• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଟିକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ବୃଦ୍ଧି କରିବାକୁ ବୁଷ୍ଟର୍ ଡୋଜ୍ । ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଲୋକଙ୍କୁ ଦିଆଯିବ କି ବୁଷ୍ଟର ଡୋଜ୍ ? ବୁଷ୍ଟର ଡୋଜ୍ ଦେବା ପାଇଁ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ବିଚାର କରୁଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ । ତେବେ ଏହି ନିଷ୍ପତ୍ତିକୁ ବହୁତ ଗଭୀର ଭାବରେ ଦେଖାଯାଉଛି । ଡେଲଟା ଭାରିଏଣ୍ଟରୁ ରକ୍ଷା ପାଇବା ପାଇଁ କିଛି ଦେଶ ବୁଷ୍ଟର ଡୋଜ୍ ସପକ୍ଷରେ ମତ ଦେଇଥିଲେ । ହେଲେ ଗରିବ ଦେଶର ଲୋକଙ୍କୁ ଟିକା ଦିଆଯିବା ଆଶାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିରୋଧ କରିଥିଲା । ସେପ୍ଟେମ୍ବର ଶେଷ ଯାଏ ରାଷ୍ଟ୍ର ବୁଷ୍ଟର ଡୋଜ୍‌ ନେଦାବକୁ ଅନୁରୋଧ କରାଯାଇଥିଲା ।

କରୋନା ଟିକାର ବୁଷ୍ଟର ଡୋଜ ଦେବାର ଆବଶ୍ୟକତା ଉପରେ ଏକ ପ୍ରଶ୍ନର ଉତ୍ତରର ରଖିଛନ୍ତି ନୀତି ଆୟୋଗ ସଦସ୍ୟ । ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଭି.କେ ପାଲ କହିଛନ୍ତି, କରୋନା ଟିକାକରଣ ଉପରେ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଏହାର ଶେଷ ବୈଠକରେ ଟିକାର ବୁଷ୍ଟର ଡୋଜ୍ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହ ସହିତ ସେ କହିଛନ୍ତି WHO ବୁଷ୍ଟର ଡୋଜ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଚାର ବିମର୍ଷ ଜାରି ରହିଛି ।

କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ଠିକ୍ ସମୟରେ ସେମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବା ଉଚିତ୍ ବୋଲି କହିଥିଲେ ଭି.କେ ପଲ । ଯେଉଁମାନଙ୍କର କୌଣସି ରୋଗରେ ପୀଡ଼ିତ କିମ୍ବା କର୍କଟ ପାଇଁ ଚିକିତ୍ସିତ ହେଉଛନ୍ତି ସେମାନେ ବିଶେଷ ରୂପରେ ଧ୍ୟାନ ଦେବା ଉଚିତ୍ । ସେହିପରି ଟିକା ନେଇଥିଲେ ସୁଦ୍ଧା ଏପରି ଲୋକେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୫୨ କୋଟି ଡୋଜ୍ ଟିକାକରଣ ହୋଇସାରିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ଡୋଜ ଦିଆଯାଇଛି । ମଙ୍ଗଳବାର ଦିନ ୧୮-୪୪ ବର୍ଷ ବୟସର ୨୦,୪୭,୭୩୩ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୪,୦୫,୭୧୯ ଦ୍ୱିତୀୟ ଡୋଜ ଦିଆଯାଇଥିଛି । ମୋଟାମୋଟି ଭାବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଅନ୍ତର୍ଗତ ୧୮-୪୪ ବର୍ଷ ବୟସର ୧୮,୨୦,୯୫,୪୬୭ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । ଏବଂ ୧,୨୯,୩୯,୨୩୯ଙ୍କର ଦ୍ୱିତୀୟ ଡୋଜ ଟିକାକରଣ ହୋଇଛି ।