Advertisment

ଅଜୟଙ୍କ ଉପରେ ଭାରି ପଡିଲେ ଟାଇଗର୍‌

'ରନ୍‌ୱେ ୩୪' ଅପେକ୍ଷା 'ହିରୋପନ୍ତୀ ୨'କୁ ଭଲ ଓପେନିଂ ମିଳିବା ସହିତ ଏହା ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ଅଜୟ ଦେବଗନଙ୍କ ଫିଲ୍ମ ଅପେକ୍ଷା ଟାଇଗରଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଦୁଇଗୁଣ ସଂଗ୍ରହ କରିବାରେ ସଫଳ ହୋଇଛି।

author-image
Pramod Behera
Ajay Devgn runway-34 and Tiger Shroff Heropanti-2 box office collection

Ajay Devgn runway-34 and Tiger Shroff Heropanti-2 box office collection

ଅଜୟ ଦେବଗନଙ୍କ ଥ୍ରୀଲର ଫିଲ୍ମ 'ରନ୍‌ୱେ ୩୪' ଓ ଟାଇଗର ଶ୍ରଫଙ୍କ ଫିଲ୍ମ 'ହିରୋପନ୍ତୀ ୨' ଏକାଠି ମୁକ୍ତିଲାଭ କରିଛି, କିନ୍ତୁ ବାଜି ମାରି ନେଇଛନ୍ତି ଟାଇଗର୍‌। 'ରନ୍‌ୱେ ୩୪' ଅପେକ୍ଷା 'ହିରୋପନ୍ତୀ ୨'କୁ ଭଲ ଓପେନିଂ ମିଳିବା ସହିତ ଏହା ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ଅଜୟ ଦେବଗନଙ୍କ ଫିଲ୍ମ ଅପେକ୍ଷା ଟାଇଗରଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଦୁଇଗୁଣ ସଂଗ୍ରହ କରିବାରେ ସଫଳ ହୋଇଛି।

Advertisment

ଏପ୍ରିଲ ୨୯ରେ ଟାଇଗର ଶ୍ରଫ୍ ଓ ତାରା ସୂତାରିଆ ଷ୍ଟାରର୍ ‘ହିରୋପନ୍ତୀ ୨' ଏବଂ ଅଜୟ ଦେବଗାନ୍, ଅମିତାଭ ବଚ୍ଚନ, ରକୁଲ ପ୍ରୀତ ସିଂ ଅଭିନୀତ 'ରନ’ୱେ ୩୪' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଟାଇଗର୍‌ଙ୍କ ଚଳଚ୍ଚିତ୍ରକୁ ଦର୍ଶକମାନେ ଭଲ ପ୍ରତିକ୍ରିୟା ଦେଉଥିବାବେଳେ ଅଜୟଙ୍କ ଫିଲ୍ମକୁ ଏତେ ପ୍ରଶଂସା ମିଳି ନାହିଁ।

‘ହିରୋପନ୍ତୀ ୨' ଶୁକ୍ରବାର ପ୍ରାୟ ୭.୫୦ କୋଟି ସଂଗ୍ରହ କରିଥିବାବେଳେ 'ରନ୍‌ୱେ ୩୪' ପ୍ରଥମ ଦିନରେ ୩-୪ କୋଟି ରୋଜଗାର କରିଛି। 'ରନ୍‌ୱେ ୩୪' ପ୍ରାୟ ୩.୫୦ କୋଟିରୁ ମନ୍ଥର ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ର ସମାଲୋଚକଙ୍କ ଅନୁଯାୟୀ ଦର୍ଶକମାନେ ଫିଲ୍ମର କାହାଣୀକୁ ନେଇ ଉତ୍ସାହ ଦେଖାଉ ନାହାଁନ୍ତି।

Advertisment

ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ‘ହିରୋପନ୍ତୀ ୨' ପ୍ରଥମ ଦିନରେ ପ୍ରାୟ ୭.୫୦ କୋଟି ସଂଗ୍ରହ କରିଥିବା ବେଳେ ଆଡ୍‌ଭାନ୍ସ ବୁକିଂ ବେଳେ ୩ କୋଟି ରୋଜଗାର କରିଛି। ତେବେ ‘ହିରୋପନ୍ତୀ ୨'ର ସଂଗ୍ରହ ସପ୍ତାହକ ମଧ୍ୟରେ ୩୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଯଦିଓ ଉଭୟ ଫିଲ୍ମ ଗୋଟିଏ ଦିନରେ ରିଲିଜ୍‌ ବେଳେ ଲଢେଇକୁ ନେଇ ଆଶା ରହିଥିଲା, କିନ୍ତୁ ଭିନ୍ନ ଥିମ କାରଣରୁ ଫିଲ୍ମ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ ବୋଲି ବିଶ୍ୱାସ ମଧ୍ୟ କରାଯାଉଥିଲା। ତେବେ ଟାଇଗରଙ୍କ ଯୁବ ପ୍ରଶଂସକଙ୍କ ଭଲ ପାଇବା ତାଙ୍କ ପାଇଁ ସହାୟକ ହୋଇଛି।

‘ହିରୋପନ୍ତୀ ୨' ସାଜିଦ ନାଡିୟାଡୱାଲାଙ୍କ ଦ୍ୱାରା ନିର୍ମିତ ଏବଂ ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ହୋଇଥିବାବେଳେ 'ରନ୍‌ୱେ ୩୪' ଅଜୟ ଦେବଗନଙ୍କ ଦ୍ୱାରା ନିର୍ଦ୍ଦେଶିତ। ସତ ଘଟଣା ଉପରେ ଆଧାରିତ ଏଭିଏସନ ଥ୍ରୀଲର ଡ୍ରାମା ଫିଲ୍ମକୁ ଅଜୟ ତାଙ୍କ ନିଜ ବ୍ୟାନର୍‌ ଏମ୍‌ ଫିଲ୍ମ ଅଫ୍ ପାନୋରାମା ଷ୍ଟୁଡିଓରେ ନିର୍ମିତ କରିଛନ୍ତି।

Runway 34 Heropanti 2 Bollywood
Advertisment
Advertisment