• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Balabhadra Pahandi
ମୁଣ୍ଡରେ ଟାହିଆ ଲାଗିଛି, ବଡ଼ଠାକୁରଙ୍କର ପହଣ୍ଡି ଚାଲିଛି

ଠାକୁରଙ୍କ ସାଙ୍ଗେ ଆସୁଛି କଳା ଛତ୍ର। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ଏହାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ

Pahandi
ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି: ବଡ଼ଦାଣ୍ଡକୁ ବିଜେ ହେଲେ ସୁଦର୍ଶନ ମହାପ୍ରଭୁ

ଶ୍ରୀଜିଉଙ୍କର ଆରମ୍ଭ ହେଲା ପହଣ୍ଡି। ଅପେକ୍ଷାର ହେଲା ଅନ୍ତ। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସୁଦର୍ଶନ। ସାତ ପାହାଚ ଓ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେଉଛନ୍ତି ସୁଦର୍ଶନ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀଜିଉ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହେଲା ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିବେ ବଡ଼ଦାଣ୍ଡକୁ। ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି।

Ratha Yatra
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା: ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜିଉ

ପ୍ରଥମେ ସୁଦର୍ଶନ ମହାପ୍ରଭୁ, ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ। ସାତ ପାହାଚ ନିକଟରେ ଦୁଇ ଭାଇଙ୍କୁ ଟାହିଆ ଲାଗି ହେବ। ଗୋଟିଏ ପୁଅ ନୃତ୍ୟରେ ପ୍ରକମ୍ପିତ ହେଉଥିବ ପୂରା ବଡ଼ଦାଣ୍ଡ। ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ହେବ ବୋଲି ଆଶା ରଖାଯାଇଛି। ତେବେ ଦେଖାଯାଉ କେତେ ବେଳେ ଆସିବ ସେହି ଶୁଭ ମୁହର୍ତ୍ତ।

Ratha Jatra
ରାତି ପାହିଲେ ଘୋଷଯାତ୍ରା: ପତିତଜନଙ୍କୁ ଉଦ୍ଧାର କରିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ...

ଇତିହାସର ପୁନରାବୃତ୍ତି। ପୁଣି ଭକ୍ତ ବିନା ଘୋଷଯାତ୍ରାରେ ବାହାରିବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତଥର ଭଳି ଏଥର ବି ଭକ୍ତବିନା ବଡ଼ାଦଣ୍ଡରେ ଗଡ଼ିବ ତିନି ରଥ। କାଲି ପ୍ରତ୍ୟୁଷରୁ ଯାତ୍ରା ପାଇଁ ଶ୍ରୀଜିଉ ସଜବାଜ ହେଉଥିବା ବେଳେ ଏପଟେ କିନ୍ତୁ ଚର୍ମନେତ୍ରରେ ଦର୍ଶନରୁ ପୁଣି ବଞ୍ଚିତ ହେବାକୁ ଯାଉଥିବାରୁ କାନ୍ଦି ଉଠିଛି ଭକ୍ତ ପ୍ରାଣ।

Ratha Jatra
ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ।

lord jagannath
ଗର୍ଭଗୃହର ହେବ ନାହିଁ ଲେଜର ସ୍କାନିଂ

ଶ୍ରୀଗୁଣ୍ଡିଚା ଯାତ୍ରା ପରେ ହେବ ଶ୍ରୀମନ୍ଦିରର ଲେଜର ସ୍କାନିଂ । ଏଏସ୍‌ଆଇ ବୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଆଦିର ଅନୁଧ୍ୟାନ କରାଯିିବ ଶ୍ରୀଗୁଣ୍ଡିଚା ପରଦିନ ।

Rain In Puri
କାଲି ଘୋଷଯାତ୍ରା: ଆଜି ପୁରୀରେ ହେଉଛି ବର୍ଷା

କେବଳ ଏତିକି ନୁହେଁ ବରଂ ଶ୍ରୀଜିଉଙ୍କ ଆଜି ଅନେକ ନୀତିକାନ୍ତି ରହିଛି। ସୂଚନା ଅନୁସାରେ, ଆଜି ରାତିରୁ ହିଁ ଠାକୁରଙ୍କ ଦେହରେ ସେନା ପଟ୍ଟାଲାଗି ହେବ। ଏହି କାମ ସମୟ ସାପେକ୍ଷ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଏହାସହ ଆସନ୍ତାକାଲି ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ନୀତିକାନ୍ତି ସବୁ ସରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। ଏପଟେ, ଶ୍ରୀଜିଉଙ୍କ ଟାହିଆ ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ମୋଟ୍‌ ଉପରେ ବର୍ଷା ବି ବାଧକ ସାଜିପାରିନାହିଁ ରଥ କାମରେ।

Ratha Jatra
ରାତି ପାହିଲେ ଘୋଷଯାତ୍ରା: ପତିତଜନଙ୍କୁ ଉଦ୍ଧାର କରିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ...

ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିବ, କିନ୍ତୁ ରଥାରୁଢ଼ ଦିଅଁ କି ତାଙ୍କ ଦିବ୍ୟରଥକୁ ଚର୍ମ ନେତ୍ରରେ ଦେଖି ପାରିବନି ଭକ୍ତ। ଭକ୍ତଟିଏ ପାଇଁ ୟାଠୁ ବଳି କଷ୍ଟ ଆଉ କଣ ବା ହେଇପାରେ? ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ନବଦିନାତ୍ମ ଯାତ୍ରା ଲାଗି ସଜେଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ହେଲେ ଉଣା କେବଳ ଭକ୍ତର ସେ ଦୁଇ ଚର୍ମନେତ୍ର ଓ ରଥାରୁଢ଼ ତିନିଠାକୁରଙ୍କ ସେ ଚକାନୟନ ମଧ୍ୟରେ ଅପୂର୍ବ ମିଳନର ଦୃଶ୍ୟ। କରୋନା କଟକଣା ଭିତରେ ଏ ବର୍ଷ ବି ହେବ ରଥଯାତ୍ରା

Ratha Yatra
ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । 

Puri Sankaracharya
ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି, ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ କ୍ରିଷନ କୁମାର

ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ପରିସରରେ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରଥଯାତ୍ରା ସୁରକ୍ଷା ନେଇ ବ୍ୟାପକ ଆଲୋଚନା ହୋଇଥିଲା ।

Ratha jatra
ଏହି ସ୍ଥାନରୁ ତୁଳସୀ ଗଲେ ମହାପ୍ରଭୁଙ୍କର ହୁଏ ନୀତିକାନ୍ତି

ନାମ ସଂକୀର୍ତନ ଚାଲିଛି । ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ କେବଳ ସୁବୁଛି ହରିନାମ। ନାମ ସଂକୀର୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଥିବା ଭକ୍ତ ଶିରୋମଣୀ ଦାସିଆ ବାଉରୀଙ୍କ ପୀଠରେ । ଭକ୍ତ ଦାସିଆଙ୍କ ଛୋଟ କୁଡ଼ିଆଟି ପରିଣତ ହୋଇଛି ଏକ ଆଶ୍ରମରେ । ଯେଉଁଠି ରହିଛି ଦାସିଆଙ୍କ ସମାଧି ପୀଠ । ପୀଠର ମୂଖ୍ୟ ସ୍ଥଳକୁ ଛାଡ଼ିଦେଲେ ରହିଛି ଏକ ତୁଳସୀ ଉଦ୍ୟାନ

Puri
ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ

ସିଂହଦ୍ୱାର ସାମ୍ନାରେ ଲାଗିଛି ୩ ରଥ। ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲ। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ସାମ୍ନାକୁ ଆଣିଥିଲେ।

Rath jatra
ରଥ ପ୍ରସ୍ତୁତ,ପଥ ପ୍ରସ୍ତୁତ

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।

puri
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ଏହାସହ ସ୍ନାନମଣ୍ଡପକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ନେଇ ଯାଇଥିବା ସେବାୟତଙ୍କୁ ମଧ୍ୟ ନୋଟିସ୍ ପଠା ଯାଇଛି। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀକୁ ବିଧାୟକ ଯାଇଥିଲେ। ା ସ୍ନାନମଣ୍ଡପକୁ ଯିବା ଘଟଣାକୁ ନେଇ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି,“ଏହା ଫାଲତୁ କଥା। ମୁଁ […]

jagannath temple
ଜ୍ୱର ଉପଶମ ପାଇଁ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଚାଲିଛି। ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଛି। ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ମଧ୍ୟାହ୍ନ ଧୂପ ପରେ ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଇବେ। ଆଜି ଷଷ୍ଠୀଠୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ […]

puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହେବ ଫୁଲୁରି ତେଲ

ପୁରୀ(ମଧୁସୂଦନ ମିଶ୍ର): ଦିବ୍ୟସ୍ନାନ ପରେ ଜ୍ୱରରେ ପଡ଼ିଥିବା ଶ୍ରୀଜିଉଙ୍କର ଅଣସର ଘରେ ଚାଲିଛି ଗୁପ୍ତ ସେବା। ଆଜି ଅଣସର ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ଜ୍ୱର କିଛି ମାତ୍ରାରେ ଉପଶମ ହେବ ବୋଲି ବିଶ୍ୱାସ ରହିଛି। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରି ତେଲ ପ୍ରସ୍ତୁତ କରାଯାଇଛି। ଘସାପେଡ଼ା ରାଶିତେଲ, ସୁବାସିତ ଫୁଲ ଓ ଔଷଧୀୟ ଚେରମୂଳିରୁ ଏହି ତେଲ ପ୍ରସ୍ତୁତ କରାଯାଇଥାଏ। ଦଇତାପତିମାନେ ଏହି ଫୁଲୁରି ତେଲକୁ […]

  • Sunday, 11 July 2021
puri
ଜାଣନ୍ତି କି ଗଜାନନ ବେଶରେ କାହିଁକି ଦର୍ଶନ ଦିଅନ୍ତି ମହାପ୍ରଭୁ?

