ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଛଡ଼ା ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରି ନାହିଁ।
ଯାଜପୁର ଜିଲ୍ଲା ବରୀ ବ୍ଲକର ଅଧ୍ୟକ୍ଷ ନିର୍ବାଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ୬ ଜଣ ସମିତି ସଭ୍ୟଙ୍କ ଭୋଟ୍ ନିଜେ ନିର୍ବାଚନ ଅଧିକାରୀ ଦେଇଥିବା ଅଭିଯୋଗ ହୋଇଛି।
ଖରାରେ ସିଝିବ ସାରା ଓଡ଼ିଶା। ୧୮ ତାରିଖ ଯାଏ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ।
ଏଇ ସପ୍ତାହରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତା’ହେଲେ ତୁରନ୍ତ ଏହାକୁ ସାରି ଦିଅନ୍ତୁ। ନଚେତ୍ ଏଥିପାଇଁ ଆପଣ ହୁଏତ ସମସ୍ୟାରେ ପଡ଼ିପାରନ୍ତି।
ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର। ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି।
NISER କ୍ୟାମ୍ପସରେ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି।
ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍ସ୍କି NATOକୁ ଚେତାଇଛନ୍ତି। ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ।
ସ୍କୁଲ୍ରୁ ମିଳିଲା ପିସ୍ତଲ। ଶ୍ରେଣୀଗୃହ ସଫା କରିବା ବେଳେ ଏକ କଠୋରୀରୁ ପିସ୍ତଲ ମିଳିଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି।
ପୁସ୍ତକ ମେଳାରେ ପକେଟ୍ମାର୍ କରୁଥିଲେ ଅଭିନେତ୍ରୀ। କୋଲକାତା ପୋଲିସ୍ ଏହି ବଙ୍ଗୀୟ ସୁନ୍ଦରୀଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି।
ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଜିଅନ୍ତା ପୋତି ଦେଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି।
ପୁରୁଣା କାମରେ ନୂଆ ବିଲ୍ ! ପୁରୁଣା କାମରେ ନୂଆ କାମ ଦର୍ଶାଇ ବିଲ୍ କରାଯିବା ସହ ସରକାରୀ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।
ଷ୍ଟାଫ୍ ନର୍ସଙ୍କ ମୃତ୍ୟୁକୁ ନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହ ରଖି ପରିବାରବର୍ଗ ଓ ସ୍ଥାନୀୟ ଲୋକ ଆନ୍ଦୋଳନ କରିଛନ୍ତି।
କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜ ଜନ୍ମ ମାଟି ଛାଡ଼ିବାକୁ ପଡ଼ିଥିଲା। ଆଖି ସାମ୍ନାରେ ପରିବାର ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ବର୍ବରତାପୂର୍ଣ୍ଣ ଘଟଣାକୁ ନେଇ ନିର୍ମାଣ ହୋଇଛି ବଲିଉଡ୍ ଫିଲ୍ମ ‘The Kashmir Files’।
ଶେୟାର ମାର୍କେଟ ଆଡଭାଇଜରୀ ସଂସ୍ଥା ନାଁରେ ଚାଲୁଛି ଚିଟ୍ଫଣ୍ଡ କାରବାର। ଶେୟାର ମାର୍କେଟ କାରବାର ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଦାବି କରିଛନ୍ତି।
ଗୋଟିଏ ଦିନରେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଏଥିରେ ୨ ଜଣ ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଓ ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଫିଲ୍ମ ‘ପୁଷ୍ପା’ରେ କ୍ଷୀର ଗାଡ଼ିରେ ସିକ୍ରେଟ୍ ଚ୍ୟାମ୍ବର କରି ଚନ୍ଦନ କାଠ ଚାଲାଣ ହେଉଥିଲା। ଠିକ୍ ସେହିଭଳି କଣ୍ଟେନରରେ ସିକ୍ରେଟ୍ ଚ୍ୟାମ୍ବର କରି ମଦ ଚୋରା କାରବାର କରୁଥିବା ଜଣେ ମାଷ୍ଟରମାଇଣ୍ଡକୁ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗିରଫ କରିଛି।
ଗଞ୍ଜେଇ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ବନ୍ଧା ହେଲେ ASI। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏବଂ ଏଥିରେ ପୋଲିସ ASI ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।