Advertisment

ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ କମୁଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ଦେଶରେ ୨୯,୬୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ । ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩୬,୨୪,୦୦୦ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୬୫୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

india coronavirus update 25 september 2021

ଦେଶରେ କମୁଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ଦେଶରେ ୨୯,୬୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ ।  ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩୬,୨୪,୦୦୦ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୬୫୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟା ମଧ୍ୟରେ ୨୮,୦୪୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅର୍ଥାତ୍ ୪୪୯୬ ସକ୍ରିୟ ମାମଲା ହ୍ରାସ ପାଇଛି । ଆଉ ସୁସ୍ଥଙ୍କ ସଂଖ୍ୟା ୩,୨୮,୪୮,୨୭୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶରେ ସୁସ୍ଥତା ହାର ୯୭.୭୮% ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୦୦,୧୬୨ ଆକ୍ଟିଭ୍‌ କେସ୍‌ ରହିଛି। ଯାହାକୁ ନେଇ ଚିନ୍ତା ବଢିଛି ।

Advertisment

ଏପଟେ ରାଜ୍ୟରେ, ୨୪ ଘଣ୍ଟାରେ ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସଦିନକରେ ୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୩୫୩ ଜଣ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୯ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୬୬ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୪ ଓ ଜଗତସିଂହପୁରରୁ ୩୪ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏପରିକି ସେହି ସମୟ ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ଟୀକାକରଣ ଏବଂ କରୋନା ଭାଇରସ ପ୍ରସଙ୍ଗ ଉଠିଥିଲା । ସେପଟେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ମୁଖ୍ୟମାନେ ବ୍ୟକ୍ତିଗତ ଭାବେ ପ୍ରଥମ ଥର ପାଇଁ କ୍ୱାଡ ବୈକରେ ଯୋଗ ଦେଇଥିଲେ । ଶିଖର ସମ୍ମିଳନୀରେ ଆଲୋଚନା ହୋଇଥିବା ସବୁଠାରୁ ବଡ ପ୍ରସଙ୍ଗ ହେଉଛି କୋଭିଡ -19 (COVID-19), କରୋନାଭାଇରସ ବିରୋଧରେ ଟିକା, H-1B ଭିସା । କ୍ୱାଡ୍ QUAD ର ଦେଶଗୁଡି ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ, ସମସ୍ତେ ମିଶି COVAX ବ୍ୟତୀତ ବିଶ୍ୱକୁ ୧୨୦ କୋଟି ଟିକା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

India COVID19 Updates
Advertisment
Advertisment