ଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଆଜି ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ଆଜିର ଶିଶୁ ସଂକ୍ରମଣ ତଥ୍ୟ ପରେ ଚିନ୍ତା ପ୍ରକାଶ କଲେଣି ଶିଶୁରୋଗ ବିଶେଷଜ୍ଞ। କହିଛନ୍ତି, ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିବ।ତେଣୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ମାସ୍କ ପିନ୍ଧନ୍ତୁ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୪୨ଟି ଲୋକାଲ୍ କେସ୍ ମଧ୍ୟରୁ ୧୩୮ ଜଣ ହେଉଛନ୍ତି ଶୂନରୁ-୧୮ ବର୍ଷ ବୟସ ବର୍ଗର କରୋନା ପଜିଟିଭ୍। ଅର୍ଥାତ ଏବେ ପିଲାଙ୍କୁ ଘାରିଛି କରୋନା ସଂକ୍ରମଣ ଭୟ।
ଗତ କିଛିଦିନ ଧରି ରାଜ୍ୟରେ ୧୧ ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହେଉ ଥିବାବେଳେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବୁର୍ଲା ଭୀମସାର୍(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି।
ତୃତୀୟ ଲହରୀ ପାଇଁ ଦିଆଯାଇଥିବା ଟଙ୍କାର କାର୍ଯ୍ୟକାରିତା ଉପରେ ନଜର ରଖିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଜୁଲାଇ ୮ ରେ କ୍ୟାବିନେଟ ୨୩ ହଜାର କୋଟି ଟଙ୍କା ପ୍ୟାକେଜକୁ ଅନୁମୋଦନ କରିଥିଲା । ଯେଉଁଥିରେ କେନ୍ଦ୍ରକୁ ୧୫,୦୦୦ କୋଟି ଏବଂ ରାଜ୍ୟ ସରକାରଙ୍କୁ ୮୦୦୦ କୋଟି ଟଙ୍କା ଉପଲବ୍ଧ କରିବାର ଥିଲା ।
ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୭୫ ରହିଛି।
କରୋନା ଭୟ ଥିଲେ ବି ସ୍କୁଲ ଖୋଲା ଯାଇଥିବାରୁ ବାଧ୍ୟହୋଇ ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି ଅଭିଭାବକ। ସ୍କୁଲରେ ଅନ୍ୟ ପିଲାଙ୍କ ସହ ମିଶିବାକୁ ପଡ଼ୁଥିବାରୁ ଟୀକା ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା, ସାଧାରଣ ଫ୍ଲୁ ଓ କୋଭିଡ୍ର ଲକ୍ଷଣରେ ବିଶେଷ ଫରକ୍ ନାହିଁ।
ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୨ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୯୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୯୮ ରହିଛି।
ଶିଶୁ ରୋଗ ସମ୍ପର୍କିତ ଯେତେ ସମସ୍ୟା ଆସିବ ସେ ସବୁ ତାଲିକାଭୁକ୍ତ ହେବ। ଶୂନରୁ ୧୮ବର୍ଷ ପିଲାଙ୍କର ଥଣ୍ଡା ଓ କାଶ ଭଳି ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ସ୍ୱାବ୍ ଟେଷ୍ଟ କରାଯାଇ ଆରଟିପିସିଆର ଟେଷ୍ଟିଂ ହେବ। ଏହାସହ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଶିଶୁଙ୍କୁ ରାଜ୍ୟର ଯେ କୌଣସି ସ୍ଥାନରେ ବି ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି।
ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ। ଯେଉଁଥିରେ CDMO, PHO, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ। କମିଟି ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରିବ ଓ ସପ୍ତାହକରେ ଜିଲ୍ଲାପାଳ ସମୀକ୍ଷା କରିବେ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ତୃତୀୟ ଲହର ପାଇଁ ରହିଛୁ ପ୍ରସ୍ତୁତ। ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ବଢ଼ିଛି। ଯେହେତୁ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତେଣୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି।
ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୬୧ ରହିଛି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଟିକା ଡୋଜ୍ ତୁଳନାରେ ଲୋକ ସଂଖ୍ୟା ଅଧିକ। ଏଣୁ ଠେଲାପେଲା ପରିସ୍ଥିତି ଦେଖା ଦେଉଛି। ଆଉ କେଉଁଠି ଦ୍ୱିତୀୟ ଡୋଜ୍ ଲାଗି ଟିକା କେନ୍ଦ୍ରକୁ ଧାଇଁ ଧାଇଁ ନିରାଶ ହୋଇ ଫେରୁଛନ୍ତି ଲୋକେ। ପୁଣି କେଉଁଠି ବନ୍ଦ ପଡ଼ିଥିବା ଟିକାକରଣ କେନ୍ଦ୍ର ଆଗରେ ବି କମୁନି ଭିଡ଼। କୋଭିଡ୍ ଟିକାର ଅଭାବକୁ ନେଇ ନିଇତି ଏମିତି ଚିତ୍ର ଆସୁଥିବା ବେଳେ, ଏବେ ଦେଖାଦେଇଛି ଆଶାର କିରଣ।
