Advertisment

ତୃତୀୟ ଲହର ପାଇଁ ସଜବାଜ: ଶିଶୁଙ୍କ ପାଇଁ ୩ ହଜାର ବେଡ୍ ନିଷ୍ପତ୍ତି

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ତୃତୀୟ ଲହର ପାଇଁ ରହିଛୁ ପ୍ରସ୍ତୁତ। ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ବଢ଼ିଛି। ଯେହେତୁ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତେଣୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି।

author-image
Chandan Shishu
ତୃତୀୟ ଲହର ପାଇଁ ସଜବାଜ: ଶିଶୁଙ୍କ ପାଇଁ ୩ ହଜାର ବେଡ୍ ନିଷ୍ପତ୍ତି

Bijay Mohapatra, director of State Health Services Department

ଭୁବନେଶ୍ୱର: ଦ୍ୱିତୀୟ ଲହରରେ ଓଡ଼ିଶାର ପିକ ଲୋଡ଼ ୧୦ ହଜାର ଥିଲା।  ତୃତୀୟ ଲହରରେ ଯଦି ରାଜ୍ୟରେ ଏହି ପିକ ଲୋଡ଼ ରହେ, ଓଡ଼ିଶାରେ ଆମକୁ ୬ଶହ  ପେଡ଼ିଆଟ୍ରିକ ବେଡ୍ ଦରକାର ବୋଲି କେନ୍ଦ୍ର ହିସାବ କହୁଛି। କିନ୍ତୁ ଶିଶୁଙ୍କ ଲାଗି ୩ ହଜାର ବେଡ଼ ବ୍ୟବସ୍ଥା ଲାଗି ରାଜ୍ୟସ୍ତରରେ ନିଷ୍ପତ୍ତି ହୋଇଛି। ସେଥିରୁ  ୨୫୦ ICU ବେଡ଼ ରହିବ। ସମସ୍ତ ବେଡ୍ ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜରେ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ କେବେ ବି ଅକ୍ସିଜେନ ସମସ୍ୟା ନଥିଲା, ପର୍ଯ୍ୟାପ୍ତ ଅକ୍ସିଜେନ ରହିଛି।

Advertisment

ପୂର୍ବରୁ ରାଜ୍ୟର କୌଣସି ଜିଲ୍ଲାରେ LMO ଓ PSO ପ୍ଲାଣ୍ଟ ନଥିଲା। ପିଲାମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ୩୬ଟି ଉପକରଣ, ୨୯ରୁ  ୩୦ ପ୍ରକାର ଔଷଧ କିଣିବା ନେଇ OSMCL ବନ୍ଦୋବସ୍ତ କରୁଛି। ଏଥିଲାଗି ୩୦ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି  ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ତୃତୀୟ ଲହର ପାଇଁ ରହିଛୁ ପ୍ରସ୍ତୁତ। ଜେନେରାଲ ବେଡ଼ ଯେତିକି ବଢ଼ିବା କଥା ବଢ଼ିଛି। ଯେହେତୁ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତେଣୁ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ଼ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି। ଆବଶ୍ୟକ ଉପକରଣ, ଅକ୍ସିଜେନ, ଭିତ୍ତିଭୂମି ରହିଛି। ଅଧିକ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଚାହିଦା ଅନୁଯାୟୀ ପୂର୍ବାପେକ୍ଷା ଅଧିକ ଡ୍ରଗ୍ସ ରହିଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

Advertisment

ଏମିତିକି ଆବଶ୍ୟକ ଟ୍ରେନିଂ ମଧ୍ୟ ଦିଆଯାଉଛି। ଉପରୁ ତଳ ସ୍ତର ଯାଏ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ସମସ୍ତଙ୍କୁ ଟ୍ରେନିଂ ଦିଆଯାଉଛି। ଆମ ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ଲହର ଚାଲିଛି। ଯେଉଁ ଅଞ୍ଚଳରେ ଅଧିକ ଲୋକ ରହୁଛନ୍ତି, ସେଠାରେ ସଂକ୍ରମଣ ଅଧିକ ରହୁଛି। ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶରେ ସଂକ୍ରମଣ ବଢିଲାଣି, ତେଣୁ ସଦାସର୍ବଦା ଆମକୁ ସତର୍କ ରହିବାକୁ ପଡ଼ିବ। ତୃତୀୟ ଲହର ଆସୁ ବା ନ ଆସୁ ଆମେ ପ୍ରସ୍ତୁତ ରହିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । 

Odisha Odisha Government Corona 3rd Wave
Advertisment
Advertisment