ଭୁବେନେଶ୍ୱର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ। ଏହାପରେ କାଲିଠୁ ଜ୍ୱରରେ ପଡ଼ିବେ। ହେଲେ ଅଣସରକୁ ଯିବା ଆଗରୁ ଏମିତି ମନଲୋଭା ବେଶରେ ଦର୍ଶନ ଦେବ ଯେ, ଦେଖିଲା ଲୋକର ମନ ଲାଖିଯିବ। ଏହି ବେଶଟି ହେଉଛି, ଗଜାନନ ବା ଗଣପତି ବେଶ। ଏହି ବେଶ ପଛରେ ୨ଟି ସୁନ୍ଦର କଥା ଶୁଣିବାକୁ ମିଳେ। ଗବେଷଣା କହେ, ପଞ୍ଚଦେବତା (ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ଓ ସୂର୍ଯ୍ୟ) […]

  • Sunday, 11 July 2021
puri 1
ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିଛନ୍ତି ଚତୁର୍ଦ୍ଧା ମୂରତି। ଶ୍ରୀଜିଉଙ୍କ ସ୍ନାନନୀତି ଓ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଅନ୍ୟପକ୍ଷେ, ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ସାରା ସହରରେ ୪୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଜଣ କମାଣ୍ଡାଣ୍ଟ, ୯ଜଣ ଡେପୁଟି କମାଣ୍ଡାଣ୍ଟ, ୧୬ଜଣ ଡିଏସ୍‌ପି […]

puri
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ: ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିଛନ୍ତି ଚତୁର୍ଦ୍ଧା ମୂରତି।ମଙ୍ଗଳ ଆଳତୀ ପରେ ଧାଡ଼ି ପହଣ୍ଡିରେ ଜଣକ ପରେ ଜଣେ ଆସି ସ୍ନାନବେଦୀକୁ ବିରାଜିଛନ୍ତି। ପ୍ରଥମେ ପ୍ରଭୁ ସୁଦର୍ଶନ, ଏହାପରେ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ବିରାଜମାନ କରିଛନ୍ତି।   ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ସ୍ନାନ ବେଦୀରେ ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସରିବା […]

Ratha Jatra
ରାତିରେ ରଥଖଳା

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ। ସରିଲାଣି କପଡ଼ା ଲଗା। ଦୁଇଦିନ ପରେ ମହାପ୍ରଭୁ ବାହାରିବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ। ରାତିରେ ରଥଖଳାରୁ ତିନି ରଥର ଦର୍ଶନ କରି ମୁଣ୍ଡିଆ ମାରନ୍ତୁ

Ratha Jatra
ଦିନକ ପରେ ବଡ଼ଦାଣ୍ଡକୁ ଚାଲି ଆସିବେ ମହାପ୍ରଭୁ: ସୁରକ୍ଷା ପାଇଁ ମୁତୟନ ହେବେ ୬୫ ପ୍ଲାଟୁନ୍‌ ଫୋର୍ସ

ଅପେକ୍ଷା ଆଉ ମାତ୍ର ଦିନକର। ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ତିନି ରଥ। ପତିତଜନଙ୍କ ଉଦ୍ଧାର ଲାଗି ବଡ଼ ଦେଉଳର ରତ୍ନ ସିଂହାସନରୁ ଆସି ରଥାରୁଢ଼ ହେବା ପରେ ଜନ୍ମବେଦୀରେ ବିଜେ ହେବେ ଚତୁର୍ଦ୍ଧାମୁରତି। ଗତବର୍ଷ ଭଳି ଏ ବର୍ଷ ବି କରୋନା କଟକଣା ଭିତରେ ଆୟୋଜିତ ହେଉଥିବା ଐତିହାସିକ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ

sunabesh
କାଳିଆର ରାଜବେଶରେ ସବୁ ସୁନା, ଗୋଟିଏ ରୂପା...ଜାଣନ୍ତି ତାହା କ’ଣ ?

