Advertisment

ପୁଣି DFO, ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ୍

ଗତ ମାସ ଜୁଲାଇ ୧୨ ରାତି ପ୍ରାୟ ୯ଟାରେ ଏସିଏଫ ସୌମ୍ୟରଂଜନ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ନିଆଁଁରେ ଜଳିଯାଇଥିଲେ ୯୦ ପ୍ରତିଶତ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ପୁଣି DFO, ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ୍

acf soumya ranjan mohapatra

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଭାର ନେବା ପରେ ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍। ପାରଳାଖେମୁଣ୍ଡିରେ ୨ ଘଣ୍ଟାର ତଦନ୍ତ ପରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରୁ ବାହାରିଛି କ୍ରାଇମବ୍ରାଞ୍ଚ ଟିମ। ପୁଣି DFO ଏବଂ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିବ ବୋଲି ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏହି ୩ ଜଣିଆ ଟିମ୍ ସବୁ ଦିଗରୁ ତଦନ୍ତ କରୁଛନ୍ତି। 

Advertisment

ଏହି ୩ ଜଣିଆ ଟିମକୁ ସହାୟତା କରିବାକୁ ଅଛନ୍ତି ୬ଜଣିଆ ବିଶେଷଜ୍ଞ ଟିମ୍। ବିଶେଷଜ୍ଞ ଟିମ୍‌ରେ ଅଛନ୍ତି। ରସାୟନବିତ୍, ଫିଙ୍ଗରପ୍ରିଟ୍ ବିଶେଷଜ୍ଞ, ସାଇଣ୍ଟିଫିକ୍ ଅଫିସର,ଅଗ୍ନିଶମ ବାହିନୀର ବିଶେଷଜ୍ଞ ପ୍ରମୁଖ। କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ ସୌମ୍ୟଙ୍କ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ପୂର୍ବରୁ ଏହି ମାମଲାର ଯାଞ୍ଚରେ ପୋଲିସକୁ ସହଯୋଗ କରୁଥିଲା କ୍ରାଇମବ୍ରାଞ୍ଚ। ଏବେ ପୂର୍ଣ୍ଣାଙ୍ଗ ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

ଗତ ମାସ ଜୁଲାଇ ୧୨ ରାତି ପ୍ରାୟ ୯ଟାରେ ଏସିଏଫ ସୌମ୍ୟରଂଜନ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ନିଆଁଁରେ ଜଳିଯାଇଥିଲେ ୯୦ ପ୍ରତିଶତ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବୋହୂ ବିଦ୍ୟାଭାରତୀ, ଗଜପତି ଡିଏଫ୍ଓ ଓ ରୋଷେୟା ଷଡଯନ୍ତ୍ର କରି ପୁଅକୁ ମାରିଥିଲେ ବୋଲି ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରି ଏତଲା ଦେବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ।

Advertisment

ପରେ ଗଜପତି ପୋଲିସ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁୂଜୁ କରି ତଦନ୍ତ ଆଗକୁ ବଢ଼ାଇ ଥିଲା  ରୋଷେୟା ଓ ପରେ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ଜେରା କରିଥିଲା ପୋଲିସ  ପରେ ସାଇଣ୍ଟିଫିକ୍ ଟିମ୍, ପୋଲିସ ତଦନ୍ତ କରିଥିଲା ସୌମ୍ୟଙ୍କ ବାପାଙ୍କୁ ଜେରା କରାଯାଇଥିଲା ଜୁଲାଇ ୧୮ରେ ପାରଳାଖେମୁଣ୍ଡି ପୋଲିସ ସୌମ୍ୟଙ୍କ ବାଲେଶ୍ୱର ଖଇରା ଘରେ ପହଞ୍ଚି ତଦନ୍ତ କରିଥିଲା  ସେପଟେ ତଦନ୍ତରେ ସହଯୋଗ କରିବାକୁ କ୍ରାଇମବ୍ରାଞ୍ଚ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚିଥିଲା  ତା ଛଡ଼ା ପାରଳାଖେମୁଣ୍ଡି ପୋଲିସ କପ୍ତିପଦାରେ ବିଦ୍ୟାଭାରତୀଙ୍କ ବାପ ଘରେ ପହଞ୍ଚି ତାଙ୍କୁୁ ପଚରାଉଚରା ମଧ୍ୟ କରିଥିଲା 

Odisha News Crime Branch ACF Death
Advertisment
Advertisment