କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମିକା ଅଣଦେଖା କରିବା ଯୋଗୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ, ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ କହିଛି।
ଭିଜିଲାନ୍ସ ଜାଲ୍ରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଆର୍ଏମ୍ସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।
କୁହାଯାଉଛି, ୟୁକ୍ରେନ୍ରେ ଯୁଦ୍ଧ ନେଇ ପୁଟିନ୍ଙ୍କୁ ମିସ୍ଲିଡ୍ କରାଯାଉଛି। ଭୟରେ ତାଙ୍କର ପରାମର୍ଶଦାତା ତାଙ୍କୁ ଯୁଦ୍ଧ ସମ୍ବନ୍ଧରେ ଭୁଲ୍ ଖବର ଦେଉଛନ୍ତି।
ଏପ୍ରିଲ ଆରମ୍ଭରୁ ଫୁଟିଲାଣି ଟିଟିଲାଗଡ଼। ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ସହରର ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା। ସାଧାରଣତଃ ଏପ୍ରିଲ ମାସରେ ତାତିରେ ରେକର୍ଡ କରେ ଟିଟିଲାଗଡ଼।
କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।
ବନ୍ଧକ ଥିବା ୧୨ ସମିତି ସଭ୍ୟଙ୍କୁ ମୁକ୍ତ କଲା ପ୍ରଶାସନ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସମିତି ସଭ୍ୟଙ୍କୁ ମୁକ୍ତି କରାଯାଇଥିବା ସୂଚନା ମିଳିଛି। ସମିତି ସଭ୍ୟଙ୍କୁ ହୋଟେଲରେ ପୋଲିସ୍ ଅଟକ ରଖିଥିବା ଅଭିଯୋଗ ହୋଇଥିଲା।
ଆଜିଠୁ ଆରମ୍ଭ ହୋଇଛି ସକାଳୁଆ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସକାଳୁଆ ସ୍କୁଲ୍ କରାଯାଇଛି।
ଉତ୍କଳ ଦିବସରେ କଟକରେ ହୋଇଥାନ୍ତେ ପୁରସ୍କୃତ, ହେଲେ ହୋଇଗଲା ଅକାଳ ମୃତ୍ୟୁ। ଆଜି ସକାଳୁ କଟକ ବାହାରିବା ସମୟରେ କିଶୋର ଚନ୍ଦ୍ର ଅସୁସ୍ଥ ଅନୁଭବ କରିଥିଲେ।
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୭ ଦିନରେ ପହଞ୍ଚି ଥିବାବେଳେ ସମାଧାନର କୌଣସି ବାଟ ବାହାରି ପାରି ନାହିଁ। ତେବେ ସମାଧାନ ଲାଗି ରୁଷିଆ ଭାରତର ମଧ୍ୟସ୍ଥତା ଚାହିଁଛି। ଋଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି।
ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।
ନାବାଳିକାକୁ ଦୁଷ୍କର୍ମ ପରେ ଖୁଣ୍ଟରେ ବାନ୍ଧି ନିର୍ଯାତନା। ଥାନାକୁ ଯିବାରୁ ପୀଡିତାଙ୍କୁ ଅଭିଯୁକ୍ତର ପରିବାର ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।
ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ପୁଣି ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଆଜିଠୁ ଏଲ୍ପିଜି ସିଲିଣ୍ଡର ଦାମ୍ (LPG Cylinder Price) ୨୫୦ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛନ୍ତି।
ଇସ୍ତଫା ଦେବିନି, ଶେଷ ଯାଏ ଲଢିବି। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି ଏଭଳି କିଛି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।
ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆହୁରି ୬ ମାସ ଯାଏ ମାଗଣା ଚାଉଳ ମିଳିବା ନେଇ ଘୋଷଣା ହୋଇଛି।
କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଚାନ୍ଦବାଲି ପଳାସପୁର ଯାଇଥିଲେ। ସେଠାରେ ଶର୍ମିଷ୍ଠା ଡେମୋ ଦେଖାଇଥିଲେ।
ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଭୋଜି ଖାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବିଧାନସଭାର ପ୍ରେସ୍ ଲାଉଞ୍ଜ ଓ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନଥିବାରୁ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। କେଉଁ କଥା ଲୁଚାଇବାକୁ ସରକାର ସାମ୍ବାଦିକଙ୍କୁ ଆସିବାକୁ ଦେଉନାହାନ୍ତି ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି।
ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ 5-T ଓ ମୋ ସରକାର ବ୍ୟବସ୍ଥାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେରଛା ବାଣ ମାରିଛନ୍ତି। 5-T ଦ୍ୱାରା ସରକାରୀ ବିଭାଗ ଗୁଡ଼ିକରେ ଜାତିଭେଦ ସୃଷ୍ଟି ହେଉଥିବା ଗୃହରେ ସୌମ୍ୟ କହିଛନ୍ତି।