Advertisment

ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

author-image
Minati Mishra
ଅଦ୍ୟତନ ହୋଇଛି
health director Bijay mohapatra

health director Bijay mohapatra

ଭୁବନେଶ୍ୱର: ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଆମେ ଭଲ ସ୍ଥିତିରେ ରହିବା ପରି ଲାଗୁଛି । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରି କହିଛନ୍ତି, ସେରୋ ସର୍ଭେ ରିପୋର୍ଟ ମଧ୍ୟ ବହୁତ ଭଲ ଆସିଛି॥ ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଭଲ ଆଣ୍ଟିବଡ଼ି ବିକଶିତ ହୋଇଛି  ।

Advertisment

ହେଲ୍‌ଥ କେୟାର ଓ୍ୱାର୍କରଙ୍କର ୯୩ ପ୍ରତିଶତ, ସାଧାରଣ ଲୋକଙ୍କର ୭୩ ପ୍ରତିଶତ  ଆଣ୍ଟିବଡ଼ି ବିକଶିତ ହୋଇଛି । ଟିକା ନେଇଥିବା ଲୋକଙ୍କର ବି ଭଲ ଆଣ୍ଟିବଡ଼ି ରହୁଥିବା ସର୍ଭେରୁ ଜଣାପଡିଛି । କୋଭିସିଲିଡ଼ ଓ କୋଭାସ୍କିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।  ଏହା ବାଦ ଗ୍ରାମାଞ୍ଚଳରେ ବି ଭଲ ଆଣ୍ଟିବଡି ଡେଭଲପ ହୋଇଛି।  ଏବେ ଯାହା ସଂକ୍ରମଣର ସ୍ଥିତି ରହିଛି ତାହା ନିୟନ୍ତ୍ରଣରେ ଅଛି । ମାତ୍ର ଏହା ପରେ ଆମେ ଖାମଖିଆଲ ହେବାନି ବୋଲି ସେ ପରାମର୍ଶ ଦେଇଛନ୍ତି। 

 ସେହିପରି ଦ୍ୱିତୀୟ ଲହର ଭଳି କରୋନାର ତୃତୀୟ ଲହର ଏତେ ସାଂଘାତିକ ହେବନି ବୋଲି କହିଛନ୍ତି ବରିଷ୍ଠ ଭାଇରୋଲୋଜିଷ୍ଟ ଡାକ୍ତର ଗଗନଦୀପ କଙ୍ଗ।  ଭାରତରେ କୋଭିଡ୍ ଏବେ ଏଣ୍ଡାମିକ୍ ଷ୍ଟେଜ୍‌ରେ ଅଛି । ତୃତୀୟ ଲହର କିଛି ସ୍ଥାନରେ ଛୋଟ ୱେଭ ଆକାରରେ ଆସିପାରେ।  ଦ୍ୱିତୀୟ ଲହର ଭଳି ତୃତୀୟ ଲହରରେ କୋଭିଡ୍ ଗ୍ରାଫ ବଢିବ ନାହିଁ ବୋଲି ସେ କହିଛନ୍ତି।  ଏମିତିକି କରୋନା ଭାଇରସର ନୂଆ ଭାରିଆଣ୍ଟ ମଧ୍ୟ ଆସିନପାରେ।

Advertisment

ସୂଚନାଥାଉ କି,  ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ସେରୋ ସର୍ଭେ କରାଯାଇଥିଲା। ଯେଉଁଥିରେ ମୋଟ ୭୩ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡ଼ି ଦେଖିବାକୁ ମିଳିଥିଲା ।  ୧୨ ଜିଲ୍ଲାର ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡ଼ି ସୃଷ୍ଟିକୁ ନେଇ ବିଶେଷ ଫରକ୍ ନାହିଁ ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି।

ସେହିପରି ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩ ଦଶମିକ ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାବେଳେ ୬ରୁ ୧୦ ବର୍ଷ ବୟସ୍କ ଶିଶୁଙ୍କ ମଧ୍ୟରେ  ୭୦ ପ୍ରତିଶତ, ୧୧ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ୭୪ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ପ୍ରଥମ କରି ୧୮ ବର୍ଷରୁ କମ୍ ପିଲାଙ୍କୁ ଏହି ସେରୋ ସର୍ଭେରେ ସାମିଲ କରାଯାଇଥିଲା।

ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ହାର ଧୀରେ ଧୀରେ କମୁଛି। ଆଜି ରାଜ୍ୟରେ ୫୦୦ରୁ କମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଆକ୍ରାନ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୫୮ ଜଣ ଥିବାବେଳେ ଲୋକାଲ କେସ୍ ୧୮୬ ଚିହ୍ନଟ କରାଯାଇଛି। ସେହିପରି ୫ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।

ସେହିପରି  ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୭୬ ଆଖି ବୁଜିଛନ୍ତି। କେବଳ କେରଳରୁ ୧୫,୯୫୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬୫ ଆଖି ବୁଜିଛନ୍ତି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୭,୧୯୪କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୨,୯୯,୬୨୦ଥିବାବେଳେ ସୁସ୍ଥ ସଂଖ୍ୟା ୩,୨୯,୩୧,୯୭୨ ରହିଛି ।

COVID-19 Covid Third Wave
Advertisment
Advertisment