• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୪୪ ଜିଲ୍ଲାରେ ୧୦ ପ୍ରତିଶତ ପରେ ସଂକ୍ରମଣ ।

  • ରାଜ୍ୟରେ କମୁଛି ସଂକ୍ରମଣ । 

  • ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ।

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ପ୍ରେସମିଟ୍ କରି ସୂଚନା ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁଯାୟୀ, ୧୧ଟି ରାଜ୍ୟର ୪୪ଟି ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ରହିଛି । ମେ’ ମାସ ୧୦ ତାରିଖ ଠାରୁ ପଜିଟିଭିଟି ହାର ୨୧.୩୯ରୁ ଖସୁଛି । ଗତ ୨ ସପ୍ତାହ ମଧ୍ୟରେ ପଜିଟିଭିଟି ହାର ୨ ପ୍ରତିଶତରୁ କମ୍ ରହିଛି । ସେହିଭଳି ଦେଶରେ ଦୈନିକ ହାରାହାରି ୪୯.୧୧ ଲକ୍ଷ ଡୋଜ୍ ଟିକାକରଣ ହେଉଛି । ଆମର ମୁଖ୍ୟ ଅସ୍ତ୍ର ହେଉଛି ଟିକାକରଣ ଓ ସାମାଜିକ କଟକଣା । ମାସ୍କ, ସାମାଜିକ ଦୂରତା ଦ୍ୱାରା ହିଁ କରୋନାକୁ ନିୟନ୍ତ୍ରଣ କରି ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଦେଶରେ କରୋନା ସ୍ଥିତି ଓ ସଂକ୍ରମଣ ନେଇ NCDC ନିର୍ଦ୍ଦେଶକ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଗାମୀ ସମୟ ପାଇଁ ଆମକୁ ଅଧତ୍କ ସତର୍କ ରହିବାକୁ ପଡ଼ିବ । ଆମକୁ ନୂତନ ମ୍ୟୁଟାଣ୍ଟ କେଉଁଠି, କେମିତି ଆସୁଛି ଖୋଜିବାକୁ ପଡ଼ିବ । ଆମେ ଏବେ ବହିରାଗତ ଓ ଦେଶ ମଧ୍ୟରେ ଥିବା ମ୍ୟୁଟାଣ୍ଟ ଉପରେ ନଜର ରଖିଛୁ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ନୂତନ ନୀତି ଗ୍ରହଣ କରୁଛି । ପ୍ରତ୍ୟେକ ରାଜ୍ୟର ପ୍ରତିଟି ଜିଲ୍ଲାରୁ ଜିନମ ସିକ୍ୱେଏନ୍‌ସିଂ କରାଯିବ । ଜିଲ୍ଲାସ୍ତରୀୟ ପ୍ରତିନିଧତ୍ମାନେ ଜିନମ ସିକ୍ୱେଏନ୍‌ସିଂ କରି ତଥ୍ୟ ଦେବେ । ଏହାଦ୍ୱାରା ଯଦି କୌଣସି ସ୍ଥାନରେ ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେଉଥିବ ଜଣାପଡ଼ିବ ।

ମୁଖ୍ୟତଃ ଆଲ୍ଫା, ବିଟା, ଗାମା, ଡେଲ୍ଟା, ଡେଲ୍ଟା ପ୍ଲସର ସର୍ଭେ କରୁଥିବା ସେ କହିଛନ୍ତି । ଆଉ ୨ଟି ଭାରିଆଣ୍ଟ କପ୍ପା ଓ B1617.3ର ଅନୁଧ୍ୟାନ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି ନିର୍ଦେଶକ

ସେପଟେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ନେଇ ସୂଚନା ଦେଇଛନ୍ତି DMET ଡାକ୍ତର ସିବିକେ ମହାନ୍ତି । ମୃତ୍ୟୁହାର ନେଇ ଜିଲ୍ଲା ଓ ରାଜ୍ୟର ଭିନ୍ନ ଭିନ୍ନ ତଥ୍ୟ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଅଡିଟ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ଅଡିଟ୍ ସମ୍ପୂର୍ଣ୍ଣ ସରିଲେ ହିଁ ପୂରା ତଥ୍ୟ ସାମ୍ନାକୁ ଆସିବ । ସେହିପରି ଏବେ ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗାମୀ ଥିଲେ ବି ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ ବୋଲି ଡିଏମ୍ଇଟି କହିଛନ୍ତି ।