Advertisment

୩ ଦିନ ପାଇଁ ସିଲ୍‌ ହେଲା ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସ

ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୩ ଦିନ ପାଇଁ ସିଲ୍‌ କରିଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପ୍ଲେକ୍ସ ବନ୍ଦ ରହିବ। ଏହି ସମୟରେ ଏଠାରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BMC Seals Office Of Judicial Complex

BMC Seals Office Of Judicial Complex

ଭୁବନେଶ୍ୱର: ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୩ ଦିନ ପାଇଁ ସିଲ୍‌ କରିଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପ୍ଲେକ୍ସ ବନ୍ଦ ରହିବ। ଏହି ସମୟରେ ଏଠାରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ।  

Advertisment

୧୫ ଜଣ ଜୁଡ଼ିସିଆଲ କର୍ମଚାରୀଙ୍କ ସମେତ ଏକାଧିକ ଆଇନଜୀବୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନେକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ବନ୍ଦ କରିବାକୁ ଖୋର୍ଦ୍ଧା ଜିଲ୍ଲା ରେଜିଷ୍ଟ୍ରାର ବିଏମସି କମିଶନରଙ୍କୁ ଅନୁରୋଧ କରିଥଲେ।

ସୂଚନାଥାଉ କି, ଗତ ସେପ୍ଟେମ୍ବର ୧୭ରୁ ୫ ଦିନ ଯାଏ ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ବନ୍ଦ ରହିଥିଲା। ଉଭୟ ଅଫିସ୍‌ର ୫ ଜଣ ଅଫିସର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଫଳରେ ସେପ୍ଟେମ୍ବର ୧୭ରୁ ୨୧ ତାରିଖ ଯାଏ ଉଭୟ ଅଫିସ୍ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏହାସହ ୨ ଅଫିସକୁ ବିଏମ୍‌ସି ପକ୍ଷରୁ ସିଲ୍ କରାଯିବା ସହ ସାନିଟାଇଜ କରାଯାଇଥିଲା।

Advertisment

୨୪ ଘଣ୍ଟାରେ ରାଜ୍ୟରେ ୫୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୩୧୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୨୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଚିହ୍ନଟ ହୋଇଛନ୍ତି।

COVID-19 BMC Judicial Complex In Bhubaneswar
Advertisment
Advertisment