• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ । ୨୦୨୧ ମସିହାର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭାରତୀୟ ପ୍ରାଶାସନିକ ସେବା-ଆଇଏଏସରେ ୧୮୦ ଜଣ, ଭାରତୀୟ ପୁଲିସ ସେବା-ଆଇପିଏସରେ ୨୦୦ ଜଣ ଓ ଭାରତୀୟ ବିଦେଶ ସେବା-ଆଇଏଫ୍ଏସରେ ୩୭ ଜଣ ଅଛନ୍ତି ।

ତେବେ ପ୍ରଥମ ଚାରୋଟି ସ୍ଥାନରେ ଝିଅ ଅଛନ୍ତି । ଶ୍ରୁତି ଶର୍ମା ସର୍ବ ଭାରତୀୟ ରାଙ୍କର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ ରହିଥିବା ବେଳେ ତୃତୀୟରେ ଜାମିନି ସିଂଗଲ ଓ ଚତୁର୍ଥରେ ଐଶ୍ୱର୍ଯ୍ୟା ବର୍ମା ରହିଛନ୍ତି । 

ସେହିପରି ଓଡ଼ିଶାର ଅଙ୍କୁର ଦାସ ୫୨ତମ ସ୍ଥାନରେ ଥିବା ବେଳେ କାର୍ତ୍ତିକ ପାଣିଗ୍ରାହୀ ୬୩ତମ ସ୍ଥାନରେ ରହିଛନ୍ତି । ଗୌରବ କୁମାର ଅଗ୍ରୱାଲ ୮୬ ନମ୍ବର ସ୍ଥାନରେ ରହିଥିବା ବେଳେ ଦୁର୍ଗା ପ୍ରସାଦ ଅଧିକାରୀ ୨୦୫, ବିଶ୍ୱ ବିଶ୍ରୁତ ତ୍ରିପାଠୀ ୨୩୨, ଅନୁପ ଗର୍ଗ ୨୬୯, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬ ଓ ମାନସ ରଞ୍ଜନ ସାହୁ ୫୧୩ ନମ୍ବର ସ୍ଥାନରେ ରହିଛନ୍ତି ।