• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Khel Ratna Award Renamed
ବଦଳିବ ରାଜୀବ ଗାନ୍ଧୀ ଖେଳ ରତ୍ନ ନାମ:PM ମୋଦିଙ୍କ ବଡ଼ ଘୋଷଣା

ଭାରତରେ ଦିଆଯାଇଥିବା ଖେଳ ରତ୍ନ ପୁରସ୍କାର ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ପରେ ପୁରସ୍କାରକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର କୁହାଯିବ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ‘‘ଦେଶକୁ ଗର୍ବିତ କରିଥିବା ସମୟ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳ ରତ୍ନ ପୁରସ୍କାରର ନାମ ମେଜର ଧ୍ୟାନ ଚାନ୍ଦଙ୍କୁ ଉତ୍ସର୍ଗ କରାଯିବା ଉଚିତ୍ । ଲୋକଙ୍କ ଭାବନାକୁ ବିଚାରକୁ ନେଇ ବର୍ତ୍ତମାନ ଏହାକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଦିଆଯାଉଛି। ଜୟ ହିନ୍ଦ ।’’

OSSTET Aspirants Stage Dharna
’ଶିକ୍ଷକ ହେବାପାଇଁ ଆମେ କାନଧରି ଆଣ୍ଠେଇଛୁ’

ଶିକ୍ଷକ ହେବାପାଇଁ ଆମେ କାନଧରି ଆଣ୍ଠେଇଛୁ’ । ଆମେ ଭାବୁଛୁ ବୋଧେ ପାଠ ପଢ଼ିବା ଭୁଲ ଥିଲା । ଏଭଳି ଏକ ଅଭିନବ ପ୍ରତିବାଦ କରି ରାଜରାସ୍ତାରେ କାନଧରି ଆଣ୍ଠେଇ ବିକ୍ଷୋଭ କରିଛନ୍ତି ବହୁ ଆଶାୟୀ । ଏମାନଙ୍କର ଦାବି ରହିଛି ହାଇସ୍କୁଲରେ ଏମାନଙ୍କୁ କ୍ରୀଡ଼ା,ସଂସ୍କୃତ ଓ ହିନ୍ଦୀ ବିଭାଗରେ ଏମାନଙ୍କୁ ନିଯୁକ୍ତି ଦିଆଯାଉ ।

sarala temple
ଖୋଲିଲା ଝଙ୍କଡ଼ବାସୀନି ମାଆ ଶାରଳାଙ୍କ ପୀଠ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯାଇଛି । ଆଜିଠାରୁ ଖୋଲିଛି ଜଗତସିଂହପୁରର ମାଆ ଶାରଳାଙ୍କ ମନ୍ଦିର । ସକାଳ ସାଢେ ୭ଟାରେ ମନ୍ଦିର ଖୋଲାଯାଇ ଏବଂ ଆଳତୀ ପୂର୍ବରୁ ସଂଧ୍ୟା ୬ଟାରେ ବନ୍ଦ ହେବ ନେଇ ପ୍ରଶସାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଗର୍ଭଗୃହ ମଧ୍ୟକୁ କାହାକୁ ଛଡାଯିବ ନାହିଁ ଏବଂ ମନ୍ଦିର ପରିସରରେ ଭୋଗ କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ଏହାଛଡା ଥରକେ ମନ୍ଦିର ଭିତରକୁ ୧୫ ଜଣଙ୍କୁ ଛଡାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

 Cloudburst
କାହିଁକି ହେଉଛି ବାଦଲ ଫଟା ବର୍ଷା?

ଏବେ ଚିନ୍ତା ବଢାଉଛି ବାଦଲ ଫଟା ବର୍ଷା। ସ୍ଥିତି ଏମିତି ହେଲାଣି ଯେ, ବାଦଲ ଫଟା ବର୍।ଆ ଯୋଗୁଁ ଅନେକ ସମୟରେ ବହୁମୂଲ୍ୟ ଜୀବନ ବି ଯାଉଛି। ତେବେ ଆପଣ ଜାଣିଛନ୍ତି କି? କେମିତି ଓ କାହିଁକି ହୁଏ ବାଦଲ ଫଟା ବର୍ଷା? ଯଦି ଆକାଶରେ ହଠାତ୍ ମେଘ ଘୋଟି ଆସେ ଏବଂ ତାହା ମାତ୍ର କେହି ମିନିଟ୍‌ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷିଥାଏ ତାହାକୁ ବାଦଲ ଫଟା ବର୍ଷା କୁହାଯ।ଏ। ଆଉ ଏହି ବର୍ଷା ସାଧାରଣ ବର୍ଷାଠାରୁ ବେଶ୍ ଭିନ୍ନ ମଧ୍ୟ। ସୂଚନା ଅନୁସାରେ ଏହି ବର୍ଷା ମାତ୍ର ୧୦ ସେକେଣ୍ଡ ମଧ୍ୟରେ ପାଖାପାଖି ୧ ସେଣ୍ଟିମିଟର୍‌ ପର୍ଯ୍ୟନ୍ତ ବର୍ଷିଥାଏ। ଏହି ବର୍ଷା ପ୍ରାୟତଃ ୧୦ କିମି ବ୍ୟବଧାନ ପର୍ଯ୍ୟନ୍ତ ହୋଇଥାଏ। ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ।

Tainted PS Biranchi Sahoo
କାହା ନାଁ ଉଗାଳିଲେ ବିରଞ୍ଚି?

ଭିଜିଲାନ୍ସ ରିମାଣ୍ଡରେ ଆଉ କାହା ନାଁ ଉଗାଳିଲେ ପିଏସ୍ ବିରଞ୍ଚି ସାହୁ? ଆଜି ସରୁଛି ବିରଞ୍ଚିଙ୍କ ୪ ଦିନିଆ ରିମାଣ୍ଡ ଅବଧି । ବିରଞ୍ଚିଙ୍କୁ ଆଜି କୋର୍ଟରେ ହାଜର କରିବ ଭିଜିଲାନ୍ସ ।ତେବେ ଏହି ରିମାଣ୍ଡ ଅବିଧି ବେଳେ ପଚରାଉଚୁରାରୁ ତଦନ୍ତକାରୀ ସଂସ୍ଥା ନିଯୁକ୍ତି ରାକେଟ୍ ର ଆଉ କି ଲିଙ୍କ୍ ପାଇଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଗତ କିଛିଦିନ ତଳେ ବିରଞ୍ଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଇଥିଲା। ରେଡ୍‌ ବେଳେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା।

Offline Class 10 Exams End
ସରିଲା ମାଟ୍ରିକ ପରୀକ୍ଷା,‘ଉଚିତ ପଦକ୍ଷେପ ନେଇ ମାର୍କ ଦିଅ’

ସରିଲା ମାଟ୍ରିକ୍‌ ଅଫଲାଇନ ପରୀକ୍ଷା। ଆସନ୍ତା ୧୨ରୁ ଖାତା ଦେଖା ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ। ୩ରୁ ୪ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ, ପ୍ରଶ୍ନପତ୍ର ବଦଳରେ ବୋର୍ଡ ସଭାପତି କହିଛନ୍ତି ଯେ ତୃଟି ହୋଇଥିବା ସାମନାକୁ ଆସିଛି । ଏହାର ବିଭାଗୀୟ ତଦନ୍ତ ଚାଲିଛି। ତେବେ ଘଣ୍ଟାଏ ମଧ୍ୟରେ ତ୍ରୁଟି ସୁଧାର କରାଯାଇ ଛାତ୍ରଛାତ୍ରୀଙ୍କୁ ଅଧିକ ୧ ଘଣ୍ଟା ସମୟ ଦିଆଯାଇଥିଲା।

