Advertisment

ଆସିଲା ଦୁଃଖଦ ଖବର: ଆଉ ନାହାନ୍ତି ‘KGF 2’ର ଏହି ପ୍ରସିଦ୍ଧ ଅଭିନେତା

ଫିଲ୍ମ ‘KGF Chapter 2’ ରେ ଅଭିନୟ କରିଥିବା କନ୍ନଡ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
KGF Chapter 2 fame Mohan Juneja Dies

KGF Chapter 2 fame Mohan Juneja Dies

ଫିଲ୍ମ ‘KGF Chapter 2’ରେ ଅଭିନୟ କରିଥିବା କନ୍ନଡ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ ହୋଇଛି। ଲୋକଙ୍କୁ ସବୁବେଳେ ହସାଉଥିବା ମୋହନ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ପଡ଼ିଛନ୍ତି। ଲିଭର୍‌ ଜନିତ ସମସ୍ୟା ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ବେଙ୍ଗାଲୁରୁରେ ଚିକତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

Advertisment

ଯୁବ ବୟସରୁ ଫିଲ୍ମ ଦେଖିବାକୁ ସେ ବେଶ୍‌ ପସନ୍ଦ କରୁଥିଲେ। ପ୍ରତ୍ୟେକ ଦିନ ସେ ୩ଟି ଫିଲ୍ମ ଦେଖୁଥିଲେ। ସ୍କୁଲ୍‌ ଜୀବନରୁ ସେ ଅଭିନୟ ଆରମ୍ଭ କରିଥିଲେ ଓ ଡ୍ରାମାରେ ଭାଗ ନେଇଥିଲେ। ଏହାପରଠୁ ସେ ଅଭିନୟକୁ ନିଜ ପେଶା ଭାବେ ଆଦରି ନେଇଥିଲେ। ଖାଲି ଅଭିନୟ ନୁହେଁ, ନିର୍ଦ୍ଦେଶକଙ୍କୁ ସାହାଯ୍ୟ କରିବା ସହ ଟିଭି ସିରିୟଲ ଓ ଫିଲ୍ମ ପାଇଁ ସେ ସ୍କ୍ରିପ୍ଟ ଓ ଡାଇଲଗ୍‌ ମଧ୍ୟ ଲେଖୁଥିଲେ। 

ଫିଲ୍ମ ‘KGF Chapter 1’ରେ ମଧ୍ୟ ମୋହନ ନଜର ଆସିଥିଲେ। ଏହି ଫିଲ୍ମରେ ସେ ରିପୋର୍ଟର ଆନନ୍ଦୀଙ୍କ ଇନଫର୍ମର ଭାବେ ନଜର ଆସିଥିଲେ। ଦକ୍ଷିଣ ଭାରତୀୟ ଫିଲ୍ମରେ ମୋହନ ବେଶ୍‌ ପରିଚିତ ଚେହେରା ଥିଲେ। ସେ ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ୧୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟର ଯାଦୁ ଦେଖାଇଥିଲେ। ସେ ତାଙ୍କର ଫିଲ୍ମ କ୍ୟାରିୟରରେ ତାମିଲ, ତେଲୁଗୁ, ମାଲାୟାଲମ ଓ ହିନ୍ଦୀରେ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ। 

Advertisment

ଫିଲ୍ମ ‘ଚେଲତା’ରେ ତାଙ୍କୁ ବଡ଼ ବ୍ରେକ୍‌ ମିଳିଥିଲା। ମୋହନଙ୍କ ଅକାଳ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବେଙ୍ଗାଲୁରୁରେ ସେ ଜନ୍ମଗ୍ରହଣ କରିଥିଲେ। ମୋହନ ଇଞ୍ଜିନିୟର ହୁଅନ୍ତୁ ବୋଲି ତାଙ୍କ ବାପା ଚାହୁଁଥିଲେ। ହେଲେ ସେ ତାଙ୍କ ବାପାଙ୍କ ଇଚ୍ଛା ପୂରଣ କରିପାରିନଥିଲେ। କାରଣ ସେ ଏତେ ଭଲ ପାଠ ପଢ଼ୁନଥିଲେ। ଏକ ସାକ୍ଷାତକାରରେ ମୋହନ ଏହା କହିଥିଲେ।

KGF Actor Died KGF 2 Actor Died KGF 2 Actor Mohan Juneja
Advertisment
Advertisment