Advertisment

ରହସ୍ୟ ଘେରରେ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ପୋଲିସ୍‌ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ?  ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ?

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରହସ୍ୟ ଘେରରେ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ପୋଲିସ୍‌ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

acf soumyaranjan mohapatra death mystery

ପାରଳାଖେମୁଣ୍ଡି: କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ?  ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? ସୌମ୍ୟଙ୍କ ମୃତ୍ୟୁକୁ ମାସେ ପୁରି ଥିବାବେଳେ  ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେବି ଖୋଜି ପାରିନି ପୋଲିସ। ସୌମ୍ୟଙ୍କ ମୃତ୍ୟୁ ରହସ୍ୟର କାରଣ ପାଇ ପାରିନାହିଁ ତଦନ୍ତକାରୀ ଟିମ୍। ତଦନ୍ତ ଏବଂ ଘଣ୍ଟା ଘଣ୍ଟାର ମାରାଥନ ଜେରା ପରେ ବି ଘଟଣାରେ କାହାକୁ ଗିରଫ କରାଯାଇ ପାରିନାହିଁ। ଏପଟେ ନ୍ୟାୟ ଅପେକ୍ଷାରେ ଅଛନ୍ତି ସୌମ୍ୟଙ୍କ ପରିବାର।

Advertisment

ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ  ସୌମ୍ୟରଞ୍ଜନ ନିଜର ସରକାରୀ ବାସଭବନରେ ନିଆଁ ଲାଗି ୯୦% ପୋଡ଼ି ଯାଇଥିଲେ। ପରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ମୃତ୍ୟୁକୁ ଆଜି ମାସେ ପୁରିଛି।  ହେଲେ ଏଯାଏ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ଘନ ଘନ ତଦନ୍ତ ପରେ ବି ପୋଲିସ ଏଯାଏ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ଏଭଳି ସ୍ଥିତିରେ ପୋଲିସର ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ଓ ପାରଳାଖେମୁଣ୍ଡି ବାସିନ୍ଦା ପ୍ରଶ୍ମ ଉଠାଇଛନ୍ତି।

Advertisment

ପୁଅ-ବୋହୂ ଗୋଟିଏ ରୁମ୍‌ରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ ? ମୁଖ୍ୟ ଆସାମୀ ବୋହୂ। ବୋହୂକୁ ଗିରଫ କରାଗଲା ନାହିଁ କାହିଁକି ? ତେଣୁ ଏହା ପଛରେ କିଛି ଚକ୍ରାନ୍ତ ଚାଲିଛି। ବୋହୂକୁ କ’ଣ ପାଇଁ ଜେରା କରାଯାଉ ନାହିଁ କାହିଁକି ? ବୋହୂକୁ ଗିରଫ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ’ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।

୯୫% ପୋଡ଼ି ଯାଇଥିବାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। 

ମାସେ ହେଲାଣି ମାମଲା ରୁଜୁ କରି ପୋଲିସର ତଦନ୍ତ ପରେ ତଦନ୍ତ ଜାରି ରହିଛି। ସ୍କାନରରେ ଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ତଥାପି ଏବେବି ଅନ୍ଧାରରେ ରହିଛି ସୌମ୍ୟଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ। ଯାହାକୁ ନେଇ ସୌମ୍ୟଙ୍କ ପରିବାର ଓ ପାରଳାଖେମୁଣ୍ଡି ବାସିନ୍ଦା ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି।

Soumya Ranjan Mohapatra Paralakhemundi ACF Death Acf Soumya Ranjan Mohapatra
Advertisment
Advertisment