କାନ୍ଧରେ ବ୍ୟାଗ୍,ହାଫ୍ ପ୍ୟାଣ୍ଟ୍ ଓ ଫୁଲ୍ ଟି-ସାର୍ଟ ପିନ୍ଧି ରାସ୍ତାରେ ଦୌଡ଼ୁଛନ୍ତି ଯୁବକ। କାର୍ରେ ଘର ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଅଫର୍ ମଧ୍ୟ ମିଳିଥିଲା। ହେଲେ ଏହାକୁ ସେ ମନା କରି ଦେଇଥିଲେ। ଯାହାର କାରଣ ଜାଣିଲେ ଆପଣ ମଧ୍ୟ ଯୁବକଙ୍କୁ ପ୍ରଶଂସା କରିବାରେ ପଛାଇବେ ନାହିଁ।...
ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବିମାନଟି ଦକ୍ଷିଣପଶ୍ଚିମ ଚୀନରେ କ୍ରାଶ୍ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତର କାରଣ ଜଣାପଡ଼ି ନାହିଁ।
ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି।
ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି।
କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ଯୁବକ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।
ଯୁଦ୍ଧ ମୈଦାନର ସାରଥି। ୟୁକ୍ରେନ ଉପରେ ଘନ ଘନ ବୋମାବର୍ଷଣ କରୁଥିଲା ଋଷିଆ। ଆଉ ସେଇ କଠିନ ସ୍ଥିତିରେ ମହିଳା ପାଇଲଟ୍ ମହାଶ୍ୱେତା ୮୦୦ ପିଲାଙ୍କୁ ଉଦ୍ଧାର କରିଥିଲେ।
ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ।
ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ଯୋଗୁ ପାଖାଖି ୨୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ମ୍ୟାଚ୍ ଚାଲି ଥିବାବେଳେ ହଠାତ୍ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା।
ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ହେଉଛି ପଖାଳ ଦିବସ।କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପ୍ରସ୍ତୁତି ହୋଇଥାଏ ପଖାଳ।
ଆଉ କିଛି ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଫେରିବ ଚିରଶାନ୍ତି। ଏଭଳି ଶାନ୍ତି ଆସିବ ଯେ, ସେଠାରେ ଆଉ CRPFଙ୍କୁ ମୁତୟନ କରିବାକୁ ପଡ଼ିବ ନାହିଁ।
ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭୋଟ୍ ଦେଲେ ନାହିଁ ବୋଲି ଅପହରଣ କଲେ ଆଉ ମାଡ଼ ମାରିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍ ନଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା।
ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।
ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମ୍ଡି ଦୀପକ କିଣ୍ଡୋଙ୍କୁ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି।
କରୋନା ପ୍ରକୋପ କମିଛି। କିନ୍ତୁ ଏବେ ଏହାକୁ ନେଇ ଢିଲା ଦେବାନି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି କରିଛନ୍ତି।
2017 ରେ ଗଠନ ହୋଇଥିବା ବିଜେପୁର NACରେ ପ୍ରଥମ ଥର ପାଇଁ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଛନ୍ତି।
ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ NGTର ଛାଟ। ମଦନପୁର ମୌଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ ମସିହାରେ ଅଭିଯୋଗ ହୋଇଥିଲା।
ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଥିବାରୁ ବ୍ୟାରିକେଡ୍ ଭାଙ୍ଗି ଭକ୍ତମାନେ ଶ୍ରୀମନ୍ଦିରକୁ ଧସେଇ ପଶିଥିବା ନଜର ଆସିଛି।
IPS ଅଫିସର ଅରୁଣ ବୋଥ୍ରାଙ୍କ ବ୍ୟାଗ୍ର ଫଟୋ ଭାଇରାଲ୍ ହେଉଛି। ଏୟାରପୋର୍ଟରେ ଚେକିଂ ବେଳେ ତାଙ୍କ ବ୍ୟାଗ୍ରୁ ଏମିତି କିଛି ଜିନିଷ ମିଳିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।