ପୁରୀ: ବଡ଼ ଦେଉଳରେ ବାରମାସରେ ତେର ପର୍ବ। କେତେ ରୂପରେ, କେତେ ବେଶରେ ସଜେଇ ହୁଅନ୍ତି ଠାକୁର। ସବୁ ସେଇ ଭକ୍ତଙ୍କ ପାଇଁ। ଆଜି ରଥ ଉପରେ ତିନି ଠାକୁରଙ୍କ ବେଶ ହେବ ସୁନାରେ। ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା.. ଜଗନ୍ନାଥଙ୍କର ଅନେକ ବେଶ। ତା ମଧ୍ୟରୁ ସୁନାବେଶ ଗୋଟିଏ। ଦୈନନ୍ଦିନ ପର୍ବପର୍ବାଣିରେ ଠାକୁର ପିନ୍ଧନ୍ତି ସୂତାବସ୍ତ୍ର, ପାଟବସ୍ତ୍ର, ଫୁଲ, […]

  • Saturday, 10 July 2021
anubbhuti-je-jaganath-{-mihir}
ତୋ ବିନା କିଏ ଚିହ୍ନି ପାରେ ଭୋକିଲା ପେଟର ବ୍ୟଥା...

ପକେଟ୍‌ରେ ୨ଶ ଟଙ୍କା। ବିନା ଟିକେଟରେ କେ.ପି(ଖୋର୍ଦ୍ଧାରୋଡରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ୍‌)ରେ ଖୋର୍ଦ୍ଧା ରୋଡ୍‌ରୁ ପୁରୀ। ଖରା ଜୋର୍‌ ଥାଏ। ତଥାପି ଜଗା ଦର୍ଶନର ଆଶା ମନକୁ ଆଚ୍ଛାଦିତ କରି ରଖିଥାଏ ମେଘ ଭଳି। କିଛି କ୍ଷଣର ବିରାମ ପରେ ମୁଁ ମହାପ୍ରଭୁଙ୍କୁ ଦର୍ଶନ କରିବି, ମନର ଶୋଷ ମେଣ୍ଟିଯିବ। ଓଃ…. ମୁଁ ସେତେବେଳକୁ ପ୍ଲସ୍‌ ୨ ପଢୁଥାଏ। ରେଲୱେ ସ୍କୁଲରେ ପାଠ ପଢୁଥିବାରୁ ମୋ ଆଇକାର୍ଡକୁ ମୁଁ ଟ୍ରେନ୍‌ ପାସ୍‌ ବୋଲି ଭାବି ନେଇଥାଏ। […]

  • Saturday, 10 July 2021
BeFunky-collage (1)
ଭିନ୍ନ ଜଣେ ସାଲବେଗ, ଜଗନ୍ନାଥଙ୍କ ପାଇଁ ଗାଉଛନ୍ତି ଭଜନ

ଭୁବନେଶ୍ୱର: କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ ନନ୍ଦି ଘୋଷେ ଥିବ ରହି…।” ଭକ୍ତର ଯେ, କୌଣସି ଜାତି ଆଉ ଧର୍ମ ନ ଥାଏ ସେ କଥା ପ୍ରମାଣିତ ହୋଇଥିଲା ସେଦିନ। ଜାଣିଛନ୍ତି, ସାଲବେଗଙ୍କ ଭଳି […]

  • Saturday, 10 July 2021
three-chariots
ସିଂହଦ୍ୱାର ଅଭିମୁଖେ ଶ୍ରୀଜିଉ

ପୁରୀ: ସିଂହଦ୍ୱାର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ। ଘୋର ଘର୍ଘର ନାଦରେ ବଡଦାଣ୍ଡ କମ୍ପାଇ ଚାଲିଛି ରଥ। ଶଙ୍ଖ, ହୁଳହୁଳି, ଘଣ୍ଟଘଣ୍ଟା  ଶବ୍ଦରେ ଉଛୁଳୁଛି ସହର। ଜନସମୁଦ୍ର ବଡଦାଣ୍ଡରେ ତିନୋଟି ତରୀ ଭଳି ଭାସି ଭାସି ଯାଉଛନ୍ତି ତିନି ରଥ ତାଳଧ୍ୱଜ, ଦେବଦଳନ ଓ  ନନ୍ଦିଘୋଷ । ପଛରେ ରହିଗଲାଣି ଗୁଣ୍ଡିଚା ମନ୍ଦିର। ସବା ଆଗରେ ବଳଭଦ୍ର। ମଝିରେ ଚାଲିଛି ଦେବ ଦଳନ । ପଛରେ ଗହଳ ଲଗାଇ ଆସୁଛି କାଳିଆ ରାଜା ନନ୍ଦିଘୋଷରେ। ଆଜି ଭୋର ୪ଟାରୁ […]

  • Saturday, 10 July 2021