Advertisment

କିଛି ଦିନ କମିବା ପରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ରାଜ୍ୟରେ ୧୧୦୭ ନୂଆ ପଜିଟିଭ୍‌ ଚିହ୍ନଟ

ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ରହିଛି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Odisha sees 1107 new Covid19 positive cases

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାତ୍ର କିଛିଦିନ କମିବା ପରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇଛି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୫୨ ଥିଲା। ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ରହିଛି।

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୬୬, ବରଗଡ଼ରୁ ୫, ଭଦ୍ରକରୁ ୩୬, ବଲାଙ୍ଗିରରୁ ୩, କଟକରୁ ୧୩୦, ଦେବଗଡ଼ରୁ ୩, ଢେଙ୍କାନାଳରୁ ୧୨, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫୩, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୭, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୪୨, କେନ୍ଦୁଝରରୁ ୧୮, ଖୋର୍ଦ୍ଧାରୁ ୩୯୭, କୋରାପୁଟରୁ ୧, ମାଲକାନଗିରିିରୁ ୧୦, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୧, ପୁରୀରୁ ୨୮, ରାୟଗଡ଼ାରୁ ୫, ସମ୍ବଲପୁରରୁ ୨୦, ସୁବର୍ଣ୍ଣପୁରରୁ ୪, ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟପୁଲରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment


— I & PR Department, Odisha (@IPR_Odisha) August 12, 2021


— I & PR Department, Odisha (@IPR_Odisha) August 12, 2021

ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୧, ସମ୍ବଲପୁରରୁ ୯, ଯାଜପୁରରୁ ୫, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏ, ଢେଙ୍କାନାଳ, ସୁବର୍ଣ୍ଣପୁରରୁ ୩ ଜଣ ଲେଖାଏ, ବାଲେଶ୍ୱର ଓ ପୁରୀରୁ ୨ ଜଣ ଲେଖାଏ, ଭଦ୍ରକ, ଜଗତସିଂହପୁର, କଳାହାଣ୍ଡିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୬୯୭ରେ ପହଞ୍ଚିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୧,୧୮୨ରେ ପହଞ୍ଚିଛି। ତେବେ ଆକ୍ଟିଭ୍‌ କେସ୍‌ ୧୦,୮୫୩ ଥିବାବେଳେ ୯,୭୩,୫୭୯ ଜଣ ସୁସ୍ଥ ହୋଇଛନ୍ତି।

Odisha COVID-19 Odisha Corona Update
Advertisment
Advertisment