College Student Found Dead
ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର,ପ୍ରେମ ବ୍ୟାପାରକୁ ନେଇ ହତ୍ୟ ସନ୍ଦେହ

କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି। ମୃତ ଛାତ୍ର ହେଲେ ତୁଷାରକାନ୍ତ ସାହୁ। ସେ ଖ୍ରୀଷ୍ଟ କଲେଜରେ ପଢ଼ୁଥିଲେ। ପ୍ରେମ ବ୍ୟାପାରକୁ ନେଇ ତୁଷାରଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

PM Modi Congratulates
ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଏଥିପାଇଁ ସାରା ଭାରତରେ ଉତ୍ସବର ମାହୋଲ । ଭାରତୀୟ ପୁରୁଷ ହକି ଟିମ୍‌ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ମନପ୍ରୀତ, ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ଓ ସହକାରୀ କୋଚ୍ ପୀୟୂଷ ଦୁବେଙ୍କ ସହ କଥା ହୋଇଛନ୍ତି । ଟିମ୍ ଇତିହାସ ରଚିଥିବାରୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ଟିମ ଇଣ୍ଡିଆର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି ।

Drainage Issues
ବାଲେଶ୍ୱର ୧୯ ନମ୍ବର ଓ୍ୱାର୍ଡରେ ରାସ୍ତାରେ ଜମୁଛି ପାଣି,ସାମାନ୍ୟ ବର୍ଷାରେ ଢେଉ ଭାଙ୍ଗୁଛି ପାଣି

ସାମାନ୍ୟ ବର୍ଷାରେ ଢେଉ ଭାଙ୍ଗୁଛି ପାଣି । ତା ସାଙ୍ଗକୁ କାଦୁଅ ପଚପଚ୍ ରାସ୍ତା । ବାଲେଶ୍ୱର ଜିଲ୍ଲା ମୁନସିପାଲଟି ୧୯ ନମ୍ବର ଲେନ୍ ରାସ୍ତାର ଦୁର୍ଦଶା କହିଲେ ନସରେ । ସାମାନ୍ୟ ବର୍ଷା ହେଲେ ଏଠି ଆଣ୍ଠୁଏ ଆଣ୍ଠୁଏ ପାଣି । ହୋଲ୍ଡଂ ଟ୍ୟାକ୍ସ ଦେବା ସତ୍ୱେ ସମସ୍ୟାରୁ ମୁକୁଳି ପାରୁନଥିବା ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି । ତେବେ ସମସ୍ୟା ନେଇ ସ୍ଥାନୀୟ ଲୋକ ବିଧାୟକଙ୍କୁ ଜଣାଇଛନ୍ତି ।

  • Thursday, 05 August 2021
Celebrates India's Victory
ଭାରତର ଐତିହାସିକ ବିଜୟ ପାଇଁ ସବୁଠି ଖୁସିର ମାହୋଲ

ଭାରତର ଐତିହାସିକ ବିଜୟ । ଟୋକିଓ ଅଲିମ୍ବିକ୍ସରେ ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌। ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ । ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଏନେଇ ସବୁଠି ଖୁସିର ମାହୋଲ ରହିଛି । ସୁନ୍ଦରଗଡ଼ ପାନପୋସ ଷ୍ଟାଡିୟମରେ ଅଲମ୍ପିଆନ୍ ଲାଜରୁସ ବାର୍ଲା ଖୁସିରେ ମିଠା ବଣ୍ଟିଛନ୍ତି ।

