• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡର ଜଣାଶୁଣା ଅଭିନେତା । ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ଗତ ସପ୍ତାହର ପ୍ରଥମାର୍ଦ୍ଧରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି । ତେବେ ହସ୍ପିଟାଲରୁ ଫେରିବା ପରେ ସେ ଏକ ଭିଡିଓ ସେୟାର କରିଛନ୍ତି ।

"ଶୁଟିଂ ସମୟରେ ଅଭିନେତା ଧର୍ମେନ୍ଦ୍ରଙ୍କ ପିଠିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏଥିପାଇଁ ତାଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି କହିଛନ୍ତି ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ କର୍ତ୍ତପକ୍ଷ । "

ତେବେ ହସ୍ପିଟାଲରୁ ଫେରିବା ପରେ ସେ ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି, ମାତ୍ରାଧିକ ଭାବେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ । ଏପରି କରିବା ପରେ ମୋର ମାଂସପେଶୀରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ସେଥିପାଇଁ ହସ୍ପିଟାଲ ଯିବାକୁ ପଡ଼ିଲା । ତେବେ ପ୍ରଶଂସକଙ୍କ ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ଚିନ୍ତା କରିବାର କୌଣସି କାରଣ ନାହିଁ । ତେବେ ଆଗକୁ ଅଧିକ ସତର୍କ ରହିବି ।