Advertisment

ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ: DMET

ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏଣୁ ସଚେତନ ହେବାକୁ ଡିଏମ୍ଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବାକୁ ନେଇ ସେ ଅନୁରୋଧ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Large Gatherings

Large Gatherings

ଭୁବନେଶ୍ୱର: ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏଣୁ ସଚେତନ ରହିବାକୁ ଡିଏମ୍ଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବାକୁ ନେଇ ସେ ଅନୁରୋଧ କରିଛନ୍ତି। 

Advertisment

ପାର୍ବଣ ପାଇଁ  ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ବଢ଼ାଯାଉଛି। ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ଡିଏମ୍‌ଇଟି ପରାମର୍ଶ ଦେଇଛନ୍ତି। ପ୍ରଥମ ଡୋଜ ଟିକା ନେଲା ପରେ ଦ୍ୱିତୀୟ ଡୋଜ ଟିକା ନିଶ୍ଚୟ ନେବା ଆବଶ୍ୟକ। ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଥିବା ସେ ସୂଚନା ଦେଇଛନ୍ତି। 

Advertisment

ଆଜି ୧୮ଶହ କେନ୍ଦ୍ରରେ ଟିକାକରଣ ଚାଲିଛି। ଆଜି ଯାଏ ୩ କୋଟି ଡୋଜ୍ ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଡୋଜ୍ ଟିକା ଦିଆଯାଉଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି। ରାଜ୍ୟରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ୭୧% ପ୍ରଥମ ଡୋଜ ଟିକାକରଣ ହୋଇଥିବା ବେଳେ ୭୨ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୧ ଲକ୍ଷ ୮୯ ହାଜର ଗର୍ଭବତୀଙ୍କୁ ଟିକା ଦିଆଗଲାଣି। ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। 

ରାଜ୍ୟରେ ୨୪ ଘଣ୍ଟାରେ ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୫୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୯ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

COVID-19
Advertisment
Advertisment