Advertisment

କୋଭିଡ୍ ତଥ୍ୟକୁ ନେଇ ଚିନ୍ତା ପ୍ରକଟ କଲେ ଶିଶୁ ରୋଗ ବିଶେଷଜ୍ଞ

ଆଜିର ଶିଶୁ ସଂକ୍ରମଣ ତଥ୍ୟ ପରେ ଚିନ୍ତା ପ୍ରକାଶ କଲେଣି ଶିଶୁରୋଗ ବିଶେଷଜ୍ଞ। କହିଛନ୍ତି, ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିବ।ତେଣୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ମାସ୍କ ପିନ୍ଧନ୍ତୁ।

author-image
Chandan Shishu
କୋଭିଡ୍ ତଥ୍ୟକୁ ନେଇ ଚିନ୍ତା ପ୍ରକଟ କଲେ ଶିଶୁ ରୋଗ ବିଶେଷଜ୍ଞ

Corona Virus

ଭୁବନେଶ୍ୱର: ଦିନକରେ ରାଜ୍ୟର ୧୩୮ ଶିଶୁ କୋଭିଡ୍ ପଜିଟିଭ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ୧୦୫୮ ଆକ୍ରାନ୍ତଙ୍କ ଭିତରୁ ଏ ବର୍ଗଙ୍କ ସଂଖ୍ୟା ୧୩ ପ୍ରତିଶତ। ପ୍ରଥମ ଥର ଲାଗି ଶୂନରୁ ୧୮ ବର୍ଷ ବୟସ ବର୍ଗଙ୍କ ଦୈନିକ କରୋନା ସଂକ୍ରମଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ତେବେ ଦେଢ଼ ବର୍ଷ ପରେ ହଠାତ୍ ଶିଶୁ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପରେ ବଢ଼ିଛି ଆଶଙ୍କା। ସଭିଁଙ୍କ ମନରେ ଗୋଟିଏ ପ୍ରଶ୍ନ- ଏହା କଣ ସମ୍ଭାବ୍ୟ ତୃତୀୟ ଲହରର ପଦଧ୍ୱନି?  କାହିଁକି ହଠାତ୍ ଶିଶୁ ତଥ୍ୟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର?

Advertisment

ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଗରୁ ବି ଶିଶୁମାନେ କରୋନାରେ ଆକ୍ରାନ୍ତ ହେଉଥିଲେ। ତୃତୀୟ ଲହର ପ୍ରସ୍ତୁତି ସ୍ୱରୂପ ଆଜିଠୁ ଶିଶୁ ଆକ୍ରାନ୍ତ ତଥ୍ୟ ଉପରେ ନଜର ରଖାଯାଉଛି। ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ସବୁ ଲକ୍ଷଣଯୁକ୍ତ ପିଲାଙ୍କ କୋଭିଡ୍ ଟେଷ୍ଟ କରାଯାଉଛି। ମାତ୍ର ଗୋଟିଏ ଦିନର ତଥ୍ୟକୁ ନେଇ ଶିଶୁ ଆକ୍ରାନ୍ତ ସଂଖ୍ୟା ବଢ଼ିଯାଇଛି ବୋଲି କୁହାଯାଇପାରିବନି। ଆଗାମୀ କିଛି ଦିନର ତଥ୍ୟକୁ ବିଶ୍ଳେଷଣ କରିବା ପରେ ଶିଶୁ ଆକ୍ରାନ୍ତ ହାର କେତେ ରହୁଛି, ଜଣାପଡ଼ିବ। ଯଦିଓ ଆଜିର ମୋଟ୍ ସଂକ୍ରମଣରେ ଶିଶୁଙ୍କ ସଂଖ୍ୟା ୧୦%ରୁ ଅଧିକ ରହିଛି, କିନ୍ତୁ ଶିଶୁ ପଜିଟିଭିଟି ରେଟ୍ ଢେର୍ କମ୍ ରହିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ତୃତୀୟ ଲହରରେ ଶିଶୁଙ୍କ ପ୍ରତି ଅଧିକ ବିପଦ ଥିବାରୁ ରାଜ୍ୟ ସରକାର କେବଳ ଶିଶୁଙ୍କ ଲାଗି ୩ ହଜାର ବେଡ୍ ସଂରକ୍ଷିତ ରଖିଛନ୍ତି। ୬୦୦ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଛି। ଏମିତିକି ରାଜ୍ୟ ଔଷଧ ନିଗମ ଜରିଆରେ ଔଷଧ କିଣା ଆରମ୍ଭ ହୋଇଯାଇଛି ବୋଲି ନିକଟରେ ସୂଚନା ଦେଇଥିଲେ ଡିଏମ୍ଇଟି। କିନ୍ତୁ ଆଜିର ଶିଶୁ ସଂକ୍ରମଣ ତଥ୍ୟ ପରେ ଚିନ୍ତା ପ୍ରକାଶ କଲେଣି ଶିଶୁରୋଗ ବିଶେଷଜ୍ଞ। କହିଛନ୍ତି, ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିବ। ତେଣୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ମାସ୍କ ପିନ୍ଧନ୍ତୁ। ଦରକାର ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ କୋଭିଡ୍ ନିୟମ ପାଳନ କରନ୍ତୁ  ଯଦି ପରିବାରର ଅନ୍ୟ ସଦସ୍ୟ ସତର୍କ ରହିବେ, ଶିଶୁଙ୍କ ପ୍ରତି ବିପଦ କମ୍ ରହିବ।  

Advertisment

୧୨ରୁ ୧୮ ବର୍ଷ ବୟସ ବର୍ଗ କିଶୋରଙ୍କ ଲାଗି କୋଭିଡ୍ ଟିକାର କ୍ଲିନିକାଲ ଟ୍ରାଏଲ ଚଳାଇଛନ୍ତି ଭାରତ ବାୟୋଟେକ୍ ଓ ଜାଇଡସ୍ କାଡିଲା। ଆଶା, ଖୁବଶୀଘ୍ର ପିଲାଙ୍କ ଲାଗି ଟିକା ଆସିବ। ଆଉ ପିଲାମାନଙ୍କୁ ବି ମିଳିପାରିବ କରୋନା କବଚ।

ରିପୋର୍ଟ: ଅଶୋକ ବ୍ରହ୍ମା, କପିଳେନ୍ଦ୍ର ପ୍ରଧାନ

Odisha News Coronavirus Corona Virus 3rd Wave
Advertisment
Advertisment