Advertisment

ରାଜ୍ୟରେ ୪୪୪ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଚିହ୍ନଟ

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ନ କମୁଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
covid 19

covid 19

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ନ କମୁଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଆକ୍ରାନ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୫୮ ଜଣ ଥିବାବେଳେ ଲୋକାଲ କେସ୍ ୧୮୬ ଚିହ୍ନଟ କରାଯାଇଛି। 

Advertisment

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  କଟକରୁ ୭୩, ମୟୂରଭଞ୍ଜରୁ ୩୭ ଚିହ୍ନଟ ହୋଇଛନ୍ତି। ସେହପିରି ଅନୁଗୁଳରୁ ୮,ବାଲେଶ୍ୱରରୁ ୧୬, ବରଗଡରୁ ୧, ଭଦ୍ରକରୁ ୪, ବଲାଙ୍ଗିରରୁ ୨, କଟକରୁ ୭୩, ଦେବଗଡରୁ ଜଣେ, ଢେଙ୍କାନାଳରୁ ୩, ଗଞ୍ଜାମରୁ ୬, ଜଗତସିଂହପୁରରୁ୧୩, ଯାଜପୁରରୁ ୨୨, ଝାରସୁଗୁଡା ୩, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୩, ନୟାଗଡରୁ ୮, ନୂଆପଡାରୁ ୧, ପୁରୀରୁ ୭, ରାୟଗଡାରୁ ୯, ସମ୍ବଲପୁରରୁ ୭, ସୋନପୁରରୁ ୨, ସୁନ୍ଦରଗଡରୁ ୫ ଏବଂ ଷ୍ଟେଟପୁଲ୍‌ରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି। ୭ଟି ଜିଲ୍ଲାରୁ କେହି କୋଭିଡ ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। 

Advertisment

୨୪ ଘଣ୍ଟା ମଧ୍ୟରେ ୬୪୬ ଜଣ କରୋନା ରୋଗୀ କରୋନା ମୁକ୍ତ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ପଜିଟିଭ ସଂଖା୧୦,୨୪,୭୬୪ ଥିବାବେଳେ ସୁସ୍ଥ ହୋଇଛନ୍ତି ୧୦,୧୦,୮୨୯ ଜଣ। ରାଜ୍ୟରେ ବର୍ତ୍ତମାନ ୫୭୦୨ ଆକ୍ଟିଭ କେସ ରହିଛି।
ସେହିପରି ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ। ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ୩ ନବରଙ୍ଗପୁରରୁ ୨ ଜଣ ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟସଂଖ୍ୟା ୮, ୧୮୦ ଛୁଇଁଲା

ସୂଚାଥାଉ କି, ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୭୬ ଆଖି ବୁଜିଛନ୍ତି। କେବଳ କେରଳରୁ ୧୫,୯୫୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬୫ ଆଖି ବୁଜିଛନ୍ତି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୭,୧୯୪କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୨,୯୯,୬୨୦ଥିବାବେଳେ ସୁସ୍ଥ ସଂଖ୍ୟା ୩,୨୯,୩୧,୯୭୨ ରହିଛି । 

COVID-19 Odisha COVID-19 Update
Advertisment
Advertisment