Advertisment

କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରେ କେଉଁ ଭ୍ୟାକ୍ସିନ୍ ଅଧିକ ପ୍ରଭାବୀ?

ସେରୋ ସର୍ଭେରେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପଲ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩. ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସେହିପରି ୬ରୁ ୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ  ୭୦ ପ୍ରତିଶତ ଏବଂ ୧୧ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ୭୪ ପ୍ରତିଶତ ଆଣ୍ଟିବଡ଼ି।

author-image
Chandan Shishu
Sero survey Report

Sero survey Report

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା ଗ୍ରାଫ୍।  ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି। ୨୫ ସେପ୍ଟେମ୍ବର ୬୦୨, ୨୬ ସେପଟେମ୍ବର ୫୮୫,  ୨୭ ସେପଟେମ୍ବର ୪୪୪ ଚିହ୍ନଟ ହୋଇଛନ୍ତି। କରୋନାର ତୃତୀୟ ଲହର ଆକଳନ ଭିତରେ ସାମ୍ନାକୁ ଆସିଛି ଆଶ୍ୱସ୍ତ କଲା ଭଳି ଖବର। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଓଡ଼ିଶାରେ କରୋନା ଥାର୍ଡ ୱେଭ୍‌ର ପ୍ରଭାବ ଏତେ ପଡ଼ିନପାରେ। ବର୍ତ୍ତମାନ ଦେଶର ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ। ସେହି ଟ୍ରେଣ୍ଡକୁ ଦେଖିଲେ ଓଡ଼ିଶା ଭଲ ସ୍ଥିତିରେ ରହିବ। ସେରୋ ସର୍ଭେ ରିପୋର୍ଟ ଅନୁଯାୟୀ, ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ଭଲ ଆଣ୍ଟିବଡି ବିକଶିତ ହୋଇଛି। ଭ୍ୟାକ୍ସିନ ଡ୍ରାଇଭ କାମ କରୁଛି ଏବଂ କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରେ କୌଣସି ଫରକ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।   

Advertisment

ସେରୋ ସର୍ଭେରେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପଲ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩. ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ସେହିପରି ୬ରୁ ୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ  ୭୦ ପ୍ରତିଶତ ଏବଂ ୧୧ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ୭୪ ପ୍ରତିଶତ ଆଣ୍ଟିବଡ଼ି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ ପ୍ରତିଶତ ଉପରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ପାର୍ବଣରେ ଖାମଖିଆଲ ନହେବାକୁ ପରାମର୍ଶ ଦିଆଯାଇଛି।

ସେପଟେ ଦ୍ୱିତୀୟ ଲହର ଭଳି କରୋନାର ତୃତୀୟ ଲହର ଏତେ ସାଂଘାତିକ ହେବନି ବୋଲି ମତ ରଖିଛନ୍ତି ବରିଷ୍ଠ ଭାଇରୋଲୋଜିଷ୍ଟ ଡାକ୍ତର ଗଗନଦୀପ କଙ୍ଗ। ସେ  କହିଛନ୍ତି, ଭାରତରେ କୋଭିଡ୍ ଏବେ ଏଣ୍ଡାମିକ୍ ଷ୍ଟେଜ୍‌ରେ ଅଛି। ଦ୍ୱିତୀୟ ଲହର ଭଳି ତୃତୀୟ ଲହରରେ କୋଭିଡ୍ ଗ୍ରାଫ ବଢିବ ନାହିଁ। ତେବେ କିଛି ସ୍ଥାନରେ ଛୋଟ ୱେଭ ଆକାରରେ ତୃତୀୟ ଲହର ଆସିପାରେ ବୋଲି ଆକଳନ କରିଛନ୍ତି ଗଗନଦୀପ। 

Advertisment
Odisha COVAXIN Sero Survey Covischield
Advertisment
Advertisment