• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କଙ୍ଗନା ରାଣାୱତ, ଅମିର ଖାନ ଭଳି ତାରକାମାନେ କେବଳ ବଲିଉଡ୍‌ରେ ନିଜର କ୍ଷମତାକୁ ପ୍ରମାଣ କରି ନାହାନ୍ତି ବରଂ ସଫଳତାର ସହିର ନିଜ ନିଜ ପରିଚୟ ବନେଇଛନ୍ତି। କିନ୍ତୁ ସେମାନଙ୍କର ଏହି ଫିଲ୍ମ ଯାତ୍ରା ଏତେ ସହଜ ନଥିଲା। ସେମାନଙ୍କୁ ବଲିଉଡ୍‌ରେ କ୍ୟାରିୟର ତିଆରି କରିବା ପାଇଁ ସେମାନଙ୍କ ପରିବାର ବିରୋଧରେ ବି ଯିବାକୁ ପଡିଥିଲା। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରକାମାନେ ପରିବାର ବିରୋଧରେ ଯାଇ ଆଜି ବଲିଉଡ୍‌ରେ ସେମାନଙ୍କ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।

କଙ୍ଗନା ରାଣାୱତ:

କଙ୍ଗନା ରାଣାୱତ: କଙ୍ଗନା ରାଣାୱତ ବଲିଉଡ୍‌ର ପ୍ରତିଭାଶାଳୀ ଏବଂ ପରିଶ୍ରମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଅଭିନେତ୍ରୀ ଥରେ ପ୍ରକାଶ କରିଥିଲେ ଯେ ତାଙ୍କ ବାପା ଚାହୁଁଥିଲେ ଯେ ସେ ଜଣେ ଡାକ୍ତର ହୁଅନ୍ତୁ। କିନ୍ତୁ ସେ ଅଭିନୟରେ କ୍ୟାରିୟର କରିବା ପାଇଁ ଖୁବ କମ ବୟସରୁ ଘରୁ ପଳେଇ ଆସିଥିଲେ। କଙ୍ଗନା ଏହା ମଧ୍ୟ କହିଥିଲେ ଯେ ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପରିବାର ସହିତ ତାଙ୍କ ସମ୍ପର୍କ ଉପରେ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରଭାବ ପକେଇଥିଲା। ପରିବାର ଲୋକ ତାକୁ ଅଲଗା କରିଦେଇଥିଲେ।

ଅମୀର ଖାନ:

ବଲିଉଡର ସୁପର୍‌ଷ୍ଟାର୍‌ମାନଙ୍କ ମଧ୍ୟରୁ ଅମୀର ଖାନ ଜଣେ। ସେ ଇଣ୍ଡଷ୍ଟ୍ରିରେ 'ପରଫେକ୍ସନିଷ୍ଟ' ଭାବରେ ଜଣାଶୁଣା। ସେ ନିଜ ଫିଲ୍ମ ଓ ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ହୃଦୟ ଜିତି ପାରିଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କ ବାପା-ମାଆ ସେ ଅଭିନେତା ହୁଅନ୍ତୁ ବୋଲି କେବେ ଚାହୁଁ ନଥିଲେ। ସେମାନେ ଚାହୁଁଥିଲେ ସେ ଇଂଜିନିୟରିଂ ପଢନ୍ତୁ ଓ ଜଣେ ଇଂଜିନିୟର ହୁଅନ୍ତୁ। ଅମୀର ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଜଣେ ଫିଲ୍ମ ପରିବାରର ହୋଇଥିଲେ ମଧ୍ୟ ତାଙ୍କ ବାପା-ମାଆ ତାଙ୍କୁ ବଲିଉଡକୁ ଯିବାକୁ ବିରୋଧ କରୁଥିଲେ, କାରଣ ଏହା ଏକ ଭଲ ସ୍ଥାନ ନଥିଲା।

ଇରଫାନ ଖାନ:

