Advertisment

ଷ୍ଟାଡିୟମରେ ଚାଲିଥିଲା ଫୁଟ୍‌ବଲ୍‌ ମ୍ୟାଚ୍‌, ହଠାତ୍‌ ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଅସ୍ଥାୟୀ ଗ୍ୟାଲେରୀ

ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ଯୋଗୁ ପାଖାଖି ୨୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ମ୍ୟାଚ୍‌ ଚାଲି ଥିବାବେଳେ ହଠାତ୍‌ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା।

author-image
Rajalaxmi Sahoo
Football gallery collapses in Malappuram

Football gallery collapses in Malappuram

ଭୁଶୁଡ଼ି ପଡ଼ିଲା ଷ୍ଟାଡିୟମର ଅସ୍ଥାୟୀ ଗ୍ୟାଲେରୀ। କେରଳର ମାଲ୍ଲାପୁରମ ଜିଲ୍ଲା ପୁଙ୍ଗଡ଼ରେ ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ଯୋଗୁ ପାଖାଖି ୨୦୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ଶନିବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ଗୁରୁତରଙ୍କ ମଧ୍ୟରୁ ଜଣେ ମେରୁଦଣ୍ଡରେ ଆଘାତ ପାଇଥିବାବେଳେ ୫ ଜଣଙ୍କ ହାଡ଼ ଭାଙ୍ଗିଯାଇଛି। ଗତକାଲି ୪ଟି ଉଦ୍ଦେଶ୍ୟରେ ଫୁଟବଲ ମ୍ୟାଚ୍ ଆୟୋଜନ କରାଯାଇଥିଲା। ଏଥିଲାଗି ପଡ଼ିଆରେ ଗୋଟିଏ ପାର୍ଶ୍ୱରେ ଅସ୍ଥାୟୀ ଗ୍ୟାଲେରୀ ନିର୍ମାଣ କରାଯାଇଥିଲା। ମ୍ୟାଚ୍‌ ଚାଲି ଥିବାବେଳେ ହଠାତ୍‌ ଗ୍ୟାଲେରୀଟି ଭୁଶୁଡ଼ି ପଡ଼ିଥିଲା। 

ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଷ୍ଟାଡିୟମ ଭିତରେ ଦର୍ଶକମାନେ ମ୍ୟାଚ୍‌ ଦେଖୁଥିବା ବେଳେ ହଠାତ୍‌ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ି ପଡ଼ିଥିଲା। ଭୟଭୀତ ହୋଇ ଲୋକମାନେ ଦୌଡ଼ି ପଳାଇ ଥିଲେ। ହେଲେ ଶତାଧିକ ଲୋକ ଚାପି ହୋଇ ଯାଇଥିଲେ। 

Advertisment

କିଛି ଲୋକଙ୍କ ଉପରେ ଫ୍ଲଡ ଲାଇଟ୍ ଷ୍ଟାଣ୍ଡ ମଧ୍ୟ ଗଳି ପଡ଼ିଥିଲା। ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ୪ ହଜାର ଲୋକ ବସିବା ଭଳି ଗ୍ୟାଲେରୀ ତିଆରି ହୋଇଥିଲା। ହେଲେ ୫୦୦୦ରୁ ଅଧିକ ଲୋକ ଗ୍ୟାଲେରୀ ଉପରେ ଚଢ଼ି ଯିବାରୁ ତାହା ଭୁଶୁଡ଼ି ପଡ଼ିଥିଲା। 

Kerala Football Match Malappuram Football Gallery Collapses
Advertisment
Advertisment