• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋର୍ଟଙ୍କ ରାୟ ପରେ ସୁମିତଙ୍କ ଚେତାବନୀ । କହିଲେ ହାଇକୋର୍ଟରେ କରିବୁ ଚ୍ୟାଲେଞ୍ଜ । ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା । ଜିଲ୍ଲା ଜଜ୍ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିବେ ସୁମିତ । ଡାକ୍ତର ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ସୂଚନା । ଜିଲ୍ଲା ଜଜ୍ କୋର୍ଟ ରାୟରେ ସେମାନେ ସନ୍ତୁଷ୍ଟ ନଥିବା କହିଲେ ଓକିଲ ସୁରେନ୍ଦ୍ର । ଜିଲ୍ଲା ଜଜ୍ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବାକୁ ଚେତାବନୀ ।

ଏଣିକି ସୁମିତଙ୍କ ଘରେ ରହିବେ ତପସ୍ୱନୀ। କୋର୍ଟ ତପସ୍ୱନୀଙ୍କ ସପକ୍ଷରେ ଆଜି ଶୁଣାଇଛନ୍ତି ରାୟ। ୪୪ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ ବୋହୂ ତପସ୍ୱନୀ। ସୁମିତ-ତପସ୍ୱିନୀ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ବଡ଼ ରାୟ ପ୍ରକାଶ କରିବା ପରେ ଏବେ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ଚାଲିଛି । କେବଳ ଏତିକି ନୁହେଁ ବରଂ ଏହାସହ ଖର୍ଚ୍ଚ ପାଇଁ ପ୍ରତିମାସରେ ତପସ୍ୱନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ନେଇ ତପସ୍ୱନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅନ୍ୟପଟେ କୋର୍ଟଙ୍କ ରାୟ ଆସିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ତପସ୍ୱିନୀ । ସେ କହିଛନ୍ତି, ‘ଧର୍ମର ଜୟ ହୋଇଛି । ସତ୍ୟର ଜୟ ହୋଇଛି । ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ। ଆଜି ନାରୀ ଜାତିର ଜୟ ହୋଇଛି। କୋର୍ଟଙ୍କ ରାୟରେ ମୁଁ ବହୁତ୍‌ ଖୁସି ଅଛି। ଏଥିପାଇଁ ମୁଁ ମାଜିଷ୍ଟ୍ରେଟ୍‌ ସାର୍‌ଙ୍କୁ ଧନ୍ୟବାଦ ଜଣାଉଛି।’

ତପସ୍ୱିନୀ ଆହୁରି କହିଛନ୍ତି ‘ମୁଁ ଏବେ ତାଙ୍କ(ସୁମିତ୍‌) ଘରେ ରହିବି। ଆଜି ସୁମିତ୍‌ ନ ଆସିଲେ ବି ମାସେ ପରେ ବି ତ ଆସିବେ। ଧୀରେ ଧୀରେ ମୁଁ ତାଙ୍କ ମନରେ ଜାଗା କିଣି ଦେବି। ମୁଁ ନିଶ୍ଚିତ ଯେ, ସେ ମୋତେ ଗ୍ରହଣ କରିବେ। ଆଉ ମୁଁ ସୁମିତ୍‌ଙ୍କୁ ଫେରି ପାଇବି। ଶାଶୁ, ଶ୍ୱଶୁର ଆଉ ଘୃଣା କି ନିର୍ଯାତନା ଦେବେ ନାହିଁ। ପୁଣିଥରେ ମୋତେ ନିର୍ଯାତନା ଦେଲେ ମୁଁ ପୁଣି ସ୍ୱର ଉଠାଇବି।’