Advertisment

ଶାଶୁକୁ ରାସ୍ତାରୁ ସଫା କରିବା ପାଇଁ ସୁପାରୀ ଦେଲା ଜ୍ୱାଇଁ, ୬ ଲକ୍ଷ ଟଙ୍କା ହୋଇଥିଲା ଡିଲ୍‌

ଶାଶୁ-ଜ୍ୱାଇଁଙ୍କ ମଧ୍ୟରେ ଲାଗି ରହିଥିଲା ଘରୋଇ କଳି ଲାଗି। ଶେଷରେ ଶାଶୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍‌ କରିଥିଲା ଜ୍ୱାଇଁ। ଶାଶୁକୁ ହତ୍ୟା କରିବା ପାଇଁ ଜ୍ୱାଇଁ ସୁପାରୀ ଦେଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଶାଶୁକୁ ରାସ୍ତାରୁ ସଫା କରିବା ପାଇଁ ସୁପାରୀ ଦେଲା ଜ୍ୱାଇଁ, ୬ ଲକ୍ଷ ଟଙ୍କା ହୋଇଥିଲା ଡିଲ୍‌

man kills mother in law

ନୂଆପଡ଼ା: ଶାଶୁ-ଜ୍ୱାଇଁଙ୍କ ମଧ୍ୟରେ ଲାଗି ରହିଥିଲା ଘରୋଇ କଳି ଲାଗି। ଶେଷରେ ଶାଶୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍‌ କରିଥିଲା ଜ୍ୱାଇଁ। ଶାଶୁକୁ ହତ୍ୟା କରିବା ପାଇଁ ଜ୍ୱାଇଁ ସୁପାରୀ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ଆପନା ଢାବା ମାଲିକାଣୀ ବାସନ୍ତୀ ମେହେର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ୍‌। ଏହି ହତ୍ୟାକାଣ୍ଡ ପଛରେ ବାସନ୍ତୀଙ୍କ ଜ୍ୱାଇଁ ମୀନକେତନଙ୍କ ହାତ ଥିବା ପୋଲିସ୍‌ ସୂଚନା ଦେଇଛି। 

Advertisment

ଗତ ଜୁଲାଇ ୩୧ ତାରିଖ ରାତି ପ୍ରାୟ ୮ଟା ୩୦ ସମୟରେ ଆପନା ଢାବାରେ କଥା କଟାକଟିରୁ ହଠାତ୍‌ ଗୁଳିକାଣ୍ଡ ହୋଇଥିଲା। ଦୁର୍ବୃତ୍ତମାନେ ଢାବା ମାଲିକାଣୀ ବାସନ୍ତୀ ମେହେରଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ୨ଟି ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ବାସନ୍ତୀଙ୍କ ଜ୍ୱାଇଁ ମୀନକେତନ, ତାଙ୍କ ବଡ ଭାଇ ଏବଂ ବୁଲାର୍ରୁ ୨ ସୁପାରୀ କିଲରଙ୍କୁ ଖଡିଆଳ ପୋଲିସ୍‌ ଗିରଫ କରିଛି। ଏଥିସହ ୯୦ ହଜାର ଟଙ୍କା, ୨ଟି ବାଇକ, ୪ ମୋବାଇଲ ଜବତ ହୋଇଛି।

ସୂଚନା ଅନୁସାରେ, ଶାଶୁ ବାସନ୍ତୀ ଓ ଜ୍ୱାଇଁ ମୀନକେତନଙ୍କ ମଧ୍ୟରେ ଘରୋଇ କଳି ଲାଗି ରହିଥିଲା। ଫଳରେ ଶାଶୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ମୀନକେତନ ଯୋଜନା କରିଥିଲା। ଏଥିପାଇଁ ସେ ସୁପାରୀ କିଲରଙ୍କୁ ସୁପାରି ଦେଇଥିଲେ। ୨ ଜଣ ସୁପାରୀ କିଲରଙ୍କ ସହ ଯୋଗାଯୋଗ କରି ୬ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ। ମାରିବା ପୂର୍ବରୁ ୨ ଲକ୍ଷ ଓ ମାରିଲା ପରେ ୪ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା।

Advertisment

ପୂର୍ବ ଯୋଜନା ଅନୁସାରେ, ୨ ଜଣ ସୁପାରୀ କିଲର ଜୁଲାଇ ୩୧ ତାରିଖ ରାତିରେ ଏକ ବାଇକରେ ଆପନା ଢାବାକୁ ଆସିଥିଲେ। ଏହାପରେ କୌଣସି କାରଣକୁ ନେଇ ବାସନ୍ତୀଙ୍କ ସହ ସେମାନଙ୍କର କଥା କଟାକଟି ହୋଇଥିଲା। ସେମାନଙ୍କ ମଧ୍ୟର ଜଣେ ବାସନ୍ତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ତାଙ୍କ ଛାତିରେ ବାଜି ଥିଲା। ଗୁରୁତର ଅବସ୍ଥାରେ ବାସନ୍ତୀଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଥାଉ କି, ଦିନକ ପରେ ଅର୍ଥାତ୍‌ ଅଗଷ୍ଟ ୧ରେ ବାସନ୍ତୀଙ୍କ ନାତିର ଜନ୍ନ ବାର୍ଷିକୀ ପାଳନ ହୋଇଥାନ୍ତା। ବନ୍ଧୁବାନ୍ଧବଙ୍କୁ ‌ଆମନ୍ତ୍ରଣ ହୋଇ ସାରିଥିଲା। କିନ୍ତୁ ଏହା ପୂର୍ବରୁ ବାସନ୍ତୀଙ୍କ ମୃତ୍ୟୁ ହୋଇଥିଲା।ହତ୍ୟାକାରୀମାନଙ୍କୁ ଫାସି ସଜ୍ଜା ଦିଆଯାଉ ବୋଲି ବାସନ୍ତୀଙ୍କ ଝିଅ, ସ୍ୱାମୀ କହିଛନ୍ତି।

Nuapda Odisha Crime Man Kills Mother In Law
Advertisment
Advertisment