Indian hockey team
୪୧ ବର୍ଷ ପରେ ହକିରେ ଭାରତର ଐତିହାସିକ ବିଜୟ

ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ ।୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ। ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌। ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ । ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଆଜି ଭାରତ ପୁରଷ ହକିରେ ଜର୍ମାନକୁ ହରାଇ ଏହି ଗୌରବ ହାସଲ କରିଛି। ଟୋକିଓ ଅଲମ୍ପିକ୍‌ର ବ୍ରୋଞ୍ଜ ପଦକ ପାଇଁ ଆଜି ଭାରତ- ଜର୍ମାନ କଡା ମୁକାବିଲା ହୋଇଥିଲା। ହେଲେ ଭାରତ ୫-୪ ଗୋଲରେ ଜର୍ମାନକୁ ହରାଇ ଏହି ପଦକ ଛଡ଼ାଇ ନେଇଛି।

Irregularities In Irrigation Works
ଅଚଳ ପଡିଛି ଡ୍ୟାମ୍,ନିମ୍ନମାନର କାମ ନେଇ ଅଭିଯୋଗ

ଚାଷ ଜମିକୁ ଜଳସେଚନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏବେ ବି ଅନେକ ଜମିକୁ ଜଳ ଯୋଗାଣର ଅସୁବିଧା ନଥିବା କାରଣରୁ ଶହ ଶହ ଚାଷ ଜମି ପଡିଆ ପଡିଛି । ଗଞ୍ଚାମ ଜିଲ୍ଲା ରଙ୍ଗମେରୁ ଅଞ୍ଚଳରେ ଅଚଳ ହୋଇ ପଡିରହିଛି ଚେକ୍ ଡ୍ୟାମ୍ । ଡ୍ୟାମର ନିମ୍ନମାନର କାମ ହୋଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ନାମକୁ ମାତ୍ର ଚେକ୍ ଡ୍ୟାମ୍ ହୋଇ ରହିଛି ହେଲେ କିଛି କାମକୁ ନୁହଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

Mountain Man
ମନ୍ତ୍ରୀ କହିଲେ ରାସ୍ତା ହୋଇପାରିବ ନାହିଁ...ନିଜ ଝୁଙ୍କ୍‌ ଲଗାଇଲେ, ପାହାଡ଼ ଚିରି ଗାଁକୁ ସବୁଦିନିଆ ରାସ୍ତା କଲେ

ବଡ଼ କାମଟିଏ ପାଇଁ ଅଣ୍ଟାରେ ଧନ ସିନା ନଥିଲା, ହେଲେ ମନ କିନ୍ତୁ ଥିଲା ପାହାଡ଼ଠୁ ବି ବଡ଼ ଆଉ ସେଇ ବଡ଼ ମନ ହିଁ ଏକ ବିରାଟ ପାହାଡ଼ର ଛାତି ଚିରି ଦୁର୍ଗମ ଗାଁକୁ ଫିଟାଇ ଦେଇଛି ସବୁ ଦିନିଆ ରାସ୍ତା। ଦୀର୍ଘ ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମର ପରିଚୟ ବିଳମ୍ବରେ ମିଳିଛି ସତ, ହେଲେ କୋଟି କୋଟି ମଣିଷମାନଙ୍କ ଭିତରେ ଆଜି ହୀରା ଭଳି ଝଟକାଇଛି। ଅପାଠୁଆ ହରିହରଙ୍କୁ ପ୍ରକୃତି ଓ ପରିସ୍ଥିତି ଆଗରେ ହାର ମାନିନଥିବା ହରିହରଙ୍କୁ ନେଇ ଏବେ ଜୋରସୋରରେ ସଚାଲିଛି ଚର୍ଚ୍ଚା। ନୟାଗଡ଼ ଓଡ଼ଗାଁ ବ୍ଲକର ଅପହଞ୍ଚ ତୁଲୁବି ଗାଁର ଅଦମ୍ୟ ଇଚ୍ଛାଶକ୍ତିର ମଣିଷ ଟିଏ।

