Advertisment

ସତ ସାମ୍ନାକୁ ଆସିବ: କ୍ରାଇମବ୍ରାଞ୍ଚ ଏଡିଜି

ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସୌମ୍ୟଙ୍କ କ୍ୱାର୍ଟରକୁ ଏକ୍ସପର୍ଟ ଟିମ୍ ସହାୟତାରେ ତନ୍ନତନ୍ନ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ଯାଞ୍ଚ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଆସିଲା ମୃତ ACF ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

Soumya bidyaBharati

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ରହିଛି ଆହୁରି ଅନେକ ଅସମାହିତ ପ୍ରଶ୍ନ। ଯାହା ଆଜି ଯାଏଁ ଉନ୍ମୋଚନ ହୋଇପାରିନି। ଯାହାର ରହସ୍ୟଭେଦ କରିବା ପାଇଁ ପୂର୍ଣ୍ଣାଙ୍ଗ ତଦନ୍ତଭାର ନିଜ ହାତକୁ ନେଇଛି କ୍ରାଇମବ୍ରାଞ୍ଚ। ତାହେଲେ କଣ ଏହି ମାମଲାର ତଦନ୍ତରେ ରହିଥିଲା କି ପୋଲିସର ଢିଲାପଣ ? ଏବେ ଏଭଳି ପ୍ରଶ୍ନ ଉଠିଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ମଧ୍ୟ ଟ୍ୱିଟ୍ କରି ସେଭଳି ଆଶଙ୍କା କରିବା ସହ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି।

Advertisment

ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସୌମ୍ୟଙ୍କ କ୍ୱାର୍ଟରକୁ ଏକ୍ସପର୍ଟ ଟିମ୍ ସହାୟତାରେ ତନ୍ନତନ୍ନ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ଯାଞ୍ଚ କରିଛି। ତଦନ୍ତରେ ସହାୟତା ପାଇଁ ରହିଛି ଏକ ୬ ଜଣିଆ ବିଶେଷଜ୍ଞ ଟିମ୍। ଯେଉଁଥିରେ ଅଛନ୍ତି ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ, ଫିଜିକ୍ସ, କେମେଷ୍ଟ୍ରି, ଭିଡିଓ ଓ ଷ୍ଟିଲ୍ ଫଟୋଗ୍ରାଫି ଏକ୍ସପର୍ଟଙ୍କ ସହ ଅଗ୍ନିଶମ ବାହିନୀର ଫାୟାର ଏକ୍ସପର୍ଟ।ଏହି ଟିମ୍ ସୌମ୍ୟଙ୍କ ମୃତଦେହ ମିଳିଥିବା କୋଠରୀରେ ତନ୍ନତନ୍ନ ଯାଞ୍ଚ କରି ନମୁନା ସଂଗ୍ରହ କରିଛି।

Advertisment

ଏଫଆଇଆର୍‌ରେ ନାଁ ଥିବା ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ ପୁଣିଥରେ ଜେରା ହେବ। ଖାଲି ସେତିକି ନୁହେଁ, ଯେଉଁମାନଙ୍କ ନାଁ ପୂର୍ବରୁ ଉଠିଥିଲା ସେମାନେ ସମସ୍ତେ ସ୍କାନରରେ ରହିବେ ବୋଲି କ୍ରାଇମବ୍ରାଞ୍ଚ କହିଛି। ସେପଟେ ସୌମ୍ୟଙ୍କ ଭାଇ ପୁଣିଥରେ ତଦନ୍ତକୁ ନେଇ ଉଠାଉଛନ୍ତି କେତେକ ଅତି ଗୁରୁତ୍ୱପୂର୍ଣ୍ଣ ଓ ଯୁକ୍ତିଯୁକ୍ତ ପ୍ରଶ୍ନ। 

Odisha Paralakhemundi ACF Death
Advertisment
Advertisment