Advertisment

ବୟସ ହେଲାଣି ୫୦, ତଥାପି ପରଷି ଦିଅନ୍ତି ଗ୍ଲାମର ତଡ୍‌କା

ମନ୍ଦିରା ବେଦୀଙ୍କୁ ଛୁଇଁ ସାରିଲେଣି ୫୦ ବର୍ଷ। ଏ ବୟସରେ ବି ସେ ନିଜ ଫିଟ୍‌ନେସ୍, ଷ୍ଟାଇଲ୍ ଓ ଚଞ୍ଚଳତାରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇଦେବେ। ଆସନ୍ତୁ ନଜର ପକେଇନେବା ତାଙ୍କର ଏକ ଭିଡିଓ ଉପରେ।

author-image
Pramod Behera
ଅଦ୍ୟତନ ହୋଇଛି
Mandira Bedi look glamorous at the age of 50

Mandira Bedi look glamorous at the age of 50

ବଲିଉଡ ଅଭିନେତ୍ରୀ ତଥା ମଡେଲ୍ ମନ୍ଦିରା ବେଦୀ ୫୦ ବର୍ଷ ଛୁଇଁ ସାରିଲେଣି। ଏ ବୟସରେ ବି ସେ ନିଜ ଫିଟ୍‌ନେସ୍, ଷ୍ଟାଇଲ୍ ଓ ଚଞ୍ଚଳତାରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇଦେବେ। ଗଲା ବର୍ଷ ତାଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ତାଙ୍କର ସାଧାରଣ ଜୀବନ ଧିରେ ଧିରେ ସ୍ୱାଭାବିକ ହେଉଛି।

Advertisment

ନିକଟରେ ସେ ଛୁଟି କାଟିବା ପାଇଁ ଥାଇଲାଣ୍ତ ଯାଇଥିଲେ। ଏଠାରୁ ସେ ତାଙ୍କର ଗ୍ଲାମରସ ଫଟୋ ଓ ଭିଡିଓ ଶେୟାର କରି ଲୋକଙ୍କ ପାଗଳ କରିବାରେ ଲାଗିଛନ୍ତି। ସେ ପୋଷ୍ଟ କରିଥିବା ଏକ ଭିଡିଓକୁ ବର୍ତ୍ତମାନ ଲୋକେ ଖୁବ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ସେ ଥାଇଲାଣ୍ଡ୍ ବିଚ୍‌ର ସୋନ୍ଦର୍ଯ୍ୟକୁ ଦେଖାଉଛନ୍ତି।

ମନ୍ଦିରା ବେଦୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଦେଖାଯାଉଛି ଯେ ସେ ଖୁବ ଗ୍ଲାମରସ୍‌ ଲୁକ୍‌ରେ ନଜର ଆସୁଛନ୍ତି। ଏହି ଅବସରରେ ସେ ନାଲି ରଙ୍ଗର ସ୍ୱିମ୍‌ସୁଟ୍ ପିନ୍ଧିଛନ୍ତି। ତେବେ ଛୁଟି ମନେଇବା ପାଇଁ ଯାଇଥିବା ମନ୍ଦିରା ଏହି ଭିଡିଓରେ ଥାଇଲାଣ୍ଡର ମନୋରମ ଦୃଶ୍ୟକୁ ତାଙ୍କ ପ୍ରଶଂସକଙ୍କୁ ଦେଖାଉଥିବା ନଜର ଆସନ୍ତି।

Advertisment

ଏହି ଭିଡିଓକୁ ପୋଷ୍ଟ୍‌ କରି ସେ ଲେଖିଛନ୍ତି ଯେ ‘ବର୍ଣ୍ଣନା କରିବାକୁ ଶବ୍ଦର ଆବଶ୍ୟକତା ନଥାଏ’। ପ୍ରକାଶଥାଉ ଯେ ମନ୍ଦିରା ଏହା ପୂର୍ବରୁ ମଧ୍ୟ ଅନେକ ଫଟୋ ଶେୟାର କରିଛନ୍ତି। ଏହିସବୁ ଫଟୋକୁ ଦେଖି ଅନୁମାନ କରାଯାଇ ପାରେ ଯେ ସେ ତାଙ୍କ ଛୁଟିକୁ ପୂରା ଉପଭୋଗ କରୁଛନ୍ତି।

ପ୍ରକାଶଥାଉ ଯେ ଏହି ମଡେଲ୍ ତଥା ଅଭିନେତ୍ରୀ ୧୯୯୪ରେ ଦୂରଦର୍ଶନର ଏକ ଶୋ’ ରେ ଶାନ୍ତି ଭୂମିକାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ‘ଦିଲୱାଲେ ଦୁଲ୍ହନିଆଁ ଲେ ଜାଏଙ୍ଗେ’ରେ ନଜର ଆସିଥିଲେ। ବର୍ତ୍ତମାନ ତାଙ୍କ କାମର କଥାକୁ ନେଇ ଆଲୋଚନା କଲେ ନିକଟରେ ମନ୍ଦିରା ବେଦୀ ହଟ୍‌ଷ୍ଟାର୍ ୱେବ୍ ସିରିଜ୍ ‘ସିକ୍ସ’ରେ ନଜର ଆସିଥିଲେ।

Bollywood Mandira Bedi
Advertisment
Advertisment