Tainted PS Biranchi Sahoo
ଭିଜିଲାନ୍ସ ରିମାଣ୍ଡରେ ଆଉ କାହା ନାଁ ଉଗାଳିଲେ ପିଏସ୍ ବିରଞ୍ଚି ସାହୁ? ଆଜି ସରୁଛି ବିରଞ୍ଚିଙ୍କ ୪ ଦିନିଆ ରିମାଣ୍ଡ ଅବଧି । ବିରଞ୍ଚିଙ୍କୁ ଆଜି କୋର୍ଟରେ ହାଜର କରିବ ଭିଜିଲାନ୍ସ ।ତେବେ ଏହି ରିମାଣ୍ଡ ଅବିଧି ବେଳେ ପଚରାଉଚୁରାରୁ ତଦନ୍ତକାରୀ ସଂସ୍ଥା ନିଯୁକ୍ତି ରାକେଟ୍ ର ଆଉ କି ଲିଙ୍କ୍ ପାଇଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଗତ କିଛିଦିନ ତଳେ ବିରଞ୍ଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ରେଡ୍ କରାଯାଇଥିଲା। ରେଡ୍ ବେଳେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)