Advertisment

ଆମେରିକାରେ ଚିହ୍ନଟ ହେଲା କରୋନାର ସବୁଠାରୁ ଭୟାନକ ଭାରିଏଣ୍ଟ୍‌, ସତର୍କ ରହବିକୁ ପରାମର୍ଶ

ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ୍‌ । ଆମେରିକାରେ କରୋନାର ସବୁଠୁ ଭୟାନକ କରୋନା ଆର୍‌ ୱାନ୍‌ ଭାରିଏଣ୍ଟ୍‌ (Corona R.1 Variant) ଚିହ୍ନଟ କରାଯାଇଛି । ଏହି ଭାରିଏଣ୍ଟ୍‌ ବହୁତ କମ୍‌ ଲୋକଙ୍କ ଠାରେ ଚିହ୍ନଟ ହୋଇଥିବା ସତ୍ତ୍ୱେ ଏହାର ଭୟ ଏବେ ସମଗ୍ର ବିଶ୍ୱରେ ବଢିଥିବାର ଦେଖିବାକୁ ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Coronavirus Dangerous R 1 Variant Of Corona Found In America

Coronavirus Dangerous R 1 Variant Of Corona Found In America

ୱାଶିଂଟନ: ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ୍‌ । ଆମେରିକାରେ କରୋନାର ସବୁଠୁ ଭୟାନକ ଆର୍‌ ୱାନ୍‌ ଭ୍ୟାରିଏଣ୍ଟ (Corona R.1 Variant) ଚିହ୍ନଟ କରାଯାଇଛି । ଏହି ଭାରିଏଣ୍ଟ୍‌ ବହୁତ କମ୍‌ ଲୋକଙ୍କ ଠାରେ ଚିହ୍ନଟ ହୋଇଥିବା ସତ୍ତ୍ୱେ ଏହାର ଭୟ ଏବେ ସମଗ୍ର ବିଶ୍ୱରେ ବଢିଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଦେଶରେ ପୁଣିଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି କାରଣରୁ ଭାରତରେ ମଧ୍ୟ କରୋନାର ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ ସତର୍କତା ସୂଚନା ଜାରି କରାଯାଇଛି।

Advertisment

କରୋନା କବଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିସାରିଛି। ଭାରତରେ କରୋନାର ଦ୍ୱିତୀୟ ଲହର ଅଧିକ ପ୍ରଭାବ ପକାଇଥିବାବେଳେ ଏବେ ପୁଣି କରୋନାର ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହେବା ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତା କାରଣ ପାଲଟିଛି। କରୋନା ଆର୍‌ ୱାନ୍‌ ଭ୍ୟାରିଏଣ୍ଟ ଏକ ନୂଆ ଓ ବିପଦପୂର୍ଣ୍ଣ ଭାଇରସ୍‌ ନେଇ ବିଶେଷଜ୍ଞମାନେ ଆଲର୍ଟ କରିଛନ୍ତି। କରୋନା ଭାଇରସ୍‌ର ଏହି ନୂଆ ଭାରିଏଣ୍ଟକୁ ଆମେରିକା ବିଶେଷଜ୍ଞମାନେ ଚିହ୍ନଟ କରିଛନ୍ତି।

Advertisment

ବିଶେଷଜ୍ଞଙ୍କ କହିବା ଅନୁସାରେ, ‘ଯଦିଓ କରୋନାର ଏହି ନୂଆ ଭାରିଏଣ୍ଟ୍‌ ବହୁତ କମ୍‌ ଲୋକଙ୍କୁ ସଂକ୍ରମିତ କରିଛି, ହେଲେ ଏଥିପ୍ରତି ସତର୍କ ରହିବା ନିହାତି ଜରୁରୀ। ଯେଉଁଭଳି ଭାବରେ ଏହି ଭାରିଏଣ୍ଟ୍‌ ଏହାର ଲକ୍ଷଣ ପରିବର୍ତ୍ତନ କରୁଛି, ଏହି ଆଧାରରେ ଆମେ କହିପାରିବା ଯେ ଏହା ଖୁବ୍‌ ଶୀଘ୍ର ସଂକ୍ରମିତ କରିପାରେ।  R.1 କୌଣସି ନୂଆ ଭ୍ୟାରିଏଣ୍ଟ ନୁହେଁ। ଗତ ବର୍ଷ ଜାପାନରେ ଏହି ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା । ହେଲେ ଏବେ ଏହି ଭ୍ୟାରିଏଣ୍ଟ ବିଭିନ୍ନ ଦେଶରେ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଆମେରିକାକୁ ମିଶାଇ ଅନ୍ୟ ୩୫ଟି ଦେଶରେ ଏହି ଭ୍ୟାରିଏଣ୍ଟରେ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସମଗ୍ର ବିଶ୍ୱରୁ ୧୦ ହଜାରରୁ ଅଧିକ ଏହି ଭ୍ୟାରିଏଣ୍ଟର ଶିକାର ହୋଇସାରିଲେଣି’।

Global COVID19 Updates Corona Virus New Variant
Advertisment
Advertisment