ଚାଷୀଙ୍କୁ ନୂଆବର୍ଷ ଭେଟିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ୨୦୨୨ର ପ୍ରଥମ ଦିନରେ ଆଜି ଦେଶର ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କରାଯାଇଛି । ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରାଶି ପ୍ରଦାନ କରିଛନ୍ତି । ପ୍ରାୟ ୧୦ କୋଟି ଚାଷୀଙ୍କୁ ମିଳିଛି ୨୦ ହଜାର କୋଟି ଟଙ୍କା ।
Also Read
ପିଏମ୍ କିଷାନ ନିଧି ସମ୍ମାନ ଯୋଜନା ଅନୁସାରେ ପ୍ରତ୍ୟେକ ବର୍ଷ ହିତାଧିକାରୀଙ୍କୁ ୬ ହଜାର ପ୍ରଦାନ କରନ୍ତି କେନ୍ଦ୍ର ସରକାର । ଏହା ଏକା ଥରେ ପ୍ରଦାନ କରାଯାଏ ନାହିଁ । ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ଦିଆଯାଏ ୬ ହଜାର ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଏ ଟଙ୍କା ।
ଏହି ଯୋଜନାରେ ଦେଶରେ ଚାଷୀଙ୍କୁ ଏବେ ସୁଦ୍ଧା ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପ୍ରଦାନ କରାଗଲାଣି । ଆଜିର କାର୍ଯ୍ୟକ୍ରମରେ ମୋଦି ୩୫୧ ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେସନକୁ ମଧ୍ୟ ୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଉପକୃତ ହୋଇଛନ୍ତି ୧ ଲକ୍ଷ ୨୪ ହଜାର ଚାଷୀ । ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେସଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶରେ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ମୋଦି ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେଇଛନ୍ତି । ଜାନୁଆରୀ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଟି କୋଟି ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ପିଏମ୍-କିଷାନ ସମ୍ମାନ ନିଧି ଯୋଜନା(PM Kisan Samman Nidhi Yojana)ର ଟଙ୍କା ଟ୍ରାନ୍ସଫର୍ କରିଛନ୍ତି । ଏହାସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।