Advertisment

ବିବାହ ବାର୍ଷିକୀରେ ଭାବପ୍ରବଣ ହେଲେ ଡ୍ରିମ୍‌ ଗର୍ଲ

୧୯୮୦ ମସିହାରେ ଡ୍ରିମ୍‌ ଗର୍ଲ ହେମାମାଳିନୀଙ୍କ ହାତ ଧରିଥିଲେ ଧର୍ମେନ୍ଦ୍ର।

author-image
Chandan Shishu
ଅଦ୍ୟତନ ହୋଇଛି
Dharmendra and Hema malini

Dharmendra and Hema malini

ଆଜି ଧର୍ମେନ୍ଦ୍ର-ହେମାମାଳିନୀଙ୍କ ବିବାହ ବାର୍ଷିକୀ। ନିଜର ମ୍ୟାରେଜ୍‌ ଆନିଭର୍ସାରି ଅବସରରେ ଭାବପ୍ରବଣ ମେସେଜ୍‌ ସେୟାର କଲେ ଡ୍ରିମଗାର୍ଲ। ଅଭିନେତ୍ରୀ ତଥା ରାଜନେତ୍ରୀ ହେମାମାଳିନୀ ଆଜିର ଦିନକୁ ମନେପକାଇ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସହିତ ସ୍ୱାମୀ ଧର୍ମେନ୍ଦ୍ର ଅଛନ୍ତି। ଏହି ଫଟୋ ସେୟାର କରି ସେ ଭାବପ୍ରବଣ ହୋଇପଡ଼ିଛନ୍ତି।

Advertisment

ଟ୍ୱିଟ୍‌ କରି ସେ ଲେଖିଛନ୍ତି ଯେ ମୁଁ ସବୁ ବର୍ଷ ମୋ ବିବାହ ବାର୍ଷିକୀରେ ମୋ ପ୍ରିୟ ପିଲାମାନେ, ନାତି ନାତୁଣୀ ଓ ଶୁଭେଚ୍ଛୁଙ୍କ ସହ ଖୁସି ମନାଉଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କ ଆଶୀର୍ବାଦ ମୋ ପାଖରେ ରହିଛି। ଏହି ଅବସରରେ ଧର୍ମେନ୍ଦ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

Advertisment

ସେ ଟ୍ୱିଟ୍ କରି କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ହଜାର ହଜାର ପ୍ରଶଂସକଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ହଁ, ସେ କିଛି ଦିନ ପାଇଁ ହସ୍ପିଟାଲରେ ଥିଲେ। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଯେଉଁମାନେ ପଚାରି ବୁଝିଥିଲେ, ସେମାନଙ୍କୁ ମୁଁ ପୁଣି ଥରେ ଧନ୍ୟବାଦ ଜଣାଉଛି ।

ବର୍ତ୍ତମାନ ହେମାମାଳିନୀଙ୍କ ବୟସ ୭୩ ଓ ଧର୍ମେନ୍ଦ୍ର ବୟସ ୮୬। ୧୯୮୦ ମସିହାରେ ଡ୍ରିମ୍‌ ଗର୍ଲ ହେମାମାଳିନୀଙ୍କ ହାତ ଧରିଥିଲେ ଧର୍ମେନ୍ଦ୍ର। ସେମାନଙ୍କ ଦୁଇ ଝିଅ ହେଲେ ଇଷା ଦେୱଲ ଓ ଆହାନା ଦେୱଲ। ଉଭୟଙ୍କ ଦୁଇଟି ଲେଖାଏଁ ସନ୍ତାନ ଅଛନ୍ତି।

ଆଜିର ଦିନରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଧର୍ମେନ୍ଦ୍ର । ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଗତ ସପ୍ତାହର ପ୍ରଥମାର୍ଦ୍ଧରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି । ତେବେ ହସ୍ପିଟାଲରୁ ଫେରିବା ପରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଶୁଟିଂ ସମୟରେ ଅଭିନେତା ଧର୍ମେନ୍ଦ୍ରଙ୍କ ପିଠିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏଥିପାଇଁ ତାଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

Dharmendra Hema Malini
Advertisment
Advertisment