• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ଯବାନମାନେ ପରସ୍ପରକୁ ମିଠା ଖୁଆଇ ଜଣେ ଅନ୍ୟଜଣକୁ ଶୁଭେଚ୍ଛା ଜଣାଇଥିଲେ । ଗୀତ ଗାଇଥିଲେ ଓ ନାଚି କରିଥିଲେ । ତେବେ ଏହି ନାଚ ଗୀତ ସାଧାରଣ ନାଚ ଗୀତ ନ ଥିଲା । ଏଥିରେ ଥିଲା ଦେଶପ୍ରେମର ଝଲକ । ଏହି ଅବସରରେ ଯବାନମାନେ ଦେଶବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି, ନାଗରିକମାନେ ନିଶ୍ଚିନ୍ତ ରହନ୍ତୁ ଏବଂ ଆନନ୍ଦରେ ରୁହନ୍ତୁ ବୋଲି ସେ ବାର୍ତ୍ତା ଦେଇଛନ୍ତି । ସୀମାରେ ଆମେ ଜଗିଛୁ । ଆପଣଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ଭାରତୀୟ ବୀର ଯବାନମାନେ କହିଛନ୍ତି । ଶତ୍ରୁ କିଛି ବି କରିପାରିବ ନାହିଁ । ଏହି ପରିପ୍ରେକ୍ଷିରେ ପରୋକ୍ଷରେ ଶତ୍ରୁ ଦେଶକୁ ଯବାନମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

ଅନ୍ୟପଟେ ଓଡ଼ିଶାରେ ନୂତନ ବର୍ଷର ପହଲି କିରଣ ଦେଖିବା ପାଇଁ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ଭିଡ । ବେଳାଭୂମିରେ ୧୪୪ ଧାରା ଲାଗିଥିଲେ ବି ନୂଆବର୍ଷର ଆଗମନରେ ସୂର୍ଯ୍ୟ ଦେବତାଙ୍କ ଦର୍ଶନ ଲାଗି ଅଳ୍ପ ସଂଖ୍ୟାରେ ପର୍ଯ୍ୟଟକ ବେଳାଭୂମୀରେ ଭିଡ ଜମାଇଥିଲେ । ସକାଳ ୬ଟା ୨୯ ମିନିଟରେ ସୂର୍ଯ୍ୟ ଦେବତାଙ୍କ ପ୍ରଥମ କିରଣ ଦେଖିଥିଲେ । ପର୍ଯ୍ୟଟକ ନୂଆବର୍ଷର ପ୍ରଥମ କିରଣର ପଡିବା ପରେ ଶ୍ରଦ୍ଧାଳୁ ସୂର୍ଯ୍ୟଦେବତାଙ୍କୁ ପାଣି ଟେକି ନିଜ ପରିବାର ତଥା ବିଶ୍ୱର ମଙ୍ଗଳ କାମନ କରିଛନ୍ତି ।

କିନ୍ତୁ ପୁରୀରେ ନୂଆବର୍ଷ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ସହରକୁ ୧୩ଟି ସେକ୍ଟରରେ ବିଭକ୍ତ କରାଯାଇ ପ୍ରତି ସେକ୍ଟର ପାଇଁ ଜଣେ ଇନ୍ସପେକ୍ଟରଙ୍କୁ ଦାତିତ୍ୱ ଦିଆଯାଇଛି । ଜିରୋନାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ସମୁଦାୟ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ବେଳାଭୂମିରେ ଜଣେ ଡ଼ିଏସପି, ୩ ପ୍ଲାଟୁନ ଫୋର୍ସ,୨ ଇନ୍ସପେକ୍ଟର ମୁତୟନ ରହିବେ ରାତି ୧୦ଟାରୁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ।