Advertisment

ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ନେଇ କଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ?

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୪୨ଟି ଲୋକାଲ୍ କେସ୍ ମଧ୍ୟରୁ ୧୩୮ ଜଣ ହେଉଛନ୍ତି ଶୂନରୁ-୧୮ ବର୍ଷ ବୟସ ବର୍ଗର କରୋନା ପଜିଟିଭ୍। ଅର୍ଥାତ ଏବେ ପିଲାଙ୍କୁ ଘାରିଛି କରୋନା ସଂକ୍ରମଣ ଭୟ।

author-image
Chandan Shishu
ଅଦ୍ୟତନ ହୋଇଛି
ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ନେଇ କଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ?

Health Director Bijay Mohapatra

ଭୁବନେଶ୍ୱର: ରାଜ୍ୟରେ ଏବେ ପୁଣି ଥରେ ଚିନ୍ତା ବଢ଼ାଇଛି ମହାମାରୀ କରୋନା। କାରଣ ଅଗଷ୍ଟ ୧୪ରେ ରାଜ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗରେ ଚିହ୍ନଟ ହୋଇଛନ୍ତି ୧୩୮ ଜଣ ପଜିଟିଭ। ଯାହା ଦିନକରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୩ ପ୍ରତିଶତରୁ ଅଧିକ। ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଶିଶୁଙ୍କ ସଂକ୍ରମଣ ବିଶ୍ଳେଷଣ ପାଇଁ ଆଜିଠୁ ତଥ୍ୟ ଉପରେ ନଜର ରଖାଯାଉଛି। ଗୋଟିଏ ଦିନର ତଥ୍ୟକୁ ନେଇ ଶିଶୁ ଆକ୍ରାନ୍ତ ବଢିଛି କୁହାଯାଇ ପାରିବନି। କିଛିଦିନର ବିଶ୍ଳେଷଣ ପରେ ଆକ୍ରାନ୍ତ ହାର ଜଣାପଡ଼ିବ ବୋଲି ସେ କହିଛନ୍ତି।

Advertisment

ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ସବୁ ଲକ୍ଷଣଯୁକ୍ତ ପିଲାଙ୍କ ଟେଷ୍ଟ ପାଇଁ କୁହାଯାଇଛି। ଶିଶୁଙ୍କ କ୍ଷେତ୍ରରେ ଟେଷ୍ଟ ଅନୁସାରେ ପଜିଟିଭିଟି ରେଟ୍ କେତେ ଜଣାପଡ଼ିବ। ସରକାରଙ୍କ ପକ୍ଷରୁ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୪୨ଟି ଲୋକାଲ୍ କେସ୍ ମଧ୍ୟରୁ ୧୩୮ ଜଣ ହେଉଛନ୍ତି ଶୂନରୁ-୧୮ ବର୍ଷ ବୟସ ବର୍ଗର କରୋନା ପଜିଟିଭ୍। ଅର୍ଥାତ ଏବେ ପିଲାଙ୍କୁ ଘାରିଛି କରୋନା ସଂକ୍ରମଣ ଭୟ।

ସେହିପରି ୨୪ ଘଣ୍ଟାରେ ୧ ହଜାର ୫୮ ଜଣ ବୟସ୍କ ବ୍ୟକ୍ତି ନୂଆ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୬୪ ଜୀବନ ନେଇଛି ମହାମାରୀ । ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ଉପରେ ରହିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୮ ଶହ ୮୭କୁ ବୃଦ୍ଧି ପାଇଛି। ଆଜିର ତଥ୍ୟ ଅନୁସାରେ ଏବେ ଖୋର୍ଦ୍ଧାରୁ ୩୭୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୬୨ ଜଣ କଟକରେ ଚିହ୍ନଟ ହୋଇଛନ୍ତି। 

Advertisment
Odisha News Corona Virus 3rd Wave
Advertisment
Advertisment