କରୋନା ଆକ୍ରାନ୍ତ ହେଲା ପୋଷା କୁକୁର । ୟୁନାଇଟେଡ୍ କିଙ୍ଗଡମର ଗୋଟିଏ ପୋଷା କୁକୁର କରୋନା ଆକ୍ରାନ୍ତ ହୋଇଥିବା ସୂଚନା । କୁକୁରର ନମୂନା ପରୀକ୍ଷା ପରେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ ଟିକା ନେଇ ଦେଶର ବିଜ୍ଞାନ ଓ ଗବେଷଣା ଉପରେ ବିଶ୍ୱାସ ସୃଷ୍ଟି କରିଥିବା କହିଛନ୍ତି କ୍ରିଷ୍ଣା ଇଲା
କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ମିଳିଛି ବଡ଼ ସଫଳତା..ଭାରତରେ ପ୍ରସ୍ତୁତ କୋଭିସିଲଡ୍ ଓ କୋଭାକ୍ସିନ୍ ଟିକାକୁ ୯୬ଟି ଦେଶର ମଂଜୁରୀ ମିଳିଲାଣି
କୋଟିଏ ଡୋଜ୍ ଜାଇଡସ୍ କାଡିଲା ଭ୍ଯା ଭ୍ୟାକ୍ସିନ୍ କିଣିବ କେନ୍ଦ୍ର। ଡୋଜ୍ ପିଛା ୨୬୫ ଟଙ୍କାରେ କିଣିବାକୁ କମ୍ପାନୀକୁ ମିଳିଛି ଅର୍ଡର ।
ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଏହି ଟିକା ସମ୍ପୂର୍ଣ୍ଣ ଯନ୍ତ୍ରଣାମୁକ୍ତ ହୋଇଥିବା ବେଳେ ଏହାକୁ ବାହୁରେ ନିଆଯିବ । ଏଥିପାଇଁ ସିରିଞ୍ଜ ବଦଳରେ ଫାର୍ମା ଜେଟ୍ ଆପ୍ଲିକେଟର ଆବଶ୍ୟକତା ପଡ଼ିବ । ପ୍ରତି ଆପ୍ଲିକେଟରର ଦାମ୍ ରହିଛି ୯୩ ଟଙ୍କା । ତେଣୁ ଟିକା ଓ ଆପ୍ଲିକେଟରକୁ ମିଶାଇ ମୋଟ ୩୫୮ ଟଙ୍କା ପଡ଼ିବ ।
କମିନି କରୋନାର ପ୍ରକୋପ । ସରିନି ତୃତୀୟ ଲହରିର ଆଶଙ୍କା । ଟୀକା ନେଇ ସାରିଥିବା ପରେ ବି ଆମକୁ ସତର୍କ ରହିବାକୁ ପଡିବ । ଏପରି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
କମିନି ତୃତୀୟ ଲହର ଭୟ । ରାଜ୍ୟରେ ତୃତୀୟ ଲହର ଆଶଙ୍କା ଏବେ ବି କମିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବିଜୟ ପାଣିଗ୍ରାହୀ ।
ବିଶ୍ୱବାସୀଙ୍କୁ ମିଳିଛି କରୋନା ବିରୋଧୀ ପ୍ରଥମ ବଟିକା । ମଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।
କୋଭିଡ୍ ଅନୁକମ୍ପା ରାଶି ଦେବା ନେଇ ପ୍ରକ୍ରିୟା ଆରମ୍ଭ । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହିକ୍ରମରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଅନୁକମ୍ପା ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ।
ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ।
କୋଭାକ୍ସିନକୁ ମିଳିଲା WHOର ଅନୁମତି । ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ WHO ବୈଷୟିକ ଟିମ୍ ଅନୁମତି ଦେଇଛନ୍ତି ।
କାଲିଠୁ ଦେଶବ୍ୟାପୀ ମାସ୍ ଭ୍ୟାକ୍ସିନେସନ । ହର ଘର ଦସ୍ତକ ଅଭିଯାନରେ ମାସେ ଯାଏଁ ଚାଲିବ କ୍ୟାମ୍ପେନ୍। କରୋନା ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ସ୍ୱାସ୍ଥ୍ୟକର୍ମୀ ।
ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ଭଳି ଜାରି ରହିବ..