ଆସନ୍ତା ୧୫ରୁ ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍ । ରାଜ୍ୟରେ ବର୍ତ୍ତମାନ ୧୪ ଜିଲ୍ଲାରେ ଲ୍ୟାବ ଥିବା ବେଳେ ଆଉ ୧୬ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ କରାଯିବ । ଏନେଇ ଟେଣ୍ଡର ଦିଆସରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଲୋକଙ୍କୁ ଦିଆଯିବ କି ବୁଷ୍ଟର ଡୋଜ୍ ? ଟିକାର ବୁଷ୍ଟର ଡୋଜ୍ ଦେବା ପାଇଁ କରୋନା ଟିକାକରଣ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ବିଚାର କରୁଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ । ତେବେ ଏହି ନିଷ୍ପତ୍ତିକୁ ବହୁତ ଗଭୀର ଭାବରେ ଦେଖାଯାଉଛି । ଡେଲଟା ଭାରିଏଣ୍ଟରୁ ରକ୍ଷା ପାଇବା ପାଇଁ କିଛି ଦେଶ ବୁଷ୍ଟର ଡୋଜ୍ ସପକ୍ଷରେ ମତ ଦେଇଥିଲେ ।
ପୁଣି ଚର୍ଚ୍ଚାକୁ ଆସିଲା ଉହାନ। କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ। ଦୀର୍ଘ ୭ ମାସ ପରେ ମଙ୍ଗଳବାର କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
ରାଜ୍ୟରେ ପୁଣି ହଜାରେ ଉପରକୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ପ୍ରେସମିଟ୍ କରି ସୂଚନା ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁଯାୟୀ, ୧୧ଟି ରାଜ୍ୟର ୪୪ଟି ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ରହିଛି ।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୧,୮୦,୯୬୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଦେଶରେ ଆକ୍ଟିଭ୍ କେସର ସଂଖ୍ୟା ୩,୮୮, ୫୦୮ ରହିଛି।
ଆଗକୁ କରୋନା କଟକଣା କୋହଳ ହେଲେ ବି, ଟିକାକରଣ ସାର୍ଟିଫିକେଟ୍ର ଆବଶ୍ୟକତା ଆହୁରି ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି, ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ହାସଲ ପ୍ରକ୍ରିୟାକୁ ଅତି ସହଜ କରିଦେଇଛନ୍ତି କେନ୍ଦ୍ର ସରକାର।
ଗତ ୨୪ ଘଣ୍ଟାରେ ୧୪୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ୫୬,୮୫୯ ଟେଷ୍ଟିଂ କରାଯାଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳେ ଅର୍ଥାତ୍ ୧.୮୩% ରହିଛି।
୨୩ ତାରିଖରୁ ଭୁବନେଶ୍ୱରରେ ସମସ୍ତ ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବାକୁ ଅନୁମତି ମିଳିଛି। ତେବେ ଏସବୁ ଧାର୍ମିକ ସ୍ଥଳରେ ଏକକାଳୀନ ୨୫ରୁ ଅଧିକ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ ନାହିଁ। ରୀତିନୀତି ପାଇଁ ନିୟୋଜିତ ହେବାକୁ ଥିବା ପୂଜକଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ୍ ଥିବା ସହ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଥିବା ଜରୁରୀ।
ବିଶେଷକରି ମେଟ୍ରୋ ସହରଗୁଡ଼ିକରେ ବହୁ ସଂଖ୍ୟାରେ ବିଦେଶୀ ରହୁଥିବାରୁ, ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଲାଗି ମଧ୍ୟ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାଫଳରେ ଦେଶରେ ରହୁଥିବା ବିଦେଶୀ ନାଗରିକ ମଧ୍ୟ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରାଯାଇପାରିବ।
ଏବେ ପ୍ରଶ୍ନ ଉଠୁଛି, କୋଭିଡ୍ ଦ୍ୱିତୀୟ ଲହରରେ ପ୍ରକୃତରେ ରାଜ୍ୟର କେତେ ଲୋକଙ୍କ ଜୀବନ ଯାଇଛି? କଣ ପାଇଁ ସରୁନି ମୃତକଙ୍କ ଗଣତି? ଡେଥ୍ ଅଡିଟ୍ ଲାଗି ଆଉ କେତେ ଦିନ ଲାଗିବ? ସେନେଇ ବି କାହିଁକି କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି ସରକାର।