/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628565419.jpg)
Covid19 Test
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୦୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୦୫; ଲୋକାଲ କେସ୍- ୪୩୬ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୪୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ୫୬,୮୫୯ ଟେଷ୍ଟିଂ କରାଯାଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳେ ଅର୍ଥାତ୍ ୧.୮୩% ରହିଛି। ସେହିପରି ରାଜ୍ୟରେ ଆଉ ୬୪ ଜଣଙ୍କ ମୃତ୍ୟୁ ହୋଇଛି।
କେଉଁ ଜିଲ୍ଲାରୁ କେତେ:-
ଅନୁଗୁଳ- ୫୭, ବାଲେଶ୍ୱର- ୨୩, ବରଗଡ଼- ୩, ଭଦ୍ରକ- ୧୫, ବଲାଙ୍ଗିର- ୧, ବୌଦ୍ଧ-୧, କଟକ- ୧୩୨, ଦେବଗଡ଼- ୭, ବୌଦ୍ଧ-୧, କଟକ- ୧୩୨, ଦେବଗଡ଼- ୭, ଢେଙ୍କାନାଳ- ୧୦, ଗଜପତି- ୩, ଗଂଜାମ- ୧୧, ଜଗତସିଂହପୁର- ୮୧, ଯାଜପୁର- ୩୬ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି କଳାହାଣ୍ଡିରୁ ୫, କନ୍ଧମାଳ- ୫, କେନ୍ଦ୍ରାପଡ଼ା- ୨୮, କେନ୍ଦୁଝର- ୧୭, ଖୋର୍ଦ୍ଧା- ୩୮୩, କୋରାପୁଟ- ୫, ମାଲକାନଗିରିି- ୩, ମୟୂରଭଞ୍ଜ- ୨୮, ନବରଂଗପୁର- ୨, ନୟାଗଡ଼- ୨୮, ନୂଆପଡ଼ା- ୨, ପୁରୀ- ୩୪, ରାୟଗଡ଼ା- ୨୬, ସମ୍ବଲପୁର- ୯, ସୁନ୍ଦରଗଡ଼- ୫, ଷ୍ଟେଟପୁଲ- ୮୧ ପଜିଟିଭ ଚିହ୍ନ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)