PV sindhu
ପିଭି ସିନ୍ଧୁଙ୍କୁ ଜୋରଦାର ସ୍ୱାଗତ,ଦେଶବାସୀଙ୍କୁ ଦେଲେ ଧନ୍ୟବାଦ

ସ୍ୱଦେଶକୁ ଫେରିଲେ ପିଭି ସିନ୍ଧୁ । ଭାରତକୁ ଫେରିବା ପରେ ପିଭି ସିନ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ପ୍ରତିଟି ସମୟରେ ସାରାଭାରତ ତାଙ୍କ ସାଙ୍ଗରେ ରହିବା ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପିଭି ସିନ୍ଧୁ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିବା ସିନ୍ଧୁ ଟୋକିଓରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଲଗାତର ଦ୍ୱିତୀୟ ଥର ପାଇଁ ଭାରତକୁ ପଦକ ଦେଇଛନ୍ତି ବ୍ୟାଡ଼ମିଟନ୍ ଷ୍ଟାର୍ ପି.ଭି. ସିନ୍ଧୁ । ସିନ୍ଧୁଙ୍କ ଏହି ଐତିହାସିକ ସଫଳତା ପାଇଁ ସାରା ଦେଶ ତାଙ୍କ ପ୍ରଶଂସାରେ ଶତମୁଖ ।

National-Level Boxer
ବକ୍ସିଂ କରି ଗୋଲ୍ଡ ମେଡାଲ ପାଇଥିଲେ ଏବେ ଚା ବିକୁଛନ୍ତି

ଜୀବନର ବହୁ ମୂଲ୍ୟବାନ ସମୟ ସେ ବକ୍ସିଂ ପାଇଁ ଦେଇଥିଲେ। ସାରା ଦେଶରେ ନାଁ କରିଥିଲେ। ଜାତୀୟ ସ୍ତରରେ ଖେଳି ଗୋଲ୍ଡ ମେଡାଲ୍ ଜିତିଥିଲେ। ବେଷ୍ଟ ବକ୍ସର ଆୱାର୍ଡ ପାଇଥିଲେ। ହେଲେ ଆଜି ସେସବୁ ତୁଚ୍ଛ ! ଏବେ ସ୍ତ୍ରୀ ଶଯ୍ୟାଶାୟୀ, ଘରେ ଖାଇବାକୁ ବି ନାହିଁ,ଋଣ କରି ଝିଅକୁ ପଢ଼ାଉଛନ୍ତି ପାଠ । ଆଉ ଏମାନଙ୍କୁ ଚଳେଇବାକୁ ନିଜେ ଚା ବିକୁଛନ୍ତି ରାଉରକେଲାର ରାମେଶ୍ୱର ରାଏ । ଜାତୀୟସ୍ତରର ବକ୍ସର ଆଜି ଚା ଦୋକାନୀ ।

Offline Matric Exams
ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ,ରେଗୁଲାର ପିଲାଙ୍କୁ ଏକ୍ସ-ରେଗୁଲାର ପିଲାଙ୍କ ପ୍ରଶ୍ନ

ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ତ୍ରୁଟି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରେଗୁଲାର ପିଲାଙ୍କୁ ୨୦୧୪ର ଏକ୍ସରେଗୁଲାର ପିଲାଙ୍କ ପ୍ରଶ୍ନ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ତେବେ ପିଲାଙ୍କୁ ପ୍ରଶ୍ନପତ୍ର ଦେବା ପରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିଥିବାରୁ ସଂଶୟରେ ପଡ଼ିଥିଲେ ପରୀକ୍ଷାର୍ଥୀ। ତେବେ ସତ୍ୟସାତ୍ୟ ଜଣାପଡ଼ିବା ପରେ ପରୀକ୍ଷା ଚାଲିବାର ଦୀର୍ଘ ସମୟ ପରେ ପିଲାଙ୍କୁ ପୁଣି ଥରେ ନୂଆ ପ୍ରଶ୍ନ ପତ୍ର ଦିଆଯାଇଥିଲା। ହେଲେ ପିଲାଙ୍କ ଭୁଲ ପ୍ରଶ୍ନପତ୍ର ଦିଆଯାଇଥିବା ସ୍ୱୀକାର କରିଛନ୍ତି ବୋର୍ଡ଼ ହାଇସ୍କୁଲ କର୍ତ୍ତୃପକ୍ଷ। ଭୁଲରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିବା କହିଲେ ପ୍ରଧାନ ଶିକ୍ଷକ।

