ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣରେ ଇଣ୍ଟରନାଲ ଇନଫେକସନ ହୁଏ, ହାର୍ଟ, ଲଙ୍ଗସ, ବ୍ରେନ ଉପରେ ପ୍ରଭାବ ପକାଇଥାଏ। ବିଶେଷକରି ଫୁସଫୁସ୍ ଉପରେ ଅଧିକା ପ୍ରଭାବ ପଡିଥାଏ।
ରାଜ୍ୟରେ କ୍ରମାଗତ ଭାବରେ କମିଚାଲିଛି କରୋନା। ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ୍ କେସ୍ ୧୯୯ ରହିଛି
ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଅକ୍ଟୋବର ମାସର ଗାଇ଼ଡଲାଇନ୍। ପାର୍ବଣ ପାଇଁ ବଢିଛି କୋଭିଡ୍ କଟକଣା। ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି।
କରୋନା ପାଇଁ ଅକ୍ଟୋବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ ପୌରାଞ୍ଚଳ ସମେତ ଟ୍ୱିନ୍ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ପାର୍ବଣ ଋତୁ ପାଇଁ ସ୍ପେଶାଲ ରିଲିଫ୍ କମିଶନର ସତର୍କ କରାଇଛନ୍ତି। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ଥିଲା ତାହା ଅକ୍ଟୋବରରେ ବଳବତ୍ତର ରହିବ। ନୂଆ ଗାଇଡଲାଇନ ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ଯାଏ ଲାଗୁ ହେବ।
କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ।
ଖୁବ୍ଶୀଘ୍ର ଭାରତରେ ଉପଲବ୍ଧ ହେବ କରୋନା ଟିକା ଜାଇକୋଭ୍-ଡି । ଟିକା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ କରାଯାଉଛି ଏହି ଟିକା ଜାଇକୋଭ୍-ଡି । ତେବେ ନିର୍ଦ୍ଦିଷ୍ଟ ଭାବେ ଏହି କେବେ ଆସିବ ସେନେଇ ସ୍ପଷ୍ଟ ସୂଚନା ନାହିଁ ।
ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏଣୁ ସଚେତନ ହେବାକୁ ଡିଏମ୍ଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବାକୁ ନେଇ ସେ ଅନୁରୋଧ କରିଛନ୍ତି।
ଗତକାଲି କରୋନା ସଂକ୍ରମଣ କମିଥିବା ବେଳେ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୫୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୯ ରହିଛି।
ବୋର୍ଡିଂ ସ୍କୁଲରେ କରୋନା କହର । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଶ୍ରୀ ଚୈତନ୍ୟ ଶିକ୍ଷାନୁଷ୍ଠାନରେ ୬୦ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ସନ୍ଧ୍ୟାରେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ବାନ୍ତି ହେଉଥିବା କହିଥିଲେ । ତା’ପରେ ତୁରନ୍ତ ଛାତ୍ରଙ୍କର ନମୁନା ପରୀକ୍ଷା କରାଯାଇଥିଲେ ।
୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୩ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ପଜିଟିଭ୍ ବାହାରିଛନ୍ତି।
ପାର୍ବଣ ବେଳେ ଚଳିବନି ଢିଲାପଣ। କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଯଦିଓ ଦେଶରେ ମୋଟ୍ ସଂକ୍ରମଣ ହାର କମୁଛି, ହେଲେ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ।
କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ। ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସରକାର ମଧ୍ୟ କହିଥିଲେ।
ତଳମୁହାଁ ହେଉଛି କରୋନା ଗ୍ରାଫ୍। ଧୀରେ ଧୀରେ ରାଜ୍ୟରୁ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୪୫ ଜଣ ପଜିଟିଭ।
ସେରୋ ସର୍ଭେରେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପଲ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩. ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସେହିପରି ୬ରୁ ୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ୭୦ ପ୍ରତିଶତ ଏବଂ ୧୧ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ୭୪ ପ୍ରତିଶତ ଆଣ୍ଟିବଡ଼ି।
ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ରାଜ୍ୟର ୧୨ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଛି ୭୩ ପ୍ରତିଶତ ଆଣ୍ଟିବଡ଼ି। ଅର୍ଥାତ ଏହି ୧୨ ଜିଲ୍ଲାର ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡ଼ି ସୃଷ୍ଟିକୁ ନେଇ ବିଶେଷ ଫରକ୍ ନାହିଁ। RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି।
ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ନ କମୁଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣରେ ଏବଂ ମୃତ୍ୟୁହାରକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କଲା ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ରାଜ୍ୟରେ ସଂକ୍ରମଣ ତଳମୁହାଁ । ଗତ୨୪ ଘଣ୍ଟାରେ ୫୮୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୩ ଜଣ । ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି
ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ୍ । ଆମେରିକାରେ କରୋନାର ସବୁଠୁ ଭୟାନକ କରୋନା ଆର୍ ୱାନ୍ ଭାରିଏଣ୍ଟ୍ (Corona R.1 Variant) ଚିହ୍ନଟ କରାଯାଇଛି । ଏହି ଭାରିଏଣ୍ଟ୍ ବହୁତ କମ୍ ଲୋକଙ୍କ ଠାରେ ଚିହ୍ନଟ ହୋଇଥିବା ସତ୍ତ୍ୱେ ଏହାର ଭୟ ଏବେ ସମଗ୍ର ବିଶ୍ୱରେ ବଢିଥିବାର ଦେଖିବାକୁ ମିଳିଛି ।
ଦେଶରେ କମୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ଦେଶରେ ୨୯,୬୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ । ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩୬,୨୪,୦୦୦ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୬୫୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା।
ଜ୍ୟରେ ଆଜି ପୁଣି ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ଆଉ ୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ୩ ଦିନ ପାଇଁ ସିଲ୍ କରିଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପ୍ଲେକ୍ସ ବନ୍ଦ ରହିବ। ଏହି ସମୟରେ ଏଠାରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ।
ଭିଡ ୧୯ ମହାମାରୀ ମଣିଷ ଜୀବନକୁ ବ୍ୟତିବ୍ୟସ୍ତ କରି ଦେଇଛି। ରୋଗର ଭୟ ଭିତରେ ଯେମିତି ଜୀବନଯାତ୍ରା ଠପ୍ ହୋଇଯାଇଛି। ଉଜୁଡ଼ି ଯାଇଛି ଜୀବନଜୀବିକା। ତଥାପି ରୋଗର ଭୟ ହଟିନି। ହେଲେ ୬ ମାସ ପରେ ଏହି ରୋଗର ଭୟାବହତା ଧୀରେ ଧୀରେ କମିଯିବ।
ରାଜ୍ୟରେ କମୁଛି କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୫୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି।