ଭୁବନେଶ୍ୱରରେ ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ। ଫାର୍ସାରେ ହାଣିଲେ ୩/୪ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ୍ ୬ ମା ତାରେଣୀ ବସ୍ତିରେ ଦୁର୍ବୃତ୍ତମାନେ ଆଶାକର୍ମୀଙ୍କ ଭାଇକୁ ଆକ୍ରମଣ କରୁଥିବା ବେଳେ ସେ ଅଟକାଇବାରୁ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହହ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏତେ ବାଟବଣା ଯେ, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀରେ ଘର ଖଣ୍ଡେ ପାଇଁ ଅନାଇ ବସିଛନ୍ତି ଶହ ଶହ ବିପନ୍ନ । ତେଣେ କେନ୍ଦୁଝରରେ ଧନୀ ଲୋକଙ୍କୁ ତାଲିକାରେ ରଖା ନଯିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଧମକ ।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଜେରାର ତୃତୀୟ ଦିନରେ ଆଜି CDMO କାର୍ଯ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ ।
କେତେବେଳେ ଚା ପ୍ୟାକେଟ୍ରେ ତ କେତେବେଳେ ପରିବା ଟ୍ରକ୍ରେ ା ବେଙ୍ଗଲ୍ ମୁର୍ଶିଦାବାଦ୍ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ।
କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମୁହଁ ଖୋଲିଲେ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ମା’।
ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ନୂଆ ଚରିତ୍ର ସାମନାକୁ ଆସିବାରେ ଲାଗିଛନ୍ତି। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା। ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳୀ, ମାଳି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଜେରା କରିଥିଲା ସିବି।
ମାଛ ତେଲରେ ମାଛ ଭାଜୁଥିଲେ। ଠକେଇର ଅଭିନବ ଉପାୟ ପ୍ରୟୋଗ କରି ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲେ। ହେଲେ ଏହି କଳାକାରନାମା ବେଶୀ ଦିନ ତିଷ୍ଠି ରହି ପାରିଲା ନାହିଁ।
ପାରଳାଖେମୁଣ୍ଡି ଥାନା ପରିସରରେ ଥିବା ଗେଷ୍ଟ ହାଉସରେ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ୫୦ ରୁ ୬୦ ପ୍ରଶ୍ନ, ଘଣ୍ଟା ଘଣ୍ଟାର ଘଣ୍ଟା-ଚକଟା ସମସ୍ତଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି। ତଦନ୍ତକାରୀ ଟିମ୍ ତଦନ୍ତର ଚତୁର୍ଥ ଦିନ ତଥା ଜେରାର ଦ୍ୱିତୀୟ ଦିନରେ ପାଳି ପଡିଥିଲା ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କର।
ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି।
ଅବକାରୀ ବିଭାଗର ଲାଞ୍ଚ କାରବାର ସାମ୍ନାକୁ ଆସିଛି। ରାୟଗଡା ଅବକାରୀ ବିଭାଗରେ ଲାଞ୍ଚ କାରବାରର ଏହି ଭିଡିଓ ଭାଇରାଲ ହୋଇଛି।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍ ସେମାନଙ୍କୁ ପଚରାଉଚରା କରିଛି।
ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି। ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର।
ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍।
ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସୌମ୍ୟଙ୍କ କ୍ୱାର୍ଟରକୁ ଏକ୍ସପର୍ଟ ଟିମ୍ ସହାୟତାରେ ତନ୍ନତନ୍ନ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଡିଏସ୍ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ଯାଞ୍ଚ କରିଛି।
ସୌମ୍ୟଙ୍କ ମୃତଦେହ ମିଳିଥିବା କୋଠରୀରେ ତନ୍ନତନ୍ନ ଯାଞ୍ଚ କରି ନମୁନା ସଂଗ୍ରହ କରିଛି। ପ୍ରାୟ ୨ ଘଣ୍ଟା ଧରି ଏକ୍ସପର୍ଟ ଟିମ୍ ସେଠାରେ ଯାଞ୍ଚ କରିଥିଲା। ଯାଞ୍ଚ ପରେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।
ଗତ ମାସ ଜୁଲାଇ ୧୨ ରାତି ପ୍ରାୟ ୯ଟାରେ ଏସିଏଫ ସୌମ୍ୟରଂଜନ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ନିଆଁଁରେ ଜଳିଯାଇଥିଲେ ୯୦ ପ୍ରତିଶତ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ। ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା। ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ନିଶାର ନିଆଁଧୂଆଁରେ ସତେ ଯେମିତି ଆକ୍ତାମାକ୍ତା ରାଜଧାନୀ। କାରଣ ଅଫିମ କାହିଁକି, ପୁଳା ପୁଳା ବ୍ରାଉନସୁଗାର ଜବତ ହେଉଛି ଭୁବନେଶ୍ୱର ସମେତ ଉପକଣ୍ଠରୁ। ଖୋର୍ଦ୍ଧା ପାଖରୁ ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ସହ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।
ପୁଣି ଖୋର୍ଦ୍ଧା ସହରରୁ ଜବତ ହେଲା ବ୍ରାଉନ ସୁଗର । ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା ।
ଫ୍ରିଜ୍ ଭିତରୁ ମିଳିଲା ୯୩ ବର୍ଷୀୟ ବୃଦ୍ଧଙ୍କ ମୃତଦେହ। ଅନ୍ତିମ ସଂସ୍କାର କରାଇବା ପାଇଁ ପାଖରେ ଟଙ୍କା ନଥିବାରୁ ଜଣେ ବ୍ୟକ୍ତି ନିଜ ଜେଜେବାପାଙ୍କ ମୃତଦେହ ଫ୍ରିଜ୍ ଭିତରେ ରଖିଥିଲେ।
ଟିପର୍ ଟ୍ରକ୍ ଗୁଡ଼ିକୁ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ। ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସ ଗୁଡିକୁ ଅଲଗା କରି ଦିଆଯାଉଥିଲା। ଆଉ ଏସବୁକୁ ନେଇ ବାହାର ରାଜ୍ୟରେ ବିକ୍ରି କରି ଦିଆ ଯାଉଥିଲା।
ଶାଶୁ-ଜ୍ୱାଇଁଙ୍କ ମଧ୍ୟରେ ଲାଗି ରହିଥିଲା ଘରୋଇ କଳି ଲାଗି। ଶେଷରେ ଶାଶୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍ କରିଥିଲା ଜ୍ୱାଇଁ। ଶାଶୁକୁ ହତ୍ୟା କରିବା ପାଇଁ ଜ୍ୱାଇଁ ସୁପାରୀ ଦେଇଥିଲା।
କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ?