Advertisment

ରୁବିନା ଦିଲକଙ୍କ ଫିଲ୍ମରେ ହିରୋ ହେବେ ରାଜପାଲ ଯାଦବ, ୧.୨୫ ଟଙ୍କା ନେବେ

ଗାୟକ ଓ ନିର୍ଦେଶକ ପଲାଶ ମୁଚ୍ଛେଲ ୱେବ ସିରିଜ୍‌ ‘ରିକ୍ସା’ର ସଫଳତା ପରେ ଏବେ ଫିଲ୍ମ ‘ଅର୍ଧ’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହି ଫିଲ୍ମରେ ଅଭିନେତା ତଥା କମେଡିଆନ୍‌ ରାଜପାଲ ଯାଦବ ଲିଡ୍‌ ରୋଲରେ ନଜର ଆସିବେ। ତାଙ୍କ ବ୍ୟତୀତ ଫିଲ୍ମରେ ରୁବିନା ଦିଲେକ୍‌ ଓ ହିତେନ୍‌ ତେଜବାନୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମ ମାଧ୍ୟମରେ ରୁବିନା ଦିଲେକ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଇଛନ୍ତି । ରୁବିନାଙ୍କ ବିଷୟରେ ରାଜପାଲ ଯାଦବ କହିଛନ୍ତି ଯେ 'ଏହି ଫିଲ୍ମରେ ମୋ ସହିତ ରୁବିନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

author-image
Pallipuspa Samal
ଅଦ୍ୟତନ ହୋଇଛି
ରୁବିନା ଦିଲକଙ୍କ  ଫିଲ୍ମରେ ହିରୋ ହେବେ ରାଜପାଲ ଯାଦବ, ୧.୨୫ ଟଙ୍କା ନେବେ

Rubina and Rajpal

ମୁମ୍ବାଇ : ଗାୟକ ଓ ନିର୍ଦେଶକ ପଲାଶ ମୁଚ୍ଛେଲ ୱେବ ସିରିଜ୍‌ ‘ରିକ୍ସା’ର ସଫଳତା ପରେ ଏବେ ଫିଲ୍ମ ‘ଅର୍ଧ’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହି ଫିଲ୍ମରେ ଅଭିନେତା  ରାଜପାଲ ଯାଦବ ଲିଡ୍‌ ରୋଲରେ ନଜର ଆସିବେ। ତାଙ୍କ ବ୍ୟତୀତ ଫିଲ୍ମରେ ରୁବିନା ଦିଲେକ୍‌ ଓ ହିତେନ୍‌ ତେଜବାନୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମ ମାଧ୍ୟମରେ ରୁବିନା ଦିଲେକ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଇଛନ୍ତି । ରୁବିନାଙ୍କ ବିଷୟରେ ରାଜପାଲ ଯାଦବ କହିଛନ୍ତି ଯେ 'ଏହି ଫିଲ୍ମରେ ମୋ ସହିତ ରୁବିନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୁଁ ବହୁତ ଖୁସି ଯେ ବର୍ତ୍ତମାନ ଆମ ଦୁହେଁ ଏକ ଭଲ ଫିଲ୍ମର ପରିବାରର ଅଂଶ ହୋଇପାରଉଛୁ , କିନ୍ତୁ ମୁଁ ଉଭୟ ହିତେଶ ତେଜୱାନୀ ଏବଂ ପାଲାଶଙ୍କ ସହ କାମ କରି ମୁଁ ବହୁତ ଖୁସି। ନିକଟରେ ଏକ ସାକ୍ଷାତକାରରେ ପଲାସ ଓ ରାଜପାଲଙ୍କର ଏହି ଫିଲ୍ମକୁ ନେଇ ଚର୍ଚ୍ଚା ହୋଇଥିଲା । ପଲାଶ କହିଥିଲେ ଯେ ‘ଅର୍ଧ’ର କାହାଣୀ ଶୁଣାଇବା ପରେ ସେ ଖୁବ୍‌ ଖୁସି ହୋଇଥିଲେ। ସେ କହିଲେ, ପଲାଶ! ମୋ ଫିସ୍‌ ୧.୨୫ ଟଙ୍କା। ବାକି ତତେ ଯାହା ଠିକ୍‌ ଲାଗିବ ଦେଇଦେବୁ ।

Advertisment

ତେବେ ଫିସ୍‌ କୁ ନେଇ ରାଜପାଲ ଯାଦବ କହିଛନ୍ତି, ଯେତେବେଳେ ଜଣେ ଭଲ ଫିଲ୍ମ ତିଆରି କରନ୍ତି ସେଥିରେ ତାଙ୍କ ଇଚ୍ଛା ଓ ଭଲ କିଛି କରିବାର ମନୋବୃତ୍ତି ଥାଏ । ସେହି ଉତ୍ସାହ ମୁଁ ପଲାଶଙ୍କ ଠାରେ ଦେଖିବାକୁ ପାଇଥିଲି । ତେଣୁ ମୁଁ ତାଙ୍କୁ ୧.୨୫ ଟଙ୍କା ଫିସ୍‌ ନେବି ବୋଲି କହିଛି। ମତେ ଥିଏଟର କରିବା ବେଳେ ଲିଡ୍‌ ରୋଲ୍‌ ମିଳୁଥିଲା। କିନ୍ତୁ ପରେ ଫିଲ୍ମରେ ମୋତେ ଛୋଟ ଓ ଦମ୍‌ଦାର ରୋଲ୍‌ ମିଳିଲା। କିନ୍ତୁ ପଲାଶଙ୍କ ଫିଲ୍ମ ଅର୍ଧରେ ପୁଣିଥରେ ମୋତେ ଲିଡ୍‌ ରୋଲ୍‌ ମିଳିବ। ଏହି ରୋଲ୍‌କୁ ମୁଁ କେବେଠୁ ଅପେକ୍ଷା କରିଥିଲି। ଏହା ଦର୍ଶକଙ୍କୁ ବି ପସନ୍ଦ ଆସିବ ବୋଲି କହିଛନ୍ତି ରାଜପାଲ ଯାଦବ।

Bollywood News India Mumbai
Advertisment
Advertisment