ଇରଫାନ ଖାନ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଶ୍ରେଷ୍ଠ ଅଭିନେତା ଥିଲେ। ତାଙ୍କ ମୃତ୍ୟୁ ଇଣ୍ଡଷ୍ଟ୍ରିରେ ଏମିତି ଏକ ଶୂନ୍ୟସ୍ଥାନ ତିଆରି କରିଛି ଯାହା କେବେ ବି ପୂରଣ ହୋଇପାରିବ ନାହିଁ। ଏକ ଛୋଟ ଗାଁରୁ ଆସିଥିବା ଇରଫାନ୍ କେବେ ଭାବି ନଥିଲେ ଯେ ସେ ଜଣେ ଏତେ ବଡ ଅଭିନେତା ହୋଇଯିବେ ବୋଲି। ଏପରିକି ତାଙ୍କ ପରିବାର ମଧ୍ୟ ସେପରି ଭାବି ନଥିଲେ। ଏନେଇ ପରିବାର ଲୋକ ମଧ୍ୟ ତାଙ୍କୁ ଏ ଦିଗରେ ଯିବାକୁ ବାରଣ କରୁଥିଲେ। ଏକ ସାକ୍ଷାତକାରରେ ଇରଫାନ୍ କହିଥିଲେ ଯେ ସେ ଏକ ରିଜର୍ଭ ପରିବାରର ହୋଇଥିବାରୁ ତାଙ୍କୁ ଅଭିନେତା ହେବାର କୌଣସି ସୁଯୋଗ ହିଁ ନଥିଲା।

ମଲ୍ଲିକା ଶେରାୱତ:

ମଲ୍ଲିକା ଶେରାୱତ ତାଙ୍କ ସାକ୍ଷାତକାରରେ ବାରମ୍ବାର କହିଛନ୍ତି ଯେ ତାଙ୍କୁ କିପରି ନିଜ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା। ସୂଚନା ମୁତାବକ ଅଭିନେତ୍ରୀଙ୍କ ବାପା-ମାଆ ଚାହୁଁ ନଥିଲେ ଯେ ତାଙ୍କ ଝିଅ ଅଭିନୟରେ କ୍ୟାରିୟର କରୁ ବୋଲି। ଏ ଦିଗରେ ସେମାନେ ତାଙ୍କୁ ବାରଣ କରୁଥିବାରୁ ସେ ଘର ଛାଡିଦେଇଥିଲେ। କେବଳ ଏତିକି ନୁହେଁ, ତାଙ୍କ ବାପା ତାଙ୍କୁ ଧମକ ମଧ୍ୟ ଦେଇଥିଲେ ଯେ ସେ ଯଦି ଅଭିନୟ କରିବାକୁ ଯାଆନ୍ତି ତେବେ ସେମାନେ ତାଙ୍କୁ ଆଉ ଗ୍ରହଣ କରିବେ ନାହିଁ। ଏହା ତାଙ୍କ ପରିବାର ପାଇଁ ଲଜ୍ଜାଜନକ ଥିଲା।

କରିସ୍ମା କପୁର:

ଏପରି ଏକ ସମୟ ଥିଲା ଯେତେବେଳେ କରିସ୍ମାଙ୍କ ପରିବାରରରେ ମହିଳାମାନଙ୍କୁ ଫିଲ୍ମରେ କାମ କରିବାକୁ ଅନୁମତି ଦିଆଯାଉ ନଥିଲା। ରିପୋର୍ଟ ଅନୁଯାୟୀ, ବାପା ରଣଧୀର କପୁରଙ୍କ ବିରୋଧ ସତ୍ତ୍ୱେ କରିସ୍ମା କପୁର ମାତ୍ର ୧୫ ବର୍ଷ ବୟସରେ ବଲିଉଡ୍‌ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ତାଙ୍କ ସମୟର ଜଣେ ଆଗ ଧାଡିର ଅଭିନେତ୍ରୀ ଥିଲେ।