Advertisment

ତୃତୀୟ ଦିନରେ ‘ହିରୋପନ୍ତୀ ୨’ର ଧମାକାଦାର ରୋଜଗାର

ଟାଇଗର ଶ୍ରଫ୍‌ଙ୍କ ‘ହିରୋପନ୍ତୀ ୨’‌ ପ୍ରତି ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଯେମିତି ଚର୍ଚ୍ଚାରେ ଥିଲା ରିଲିଜ୍ ପରେ ମଧ୍ୟ ଏହାର ରୋଜଗାର ହେତୁ ହେଡ୍‌ଲାଇନ୍‌ରେ ରହିଛି।

author-image
Pramod Behera
Heropanti 2 box office collection day 3

Heropanti 2 box office collection day 3

‘ହିରୋପନ୍ତୀ ୨’ ମାଧ୍ୟମରେ ଟାଇଗର ଶ୍ରଫ୍ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଏବଂ ମନ ଉପରେ ରାଜ୍ କରିଛନ୍ତି। ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ରିଲିଜ୍ ହେବାର ଦୁଇ ଦିନ ବିତିଗଲାଣି, କିନ୍ତୁ ଟାଇଗର ଶ୍ରଫ୍‌ଙ୍କ ‘ହିରୋପନ୍ତୀ ୨’‌ ପ୍ରତି ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଯେମିତି ଚର୍ଚ୍ଚାରେ ଥିଲା ରିଲିଜ୍ ପରେ ମଧ୍ୟ ଏହାର ରୋଜଗାର ହେତୁ ହେଡ୍‌ଲାଇନ୍‌ରେ ରହିଛି।

Advertisment

୨୦୧୪ରେ କ୍ରିତି ସାନନଙ୍କ ବିପକ୍ଷରେ ‘ହିରୋପନ୍ତୀ’ ରୁ ବଲିଉଡରେ ଡେବ୍ୟୁ କରିଥିବା ଟାଇଗର ଶ୍ରଫ୍‌, ତାରା ସୁତାରିଆଙ୍କ ସହିତ ‘ହିରୋପନ୍ତୀ ୨’ ରେ ନଜର ଆସିଛନ୍ତି। ରିଲିଜ୍‌ର ପ୍ରଥମ ଦିନରେ ଚଳଚ୍ଚିତ୍ରଟି ପ୍ରାୟ ଆଠ କୋଟି ରୋଜଗାର କରିବା ବେଳେ ଦ୍ୱିତୀୟ ଦିନରେ ପ୍ରାୟ ୬ କୋଟି ରୋଜଗାର କରିବାରେ ସଫଳ ହୋଇଥିଲା। ଆଶା କରାଯାଏ ଯେ ଆଜି ରିଲିଜ୍‌ର ତୃତୀୟ ଦିନରେ ଅର୍ଥାତ୍ ରବିବାର ବକ୍ସ ଅଫିସ୍‌ରେ ୮ ରୁ ୯ କୋଟି ରୋଜଗାର କରିବାର ଆଶା କରାଯାଉଛି।

ଦୀର୍ଘ ସମୟ ଧରି ବଡ ପରଦାରେ ଟାଇଗର ଶ୍ରଫଙ୍କୁ ନ ଦେଖି ତାଙ୍କ ପ୍ରଶଂସକଙ୍କ ଅସ୍ଥିରତା ବଢୁଥିବା ଦେଖାଯାଇଥିଲା। ଯେତେବେଳେ ଟାଇଗର ଶ୍ରଫଙ୍କ ‘ହିରୋପନ୍ତୀ ୨’ ଶେଷରେ ୨୫୦୦ ସ୍କ୍ରିନ୍‌ରେ ମୁକ୍ତିଲାଭ କଲା, ପ୍ରେକ୍ଷାଳୟଗୁଡ଼ିକରେ ଭିଡ଼ ଜମିଗଲା। ଏହି ଚଳଚ୍ଚିତ୍ରଟି ସାଜିଦ୍ ନାଡିୟାଡୱାଲାଙ୍କ ପ୍ରଡକ୍ସନରେ ନିର୍ମିତ ହୋଇଥିବା ବେଳେ ଏଥିରେ ଟାଇଗର ଶ୍ରଫଙ୍କ ସହ ନୱାଜୁଦ୍ଦିନ ସିଦ୍ଦିକି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Advertisment

ତେବେ ଅଜୟ ଦେବଗନ୍ ଓ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ‘ରନ୍‌ୱେ ୩୪’ ର ଟକ୍କର ହେତୁ ଟାଇଗର ଶ୍ରଫଙ୍କ ଫିଲ୍ମର ରାସ୍ତାରେ କିଛି ବାଧକ ହେବ ଆଶା କରାଯାଉଥିଲେ ବି ତାହା ହୋଇନି। କିନ୍ତୁ ରୋଜଗାର ପ୍ରମାଣ କରିଦେଇଛି ଯେ ‘ହିରୋପନ୍ତୀ ୨’ ଆଗରେ ଅଛି।

‘ହିରୋପନ୍ତୀ ୨’ ରେ ଫେରିଥିବା ଟାଇଗର ଶ୍ରଫ ଶେଷ ଥର ପାଇଁ ‘ବାଗୀ ୩’ରେ ନଜର ଆସିଥିଲେ। ଆଗକୁ ତାଙ୍କୁ ‘ବଡେ ମିୟାଁ ଛୋଟେ ମିୟାଁ’ ଓ ‘ଗଣପଥ’ ଭଳି ବଡ ଫିଲ୍ମରେ ଦେଖିବାକୁ ମିଳିବ।

Bollywood Tiger Shroff Heropanti 2
Advertisment
Advertisment