Rubina and Rajpal
ରୁବିନା ଦିଲକଙ୍କ ଫିଲ୍ମରେ ହିରୋ ହେବେ ରାଜପାଲ ଯାଦବ, ୧.୨୫ ଟଙ୍କା ନେବେ

ଗାୟକ ଓ ନିର୍ଦେଶକ ପଲାଶ ମୁଚ୍ଛେଲ ୱେବ ସିରିଜ୍‌ ‘ରିକ୍ସା’ର ସଫଳତା ପରେ ଏବେ ଫିଲ୍ମ ‘ଅର୍ଧ’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହି ଫିଲ୍ମରେ ଅଭିନେତା ତଥା କମେଡିଆନ୍‌ ରାଜପାଲ ଯାଦବ ଲିଡ୍‌ ରୋଲରେ ନଜର ଆସିବେ। ତାଙ୍କ ବ୍ୟତୀତ ଫିଲ୍ମରେ ରୁବିନା ଦିଲେକ୍‌ ଓ ହିତେନ୍‌ ତେଜବାନୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମ ମାଧ୍ୟମରେ ରୁବିନା ଦିଲେକ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଇଛନ୍ତି । ରୁବିନାଙ୍କ ବିଷୟରେ ରାଜପାଲ ଯାଦବ କହିଛନ୍ତି ଯେ 'ଏହି ଫିଲ୍ମରେ ମୋ ସହିତ ରୁବିନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

CBSE Result
ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ୧୮ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଫଳାଫଳ ପାଇଁ ଅପେକ୍ଷା କରିଥିଲେ । ଏହି ଫଳାଫଳ ଏଥର ରେକର୍ଡ କରିଛି। ଏଥର ୯୯.୦୪ ପ୍ରତିଶତ ପିଲା ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୨୦, ୯୭, ୧୨୮ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୦, ୭୬, ୯୯୭ ଛାତ୍ରଛାତ୍ରୀ।

Nandankanan  Reopens
ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ,ନିୟମ ମାନିବାକୁ ନିବେଦନ

ବହୁ ଦିନର ପ୍ରତୀକ୍ଷା ପରେ ଆଜିଠୁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ରାଜ୍ୟ ସରକାରଙ୍କ ଅଗଷ୍ଟ ଗାଇଡଲାଇନ୍‌ରେ ପର୍ଯ୍ୟଟନୀ ସ୍ଥଳ ଓ ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ନିଷ୍ପତ୍ତି ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ। ପର୍ଯ୍ୟଟକ ଚାଲି ଚାଲି ଯାଇ ଜୀବଜନ୍ତୁଙ୍କ ଖୁଆଡ ପାଖରୁ ସେମାନଙ୍କୁ ଦେଖିପାରିବେ।

