Advertisment

International Day for Biological Diversity: ଯାହା ପାଇଁ ଆମ ପେଟ ପୂରେ ଆମେ ତାକୁ ଭୁଲି ଯାଉଛେ

ଯାହାର ବାୟୁକୁ ଆମେ ଶ୍ୱାସରେ ନେଉ, ଯାହା ପାଇଁ ଆମ ପେଟ ପୂରେ, ଯିଏ ଅଛି ବୋଲି ଆମେ ଚିକିତ୍ସା ପାଇଁ ଔଷଧ ପାଉଛେ ଆମେ ତାକୁ ଭୁଲିଯାଉଛେ। ପ୍ରଦୂଷଣ ବୃଦ୍ଧି ଏବଂ ଜଳବାୟୁ ସଙ୍କଟ ପ୍ରକୃତିକୁ ନଷ୍ଟ କରିଚାଲିଛି। ପ୍ରକୃତି ବିରୋଧରେ ଚାଲିଥିବା ଏହି ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
International Day for Biological Diversity 2023

International Day for Biological Diversity

ଆଜିର ବ୍ୟସ୍ତବହୁଳ ସମୟରୁ ସମସ୍ତେ କିଛି ନା କିଛି ସମୟ ବାହାର କରି ପ୍ରକୃତି କୋଳରେ ଦେବା ଉଚିତ। ଯୁଗ ଯୁଗ ଧରି ମାନବ ସମାଜକୁ ଚଳାଇଆସୁଥିବା ପ୍ରକୃତି ଆଜି ଅଣଦେଖା ହେଉଛି। ଏଭଳି ପରିସ୍ଥିତିରେ ପ୍ରକୃତିର ଆବଶ୍ୟକତା ଉପଲବ୍ଧ କରିବା ନେଇ ପ୍ରତି ବର୍ଷ ମେ ୨୨ କୁ ‘ଜୈବ ବିବିଧତା ପାଇଁ ଆନ୍ତର୍ଜାତୀୟ ଦିବସ’ ପାଳନ କରାଯାଉଛି।

Advertisment

ଯାହାର ବାୟୁକୁ ଆମେ ଶ୍ୱାସରେ ନେଉ, ଯାହା ପାଇଁ ଆମ ପେଟ ପୂରେ, ଯିଏ ଅଛି ବୋଲି ଆମେ ଚିକିତ୍ସା ପାଇଁ ଔଷଧ ପାଉଛେ ଆମେ ତାକୁ ଭୁଲିଯାଉଛେ। ଏ ସବୁ ପାଇଁ ଆମେ ପ୍ରକୃତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥିଲେ ମଧ୍ୟ ଆମେ ପ୍ରତିଦିନ ଏପରି କାର୍ଯ୍ୟ କରୁଛେ, ଯାହା ଏହାର କ୍ଷତିର କାରଣ ହେଉଛି ଏବଂ ପୃଥିବୀର ପ୍ରତ୍ୟେକ ଦିଗକୁ ନଷ୍ଟ କରୁଛି।

ମିଳିତ ଜାତିସଂଘ ଅନୁଯାୟୀ ପ୍ରାୟ ଏକ ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଛି, ଏହାର କାରଣ ସାଜିଛି ବାସସ୍ଥାନ ନଷ୍ଟ ହେବା, ପ୍ରଦୂଷଣ ବୃଦ୍ଧି ଏବଂ ଜଳବାୟୁ ସଙ୍କଟ। ମିଳିତ ଜାତିସଂଘ କହିଛି ଯେ ପ୍ରକୃତି ବିରୋଧରେ ଚାଲିଥିବା ଏହି ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ହେବ।

Advertisment

ଇତିହାସ:

୧୯୯୩ ରେ ମିଳିତ ଜାତିସଂଘ ସାଧାରଣ ସଭାର ଦ୍ୱିତୀୟ ସମିତି ବୈଠକ ଠାରୁ ପ୍ରତିବର୍ଷ ୨୨ ମେ’ରେ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଏ। ଜୈବ ବିବିଧତାର ମହତ୍ତ୍ୱ ଏବଂ ଏହାର ସୁରକ୍ଷା ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ମିଳିତ ଜାତିସଂଘ ଏହି ଦିନ ଆରମ୍ଭ କରିଥିଲା।

ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଏ। ଏହି ବର୍ଷର ଥିମ୍‌ ହେଉଛି “ଚୁକ୍ତିନାମା ଠାରୁ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ: ଜୈବ ବିବିଧତା ନିର୍ମାଣ”।

ମହତ୍ତ୍ୱ:

ପୃଥିବୀର ସମସ୍ତ ଜୀବନର ଅସ୍ତିତ୍ୱ ଜୈବ ବିବିଧତା ଉପରେ ନିର୍ଭର କରେ। ମନୁଷ୍ୟର ଅସ୍ତିତ୍ୱ ପାଇଁ ଖାଦ୍ୟ, ଜଳ ଏବଂ ଅନ୍ୟାନ୍ୟ ମୌଳିକ ଜିନିଷ ଆବଶ୍ୟକ, ଯାହା କେବଳ ପ୍ରକୃତି ଦ୍ୱାରା ସମ୍ଭବ। ସେଥିପାଇଁ ଲୋକଙ୍କ ଧ୍ୟାନକୁ ଏହାର ଗୁରୁତ୍ୱ ପ୍ରତି ଆକର୍ଷିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିନର ଉଦ୍ଦେଶ୍ୟ ହେଉଛି ପରିବେଶର ସୁରକ୍ଷା ପାଇଁ ଲୋକଙ୍କୁ ଜଡିତ କରିବା।

Nature Comes To Rescue Nature Lover
Advertisment
Advertisment