଭଲ ନିଦ ହୋଇଥାଏ ଓ ମସ୍ତିଷ୍କକୁ ଆରାମ ମିଳିଥାଏ ।