NGMA
ଓଡ଼ିଶାରେ ଖୋଲିବ ନ୍ୟାସନାଲ ମର୍ଡନ ଆର୍ଟ ଗ୍ୟାଲେରୀର ଶାଖା

ଓଡ଼ିଶାରେ ଖୋଲିବ ନ୍ୟାସନାଲ ମର୍ଡନ ଆର୍ଟ ଗ୍ୟାଲେରୀର ଶାଖା । ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହେବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ଖୁବଶୀଘ୍ର ହେବ ବୋଲି ବାକି ରହିଛି । ଏନେଇ ନ୍ୟାସନାଲ ମର୍ଡନ ଆର୍ଟ ଗ୍ୟାଲେରୀର ଡିଜି ଆଦିତ୍ୟ ଗଡ଼ନାୟକ ସୂଚନା ଦେଇଛନ୍ତି । ଓଡ଼ିଶାର କୋଣ ଅନୁକୋଣରେ ହସ୍ତକଳା,ପଟ୍ଟଚିତ୍ର,ପଥର ଶିଳ୍ପ ଏପରିକି ଲୁକାୟିତ କଳା ସାମନାକୁ ଆଣିବା ସହିତ କଳାକାରଙ୍କୁ ଏକ ନୂତନ ଦିଗଦର୍ଶନ ଦେବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।

Man Arrested
ନିଜ ଘରେ ଚୋରି କରି ଥାନାରେ ଅଭିଯୋଗ

ନିଜ ଘରୁ ଚୋରି ହୋଇଥିବା ଅଭିଯୋଗ କରି ପୋଲିସ ଫାସରେ ପଡ଼ିଛନ୍ତି ଜଣେ ବ୍ୟକ୍ତି। ରେଡ୍ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଟଙ୍କା ଓ ସୁନା ଗହଣା ଜବତ କରିଛି। ପୋଲିସର ସୂଚନା ଅନୁସାରେ, ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

corona death
ଆଖି ବୁଜିଲେ ୬୯ ଜଣ କରୋନା ରୋଗୀ,୧,୧୨୯ କରୋନା ସଂକ୍ରମିତ ଚିହ୍ନଟ

ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୬୫୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ୍‌ ୪୭୨ ଥିବା ଜଣାଯାଇଛି। ୨୪ ଘଣ୍ଟାମ ମଧ୍ୟରେ ୧୭୮୫ ଜଣ ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରୁ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି।

Damaged Ratha Chaka
ରଥ ଚକରେ ଲାଗି ଗଲାଣି ଉଇ ! ଭାଇରାଲ ହେଲା ଫଟୋ

ଗୁଣ୍ଡିଚା ମନ୍ଦିରରେ ଥିବା ରଥ ଚକରେ ଲାଗି ଗଲାଣି ଉଇ । ଏହିଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ,ହେଲେ ଏହା କେବେକାର ଫଟୋ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଜଣା ପଡିବା ପରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତର ଦାବି ହୋଇଛି । ଏପଟେ ରଥ ଚକ ବିଭିନ୍ନ ଅନୁଷ୍ଠାନକୁ ଦାନ କରାଯାଉ ନଚେତ୍ କୋଠଭୋଗ ପାଇଁ କାଠର ଆବଶ୍ୟକତା ଥିବାରୁ ତାହା ପୁରଣ କରାଯାଉ ବୋଲି ଦାବି ହୋଇଛି ।

Indian Men's Hockey Team
ହକି ସେମିରେ ହାରିଲା ଭାରତ,ମଉଳିନି ପଦକ ଆଶା

ଟୋକିଓ ଅଲିମ୍ପିକ୍ସରେ ଭାରତ-ବେଲଜିୟମ ମଧ୍ୟରେ ଚାଲିଥିବା ଟକ୍କରରେ ଭାରତ ପରାସ୍ତ ହୋଇଛି। ବେଲଜିୟମ ଠାରୁ ୫-୨ ଗୋଲ୍‌ରେ ହାରିଲା ଭାରତ।ଭାରତକୁ ହରାଇ ଫାଇନାଲରେ ବେଲଜିୟମ ପହଞ୍ଚିଛି। ଏହି ମ୍ୟାଚରେ ପ୍ରତି ମୁହୂର୍ତ୍ତରେ ଖେଳର ମୋଡ ବଦଳିଥିଲା। ପ୍ରଥମ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏଥିରେ ମନଦୀପ ସିଂ ଓ ହରମନପ୍ରୀତ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।

PS Biranchi Narayan Sahoo
ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ,ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ

OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି। ବିରଞ୍ଚିଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ ମଧ୍ୟ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ।