Advertisment

International Tiger Day 2023: ବାଘର ସଂକଟରେ ସାରା ବିଶ୍ୱ; ଜାଣନ୍ତୁ ମୋଟ କେତେ ବାଘ ଅଛନ୍ତି

ପ୍ରତିବର୍ଷ ୨୯ ଜୁଲାଇରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗ ପାଇଁ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା।

author-image
Pramod Behera
ଅଦ୍ୟତନ ହୋଇଛି
International tiger day 2023

International tiger day 2023

ପ୍ରତିବର୍ଷ ୨୯ ଜୁଲାଇରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ। ଏହି ଦିନ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ତରରେ ବାଘମାନଙ୍କର ସଂରକ୍ଷଣ ତଥା ସେମାନଙ୍କ ବିଲୁପ୍ତପ୍ରାୟ ପ୍ରଜାତିଗୁଡିକୁ ବଞ୍ଚାଇବା ପାଇଁ ସଚେତନତା ସୃଷ୍ଟି କରିବା। ଏହାର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗ ପାଇଁ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା।

Advertisment

ଉଦ୍ଦେଶ୍ୟ:

ଏହି ବିଶେଷ ଦିନ ହେଉଛି ସମଗ୍ର ବିଶ୍ୱରେ ବାଘମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା। ସେମାନଙ୍କର ବାସସ୍ଥାନ ଯଥା ଜଙ୍ଗଲକୁ ସୁରକ୍ଷା ଦେବା ସହିତ ଏହାର ବିକାଶ କରିବା ଦିଗରେ ଯତ୍ନବାନ ହେବା। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ବାଘ ସଂଖ୍ୟା କମିବା ବିଷୟରେ ବିଶ୍ୱକୁ ଅବଗତ କରାଇବା।

ମହତ୍ତ୍ୱ:

WWF ବିଶେଷଜ୍ଞଙ୍କ ଅନୁଯାୟୀ, ଗତ ୧୦୦ ବର୍ଷ ମଧ୍ୟରେ ବିଶ୍ୱର ଜଙ୍ଗଲି ବାଘ ସଂଖ୍ୟା ପ୍ରାୟ ୯୭ ପ୍ରତିଶତ ହ୍ରାସ ପାଇଛି। ପ୍ରାୟ ୧୦୦,୦୦୦ ବାଘ ତୁଳନାରେ ଆଜି କେବଳ ୩,୦୦୦ ବାଘ ଜୀବିତ ଅଛନ୍ତି। ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ଫଣ୍ଡ୍ (WWF), ଆନ୍ତର୍ଜାତୀୟ ପଶୁ କଲ୍ୟାଣ ପାଣ୍ଠି (IFAW) ଏବଂ ସ୍ମିଥ୍‌ସୋନିଆନ୍ ସଂରକ୍ଷଣ ଜୀବ ବିଜ୍ଞାନ ପ୍ରତିଷ୍ଠାନ (SCBI) ସମେତ ଅନେକ ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଜଙ୍ଗଲି ବାଘର ସଂରକ୍ଷଣରେ ନିୟୋଜିତ ଅଛନ୍ତି।

Advertisment

ବାଘ କେତେ ପ୍ରକାର:

ରଙ୍ଗ ଅନୁସାରେ ବିଭିନ୍ନ ପ୍ରକାରର ବାଘ ଦେଖାଯାଆନ୍ତି, ଯେପରି ଧଳା ବାଘ, କଳା ପଟିବାଲା ଧଳା ବାଘ, କଳା ପଟି ବାଲା ସହିତ ମାଟିଆ ବାଘ ଏବଂ ସୁବର୍ଣ୍ଣ ବାଘ। ଏପର୍ଯ୍ୟନ୍ତ ବିଲୁପ୍ତ ହୋଇଯାଇଥିବା ପ୍ରଜାତିଗୁଡିକ ହେଉଛି ବାଲି ବାଘ, କାସ୍ପିୟାନ୍ ବାଘ, ଯାୱନ ବାଘ ଏବଂ ହାଇବ୍ରିଡ ବାଘ।

ଇତିହାସ:

ଋଷ୍‌ର ସେଣ୍ଟ ପିଟର୍ସବର୍ଗ ବାଘ ସମ୍ମିଳନୀରେ ମାନ୍ୟତା ପାଇଲା ପରେ ୨୦୧୦ ମସିହାରେ ‘ବିଶ୍ୱ ବାଘ ଦିବସ’ ଆରମ୍ଭ ହୋଇଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ସମସ୍ତ ବାଘର ୯୭% ଅଦୃଶ୍ୟ ହୋଇଯାଇଛନ୍ତି, କେବଳ ୩,୯୦୦ ବାଘ ଜୀବିତ ଅବସ୍ଥାରେ ରହିଛନ୍ତି।

International Tiger Day
Advertisment
Advertisment