• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହାଡକୁ ମଜବୁତ୍ ରଖିବା ପାଇଁ ଏସିଡ଼ିଟି ସମ୍ବନ୍ଧିୟ ଔଷଧ କମ୍ ଖାଇବା ଆବଶ୍ୟକ

  • ହାଡ଼କୁ ସୁସ୍ଥ ରଖିବା ପାଇଁ ଅଧିକ ଚିନ୍ତା ଠିକ ନୁହେଁ

ସୁସ୍ଥ ଶରୀର ପାଇଁ ହାଡ଼ ମଜବୁତ୍ ରହିବା ଦରକାର । ମଣିଷର ହାଡ଼ ୨୫ ବର୍ଷ ପର୍ଯ୍ୟନ୍ତ ମଜବୁତ ରହିଥାଏ । ଏହାପରେ ଶରୀରରେ କ୍ୟାଲସିୟମ କମିବାକୁ ଲାଗିଥାଏ । କ୍ୟାଲସିୟମ ଅଭାବରୁ ଆପଣ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । ଛୋଟ ପିଲାଙ୍କ ଶରୀରରେ ହାଡ଼ର ବିକାଶ କରିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ ଓ ଭିଟାମିନ-ଡି ର ସଠିକ ମାତ୍ର ମଧ୍ୟ ଦେବା ଉଚିତ । ଭିଟାମିନ ଡି କ୍ୟାଲସିୟମକୁ ସଠିକ ମାତ୍ରାରେ ଶରୀରରେ ପହଞ୍ଚାଇବା ପାଇଁ କାମ କରିଥାଏ । ହାଡ଼କୁ ମଜବୁତ କରିବା ପାଇଁ ଏହି ସବୁ ଉପାୟ ଅବଲମ୍ବୋନ କରନ୍ତୁ ।

  • ହାଡ଼କୁ ମଜବୁତ କରିବା ପାଇଁ ପ୍ରୋଟିନ ସୀମିତ ମାତ୍ରାରେ ସେବନ କରିବା ଉଚିତ । ଅଧିକ ମାତ୍ରାରେ ପ୍ରୋଟିନ ସେବନ କରିବା ଦ୍ୱାରା ଏସିଡ଼ିଟି ହୋଇଥାଏ ଓ କ୍ୟାଲସିୟମ ପରିସ୍ରା ଜରିଆରେ ଶରୀରରୁ ବାହାରି ଯାଇଥାଏ l ଅଧିକ ପ୍ରୋଟିନ ସେବନ ହାଡ଼କୁ କ୍ଷତି କରିଥାଏ ।
  • ହାଡକୁ ମଜବୁତ୍ ରଖିବା ପାଇଁ ଏସିଡ଼ିଟି ସମ୍ବନ୍ଧିୟ ଔଷଧ କମ୍ ଖାଇବା ଆବଶ୍ୟକ । ଏସିଡ଼ିଟି ଔଷଧ ଅଧିକ ଖାଇଲେ ଶରୀରରେ କମ୍ ପରିମାଣର ଏସିଡ ସକ୍ରିୟ ହୋଇଥାଏ । ଯେବେକି କ୍ୟାଲସିୟମ,ମଗ୍ନେଶୀୟମ ଓ ଜିଙ୍କ ଭଳି ଖଣିଜ ପଦାର୍ଥକୁ ଅବଶୋସିତ କରିବା ପାଇଁ ଏସିଡ଼ ଆବଶ୍ୟକ ହୋଇଥାଏ ।
  • କାଫିନ ଠାରୁ ଦୁରେଇ ରୁହନ୍ତୁ । ହାଡ଼କୁ ମଜବୁତ କରିବା ପାଇଁ ଆପଣଙ୍କୁ କାଫିନ ଠାରୁ ଦୁରେଇ ରହିବା ଆବଶ୍ୟକ । କାଫିନ ସେବନ କରୁଥିବା ବ୍ୟକ୍ତିଙ୍କୁ କ୍ୟାଲସିୟମ ଅଧିକ ଆବଶ୍ୟକ ହୋଇଥାଏ ।
  • ଚିନ୍ତା ଓ ଚାପ ଠାରୁ ଦୁରେଇ ରହିବା ଆବଶ୍ୟକ । ହାଡ଼କୁ ସୁସ୍ଥ ରଖିବା ପାଇଁ ଅଧିକ ଚିନ୍ତା ଠିକ ନୁହେଁ । ଏହାଦ୍ୱାରା ହାଡ଼ କ୍ଷତି ଗ୍ରସ୍ତ ହୋଇଥାଏ । ଷ୍ଟ୍ରେସ କାରଣରୁ ଶରୀରରେ କାର୍ତିସୋଲ ହର୍ମୋନ ବଢିଥାଏ , ଯେଉଁ କାରଣରୁ ବ୍ଲଡ଼ ସୁଗାର ସ୍ତର ବଢିଥାଏ । ଏହି କାରଣରୁ ଝାଡା ଓ ପରିସ୍ରା ସାହାଯ୍ୟରେ କ୍ୟାଲସିୟମ ଶରୀରରୁ ବାହାରି ଯାଇଥାଏ ।
  • କ୍ୟାଲସିୟମ କମିବା ଦ୍ୱାରା ଅଷ୍ଟ୍ରିୟ ପରୋସିସ,କୋଲନ କ୍ୟାନ୍ସର,ହାର୍ଟ ସମସ୍ୟା ,ହାଇ ବ୍ଲଡ଼ ପ୍ରେସର ସମସ୍ୟା ଦେଖାଦିଏ ।