ଆଜିଠାରୁ ଲାଗୁ ହୋଇଛି ନୂଆ କରୋନା ଗାଇଡ୍ ଲାଇନ୍ । ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ
ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି ହୋଇନଥିଲେ ବି ଖୁବ୍ ଶୀଘ୍ର ପୃଥକ ପୃଥକ ଗାଇଡ୍ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।
ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି। ଚୁଲି ମୁଣ୍ଡଠାରୁ ଆରମ୍ଭ ବୁଲିବା ପର୍ଯ୍ୟନ୍ତ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଏବେ ହିଁ ଜାଣନ୍ତୁ।
ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।
ଶିଶୁଙ୍କ ପାଇଁ ଆସିଲା କରୋନା କବଚ । ୫ରୁ ୧୧ବର୍ଷ ଶିଶୁଙ୍କୁ ଦିଆଯିବ କୋଭିଡ୍ ଟିକା । ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା । ଏ ନିଷ୍ପତ୍ତି ନେଇଛନ୍ତି ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ ଆଡମିନଷ୍ଟ୍ରସନର।
ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
କୋଭିଡ୍ କାଳରେ ଆମେରିକାର ଶିଶୁଙ୍କ ପାଇଁ କରୋନା କବଚ । ଆମେରିକାରେ ଶିଶୁ ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ୫ରୁ ୧୧ ବର୍ଷ ଶିଶୁଙ୍କୁ ଫାଇଜର ଟିକା ଦିଆଯିବା ପାଇଁ ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
କୋଭିଡ୍ ନିୟମାବଳୀ ଆଧାରରେ ନିଷ୍ପତ୍ତି ନେଇ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଏସ୍ଆରସି ଶୁଣାଣି କରିବାକୁ ହାଇକୋର୍ଟ କହିଛନ୍ତି। ଏହାସହ ୨ ଘଣ୍ଟା ଭିତରେ ଅର୍ଥାତ ଦିନ ୨ଟା ସୁଦ୍ଧା ଏସ୍ଆରସି ଶୁଣାଣି ଶେଷ କରିବାକୁ ହାଇକୋର୍ଟ କହିଛନ୍ତି।
କୋଭାକ୍ସିନ୍କୁ କେବେ ମିଳିବ WHO ର ସ୍ୱୀକୃତି । ତାରିଖ ପରେ ତାରିଖ ଗଢିବାରେ ଲାଗିଛି । ଦିନ ପରେ ଦିନ ବିତୁଛି । ଆଜି ମିଳିବ, କାଲି ମିଳିବ ବୋଲି କୁହାଯାଉଛି, ହେଲେ ମିଳୁନାହିଁ ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ମଞ୍ଜୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଆହୁରି ସମୀକ୍ଷା ଦରକାର ବୋଲି କୁହାଯାଇଛି ।
କେବେ ମିଳିବ WHO ମଂଜୁରୀ? ଭାରତର ପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ । ମାନ୍ୟତା ଅପେକ୍ଷାରେ ବହୁ ଭାରତୀୟ। ଟିକା ନେବା ସତ୍ତ୍ୱେ ବହୁ ଦେଶ ପାଇଁ ରହିଛି କଟକଣା
ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ପକ୍ଷରୁ ନଭେମ୍ବର ୩୦ ଯାଏଁ କୋଭିଡ୍ କଟକଣା ଅବଧି ବଢାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ସ୍ୱତନ୍ତ୍ର ଗାଇଡ୍ଲାଇନ୍ସ । ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ଗାଇଡ୍ଲାଇନ୍ସ ନିର୍ଦ୍ଦେଶ ଜାରି କରାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଗତ ୭ଦିନ ଭିତରେ ସଂକ୍ରମଣ ୪ଶହରୁ ୬ଶହ ଭିତରେ ରହୁଛି । ଡବଲିଙ୍ଗ ଟାଇମ୍ କମିଲେ ସଂକ୍ରମଣ ବି କମିବ ବୋଲି DMET ପକ୍ଷରୁ କୁହାଯାଇଛି ।